ଜଗନ୍ନାଥ ସଂସ୍କୃତି ଆଲୋଚନାଚକ୍ର

ନିରାକାରପୁର,୧୮/୦୧/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ମଳିପଡ଼ାସ୍ଥ କବି ପ୍ରସନ୍ନ ପାଟ୍ଟଶାଣୀ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ -ଓ ର ଭାଷା ସାହିତ୍ୟ ଓ ସଂସ୍କୃତି କାର୍ୟ୍ୟକ୍ରମର ଦ୍ୱିତୀୟ ଦିବସ ସମ୍ପନ୍ନହୋଇଯାଇଛି । ଆଜିର ଏହି କାର୍ୟ୍ୟକ୍ରମରେ ଓଡ଼ିଆ ସଂସ୍କୃତି ଆଧାରିତ ଗଳ୍ପ କଥନ,ସ୍ଲୋଗାନ ଓ ଗଳ୍ପ ଲିଖନ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ କାର୍ୟ୍ୟକ୍ରମ ରେ ଅଧ୍ୟକ୍ଷ ଶ୍ରୀ ମିହିର ଚନ୍ଦ୍ର ମହାପାତ୍ର ପୌରହିତ କରିଥିଲେ । ଜଗନ୍ନାଥ ସଂସ୍କୃତିର ଗବେଷକ ତଥା ପ୍ରଚାରକ ଡ଼କ୍ଟର ପୂର୍ଣ୍ଣଚନ୍ଦ୍ର ଦାସ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଜଗନ୍ନାଥଙ୍କ ମହିମା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ୟ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଯୋଗଦାନ ଦେଇଥିଲେ । ଅଧ୍ୟାପକ ଶ୍ରୀ ପ୍ରାଣେଶ୍ୱର ଜୟସିଂହ ମଞ୍ଚ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *