ଉଚ୍ଚ ବିଦ୍ୟାଳୟ ସ୍ତରୀୟ ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସବ

ରାଉରକେଲା, ୨୦/୦୧/୨୦୨୪ (ଓଡ଼ିଶା ସମାଚାର)- ସେକ୍ଟର ୨୦ସ୍ଥିତ କୋଏଲ ବିଦ୍ୟାପୀଠ ଠାରେ ଉଚ୍ଚ ବିଦ୍ୟାଳୟ ସ୍ତରୀୟ ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାପୀଠ ର ପ୍ରଧାନ ଶିକ୍ଷକ କମଳାକାନ୍ତ ରାଉତ ଙ୍କ ସଭାପତିତ୍ବ ଓ ବରିଷ୍ଠ ଶିକ୍ଷକ ଅରୁଣ କୁମାର ସ୍ବାଇଁଙ୍କ ମଞ୍ଚ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ଭାବେ ବିଶ୍ରା ସହ ଶିକ୍ଷାଧିକାରୀ ଆରତୀ ପ୍ରଧାନ,କବି ତଥା ନାଟ୍ୟ ନିର୍ଦ୍ଦେଶକ ଅଭିରାମ ପ୍ରଧାନ, କବୟିତ୍ରୀ ସସ୍ମିତା ପ୍ରଧାନ, ପରିଚାଳନା କମିଟିର ପ୍ରାକ୍ତନ ସଭାପତି ତଥା ବର୍ତ୍ତମାନର ସଦସ୍ୟ ପଦ୍ମନାଭ ଦାଶ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଭାଷା ସାହିତ୍ୟ ଓ ସୃଜନଶୀଳତା ସମ୍ପର୍କରେ ଆଲୋଚନା କରିଥିଲେ। ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ ଭାଷାରୁ ସୃଷ୍ଟି ସାହିତ୍ୟ। ସାହିତ୍ୟ ଆମ ସମାଜରେ ଥିବା ତୃଟି ବିଚ୍ୟୁତି କୁ ସୁଧାରିବାରେ ସାହାଯ୍ୟ କରିଥାଏ। ମନରେ ଦୃଢ଼ତା ଓ ଭାଷାରେ ମନ କିଣି ପାରିଲେ ସାହିତ୍ୟ। ସୃଜନଶୀଳତା ବ୍ୟକ୍ତିଙ୍କୁ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଥାଏ। ଶିକ୍ଷା ପ୍ରତି ପ୍ରତିବଦ୍ଧତା, ମନରେ ଦୃଢ଼ତା ଓ ଆଭ୍ୟନ୍ତରୀଣ ଗୁଣର ବିକାଶ ପାଇଁ ଅତିଥିବୃନ୍ଦ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ପ୍ରାରମ୍ଭରେ ପ୍ରଧାନ ଶିକ୍ଷକ ଶ୍ରୀ ରାଉତ ସଭାପତିତ୍ବ ଅଭିଭାଷଣ ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମରେ କବିତା ପାଠ, ଗଳ୍ପ ପାଠ ସହ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ପଦ୍ମଲୋଚନ ଦାଶ, ଅଦ୍ଵୈତ ପ୍ରସାଦ ନାୟକ, ଆରତୀ ମହାନ୍ତି, ସରୋଜ କୁମାର ସାହୁ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ତଥା କର୍ମଚାରୀ ଉପେନ୍ଦ୍ରନାଥ ଷଡ଼ଙ୍ଗୀ, କ୍ଷୀରୋଦ ସେଠୀ,ରତନ ଦୀକ୍ଷିତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ବରିଷ୍ଠ ତଥା ପ୍ରାକ୍ତନ ପ୍ରଧାନ ଶିକ୍ଷକ କିଶୋର ମୋହନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଅଭିଭାବକମାନେ ଯୋଗ ଦେଇ ଥିଲେ।

Leave a Reply

Your email address will not be published. Required fields are marked *