ଓଡ଼ିଶା ସମାଚାର

ଅଜଣା ଗାଡି ଧକ୍କାରେ ବାଟୋଇର ମୃତୁ୍ୟ

 Current News

ଅଜଣା ଗାଡି ଧକ୍କାରେ ବାଟୋଇର ମୃତୁ୍ୟ

February 13
11:48 2018

ହରିଚନ୍ଦନପୁର, ୧୩/୦୨/୨୦୧୮ (ଓଡ଼ିଶା ସମାଚାର)- ହରିଚନ୍ଦନପୁର-ବ୍ରାହ୍ମଣୀପାଳ ଯିବା ରାସ୍ତା ରାସୋଳ କୁଶେଇନଦୀ ବ୍ରିଜିରେ ରବିବାର ରାତିରେ ଏକ ଅଜଣା ଗାଡି ଧକ୍କାରେ ଗଦୁଆଁ ଗ୍ରାମର ବଂଶିଧର ବେହେରାଙ୍କ ମୃତୁ୍ୟ ହୋଇଛି । ପରିବା ଲୋକଙ୍କ କହିବା ଅନୁଜାୟୀ ବଂଶି କୌଣସି କାମରେ ବ୍ରାହ୍ମଣୀପାଳ ବଜାରକୁ ଆସିଥିଲେ । କାମ ସାରି ରାତିରେ ଘରକୁ ଫେରିବା ସମୟରେ କୌଣସି ଗାଡି ଧକ୍କା ଦେବା ଫଳରେ ବ୍ରିଜି ତଳକୁ ଖସି ପଡିଥିଲା । ସେଠାରେ ତାଙ୍କର ମୃତୁ୍ୟ ହୋଇଥିଲା । ସକାଳେ ତଳେ ପଡିଥିବା ମୃତ ଦେହକୁ ଦେଖି ଦୈତାରୀ ଥାନାକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଂଚି ଶବକୁ ଜବତ କରି ବ୍ୟବଚ୍ଚେଦ ପାଇଁ ଆନନ୍ଦପୁର ଚିକିସôାଳୟକୁ ପଠାଇବା ସହିତ ଥାନା କେସନଂ ୧୩ରେ ମାମଲା ରୋଜକରି ଅଧିକ ତଦନ୍ତ କରୁଥିବା ପୋଲିସି କହିଛି । ଓଡ଼ିଶା ସମାଚାର

Harichandanpur

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

nineteen − eighteen =