ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ଦଶରଥପୁର, ୧୮/୦୧/୨୦୨୪ (ଓଡ଼ିଶା ସମାଚାର)- ଆଜି ଦଶରଥପୁର ବ୍ଲକ ପ୍ରଶାସନ ପକ୍ଷରୁ ଦଶରଥପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି । ଏହି ଶିବିରଟିକୁ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତିନିଧି କର୍ଣ୍ଣାଟ କେଶରୀ ଦାସ ଫିତାକାଟି ଉଦଘାଟନ କରିଥିଲେ । ଦଶରଥପୁର ବ୍ଲକ ଅଧ୍ୟକ୍ଷ ଦିଗମ୍ବର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟଅତିଥି ରୂପେ କର୍ଣ୍ଣାଟ କେଶରି ଦାସ, ସମ୍ମାନିତ ଅତିଥିଭାବେ ବିଂଝାରପୁର ବିଧାୟିକା ତଥା ବାଚସ୍ପତିଙ୍କ ପ୍ରତିନିଧି ପ୍ରଦୀପ କୁମାର ମହାନ୍ତି, ଦଶରଥପୁର ବ୍ଲକର ବିଡ଼ିଓ ଆକାଶ ପଟ୍ଟନାୟକ, ବ୍ଲକ ଶିକ୍ଷା ଅଧିକାରୀ ଅର୍ଣ୍ଣଦା ପ୍ରସାଦ ରଣା, ୬ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟା ମାମିନା ମଲ୍ଲିକ, ୫ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟା ମନସ୍ବିନୀ ଦାସ, ଦଶରଥପୁର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କ୍ରାନ୍ତି କୁମାରୀ ସ୍ନିଗ୍ଧା ସଂଘମିତ୍ରା ଜେନା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରବୀନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇଥିଲେ । ବ୍ଲକ ପ୍ରଶାସନ ତରଫରୁ ଭିନ୍ନକ୍ଷମ ମାନଙ୍କ ଡାକ୍ତରୀ ପରୀକ୍ଷା ସୁବିଧା ପାଇଁ ୫ଟି ବିଭାଗରେ ବିଭକ୍ତ କରାଯାଇ ପରୀକ୍ଷା କରାଯାଉଥିଲା । ଚକ୍ଷୁ ବିଭାଗ, କର୍ଣ ନାସା ଗଳା, ମାନସିକ ବିଭାଗ, ଅସ୍ଥି ଶଲ୍ୟ ବିଭାଗ, ଭେଷଜ ବିଭାଗରେ ନାମ ପଞ୍ଜିକରଣ କରାଯାଇ ପରୀକ୍ଷା ନିରୀକ୍ଷା କରାଯାଇଥିଲା । ଶାରୀରିକ ବିକଳାଙ୍ଗ ମାନଙ୍କ ପାଇଁ ହ୍ଵିଲ ଚେୟାର ବ୍ୟବସ୍ଥା ସହ ଅନ୍ୟ ଭିନ୍ନକ୍ଷମ ମାନଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ବ୍ଲକ ପ୍ରଶାସନିକ ଅଧିକାରୀ ମାନେ ସହଯୋଗ କରୁଥିବାର ପରିଲିକ୍ଷିତ ହୋଇଥିଲା । ଏହି ଶିବିରରେ ମୋଟ ୨୦୩ ଜଣ ରୋଗି ପଞ୍ଜିକୃତ କରିଥିଲେ । ସେହିପରି ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଖାଦ୍ୟ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିବା ବେଳେ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ରାହାସ ବିହାରୀ ଜେନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ବ୍ଲକର ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *