ଟ୍ରଷ୍ଟ ପକ୍ଷରୁ ଶୀତବସ୍ତ୍ର ଓ କମ୍ବଳ ବଂଟନ

କେନ୍ଦ୍ରାପଡା, ୧୯/୦୧/୨୦୨୪ (ଓଡ଼ିଶା ସମାଚାର)- ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ବାନ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅଯୋଧ୍ୟାନଗରସ୍ଥିତ କେନ୍ଦ୍ରାପଡା ପୌରସଂସ୍ଥା ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ରଛାତ୍ରୀ, କଜଳାସ୍ଥିତ ନିମାଇଁ ଚରଣ ମାନସିକ ନୁ୍ୟନତା ସଂସ୍ଥାନର ଛାତ୍ରଛାତ୍ରୀ ଓ ଦଧିବାମନଜୀଉ ମୁକ ବଧିର ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଗରଦପୁର ବ୍ଲକ ଅନ୍ତର୍ଗତ କୋରୁଆ ସ୍ଥିତ ବାସୁଦେବ ଜାଗୃତି ଗୃହର ଅନ୍ତେବାସୀମାନଙ୍କୁ ଶାଲ, ବେଡସିଟ, ଦରୀ ଓ କମ୍ବଳ ପ୍ରଦାନ କରାଯାଇଛି । ଟ୍ରଷ୍ଟର ମୁଖ୍ୟ ପୃଷ୍ଠପୋଷକ ଆମେରିକାର ଆଲାସ୍କା ବିଶ୍ୱବିଦ୍ୟାଳୟର ଏମିରିଟସ୍ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସ ଉପରୋକ୍ତ ଅନୁଷ୍ଠାନଗୁଡିକରେ ପହଂଚି ଶୀତବସ୍ତ୍ର ବଂଟନ କରିବା ସହ ପିଲାମାନଙ୍କ ଉଜ୍ଜ୍ୱଳ  ଭବିଷ୍ୟତ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ହିମାଂଶୁ ଭୂଷଣ ଦାସ, ଜିଲା ପ୍ରତିଭା ପୂଜା ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତି, ପ୍ରକାଶ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *