ଓଡ଼ିଶା ସମାଚାର

ଓଟିଭି ବିଜେପିର ପ୍ରଚାର ଅସ୍ତ୍ର ପାଲଟିଛି, ପ୍ରଚଳିତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡ଼ି

 Current News

ଓଟିଭି ବିଜେପିର ପ୍ରଚାର ଅସ୍ତ୍ର ପାଲଟିଛି, ପ୍ରଚଳିତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡ଼ି

February 12
19:45 2018

ଭୁବନେଶ୍ୱର, ୧୨/୦୨/୨୦୧୮ (ଓଡ଼ିଶା ସମାଚାର)- ବିଜେଡ଼ି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିବା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବିଜେଡ଼ି ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଦଳ ବିରୋଧି କାର୍ଯ୍ୟକ୍ରମ ପାଇଁ ଦଳର ପ୍ରାଥମିକ ସଭ୍ୟପଦରୁ ନିଳମ୍ବିତ କଲାପରେ, ସେ ବିଜେଡ଼ି ବିରୁଦ୍ଧରେ ବିଷୋଦଗାର କରୁଛନ୍ତି । ନିଜେ ଓ ନିଜ ପରିବାର ନିୟନ୍ତ୍ରଣାଧୀନ ଓ ଟିଭିକୁ ମଧ୍ୟ ବିଜେଡ଼ି ବିରୁଦ୍ଧରେ ଲଗାଉଛନ୍ତି, ଯାହାକି ଗଣତାନ୍ତ୍ରିକ ବିଧିବ୍ୟବସ୍ଥାର ପରିପନ୍ଥୀ ଓ ଗଣମାଧ୍ୟମର ନୀତି, ନୈତିକତା ଓ ଆଦର୍ଶର ବିରୁଦ୍ଧାଚରଣ କରୁଛି ବୋଲି ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳ ରାଜ୍ୟ ଉପ-ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର ଓ ମୁଖପାତ୍ର ପ୍ରତାପ କେଶରୀ ଦେବ କହିଛନ୍ତି ।BJD Logo

ପ୍ରକାଶଯୋଗ୍ୟ ଯେ, ଇ¶ାର ଉପ-ସଭାପତି ଥିବା ଶ୍ରୀ ପଣ୍ଡା ଓରିଟେଲ କମୁ୍ୟନିକେସନର ମଧ୍ୟ ଅଧ୍ୟକ୍ଷ ଅଛନ୍ତି ଏବଂ ଏହି ସଂସ୍ଥାର ପରିଚାଳନାରେ ଓ ଟିଭି କାର୍ଯ୍ୟ କରୁଛି । ଶ୍ରୀ ପଣ୍ଡାଙ୍କ ଧର୍ମପତ୍ନୀ ଶ୍ରୀମତୀ ଜାଗିମଙ୍ଗତ ପଣ୍ଡା ଓ ଟିଭିର ନିର୍ଦ୍ଧେଶକ ଥିବାବେଳେ ଓରିଟେଲ କମୁ୍ୟନିକେସନରେ ପରିଚାଳନା ନିର୍ଦ୍ଧେଶିକା ଅଛନ୍ତି । ଶ୍ରୀ ପଣ୍ଡାଙ୍କ ଓରିଟେଲ କମୁ୍ୟନିକେସନର ୫,୮୦,୦୪୨ (୧.୯୧୦%) ଅଂଶଧନ ଥିବାବେଳେ ଶ୍ରୀ ପଣ୍ଡା ଓ ଶ୍ରୀମତୀ ପଣ୍ଡା ଉଭୟଙ୍କର ମୋଟ ୮,୫୦,୪୯୦ ଅଂଶଧନ ରହିଛି ଯାହା କମ୍ପାନୀର ୨.୮୦୧ ପ୍ରତିଶତ ।

ଦଳ ବିରୋଧି କାର୍ଯ୍ୟପାଇଁ ଶ୍ରୀ ପଣ୍ଡା ଦଳରୁ ନିଲମ୍ବନ ହେବାପରେ ଗଣମାଧ୍ୟମର ପ୍ରଚଳିତ ପରମ୍ପରା ମର୍ଯ୍ୟାଦା, ନିୟମ ଓ ନୀତିକୁ ଜଳାଞ୍ଜଳି ଦେଇ ଶ୍ରୀ ପଣ୍ଡା ଓ ଟିଭିକୁ ବିଜେଡ଼ି  ବିରୁଦ୍ଧରେ ଅସ୍ତ୍ର ଭାବରେ ବ୍ୟବହାର କରୁଛନ୍ତି । ସଂପ୍ରତି ବିଜେପୁର ଉପ-ନିର୍ବାଚନରେ ଓ ଟିଭିର ସମ୍ବାଦ ପ୍ରସାରଣ ତର୍ଜମା ପରେ ଏହା ସ୍ପଷ୍ଟ ହୋଇଯାଇଛି । ଓଟିଭି ଖୋଲାଖୋଲି ଭାବରେ ବିଜେପି ପ୍ରାର୍ଥୀଙ୍କ ପ୍ରଚାରରେ ଲାଗିଛି । ଓ ଟିଭି ଏବେ ବିଜେପି ଟିଭିରେ ପରିଣତ ହୋଇଯାଇଛି ।

ବିଜେପୁର ଉପ-ନିର୍ବାଚନ ଘୋଷଣା ପରଠୁ ଓ ଟିଭିର ସମ୍ବାଦ, ସମ୍ବାଦ ପ୍ରସାରଣ, ବ୍ରେକିଂ ନୁ୍ୟଜ ସ୍କ୍ରୋଲ, ପ୍ୟାନେଲ ଡିସକସନ, ଡିବେଟ, ଜନମଂଚ କାର୍ଯ୍ୟକ୍ରମ ଆଦିକୁ ତର୍ଜମା କଲେ ଜଣାପଡେ ଯେ, ଓଟିଭି ପୁରାପୁରି ପକ୍ଷପାତିତା କରୁଛି । ବସ୍ତୁତଃ ଓଟିଭି ବିଜେପି ପ୍ରାର୍ଥୀଙ୍କ ପ୍ରଚାରଯନ୍ତ୍ର ପାଲଟିଯାଇଛି । ଏହା ସରୋଗେଟ ବିଜ୍ଞାପନ ଓ ପେଡ୍ ନୁ୍ୟଜ୍ର ଅନ୍ତର୍ଗତ ବୋଲି ଆଜି ବିଜୁ ଜନତା ଦଳ ପକ୍ଷରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇଛି ।

ନିର୍ବାଚନ କମିଶନ ପେଡ୍ ନୁ୍ୟଜ୍ ସୀମା ଓ ରୂପରେଖ ସଂପର୍କରେ ସ୍ପଷ୍ଟଭାବେ ନିର୍ଣ୍ଣୟ କରିଛନ୍ତି । ଓ ଟିଭିର ସମସ୍ତ କାର୍ଯ୍ୟକ୍ରମ, କାର୍ଯ୍ୟଧାରା ଓ ସମ୍ବାଦ ପରିବେଷଣ ଆଭିମୁଖ୍ୟ ବିଜେପିକୁ ଓ ବିଜେପି ପ୍ରାର୍ଥୀଙ୍କୁ ସୁହାଇବା ଦେଖାଯାଉଛି । ଏହା ନିର୍ବାଚନ କମିଶନଙ୍କ ଧାର୍ଯ୍ୟସୀମାରେଖା ଉଲ୍ଲଙ୍ଘନ କରୁଥିବାରୁ ଏ ସମସ୍ତ ଖର୍ଚ୍ଚକୁ ହିସାବ କରି ବିଜେପି ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚରେ ଅନ୍ତର୍ଭୁକ୍ତ କରିବାକୁ ମୁଖ୍ୟ ନିର୍ବାଚନଙ୍କ ଅଧିକାରୀଙ୍କ ନିକଟରେ ବିଜେଡି ଦାବି କରିଛି ।

ଓଟିଭି ଏବଂ ଶ୍ରୀ ପଣ୍ଡାଙ୍କ କାର୍ଯ୍ୟକଳାପ ସଂପର୍କରେ ଓଡ଼ିଶାର ସାଧାରଣ ଲୋକମାନେ ଭଲଭାବରେ ଜାଣନ୍ତି । ନିଜର ବ୍ୟକ୍ତିଗତ ସ୍ୱାର୍ଥ ସାଧନ ଓ ବିରୋଧୀ ଗୋଷ୍ଠୀ ବିରୁଦ୍ଧରେ ଗଣମାଧ୍ୟମର ଅପପ୍ରୟୋଗ ସାମ୍ବାଦିକତାର ପ୍ରତିଷ୍ଠିତ ଓ ଅନୁସୃତ ନୀତି ଓ ନୈତିକତାର ବିରୋଧୀ । ଏହି ପରିପ୍ରେକ୍ଷୀରେ ଓ ଟିଭି ବିରୁଦ୍ଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ପେଡ୍ ନୁ୍ୟଜ୍କୁ ବିଜେପି ପ୍ରାର୍ଥୀଙ୍କ ଖର୍ଚ୍ଚ ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ବିଜୁ ଜନତା ଦଳ ପକ୍ଷରୁ ଦାବି କରାଯାଇଛି ବୋଲି ଶ୍ରୀ ପାତ୍ର ଓ ଶ୍ରୀ ଦେବ କହିଛନ୍ତି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

2 + 20 =