ଓଡ଼ିଶା ସମାଚାର

ଯନ୍ତ୍ର ସଙ୍ଗୀତ ସଂଚାଳନା ସହିତ ମଣିପୁରି ଓ ଛଉ ନୃତ୍ୟରେ ମନ୍ତ୍ରମୁଗ୍ଧ ଦର୍ଶକ – ଧଉଳୀ କଳିଙ୍ଗ ମହୋତ୍ସବ ଆରମ୍ଭ

 Current News

ଯନ୍ତ୍ର ସଙ୍ଗୀତ ସଂଚାଳନା ସହିତ ମଣିପୁରି ଓ ଛଉ ନୃତ୍ୟରେ ମନ୍ତ୍ରମୁଗ୍ଧ ଦର୍ଶକ – ଧଉଳୀ କଳିଙ୍ଗ ମହୋତ୍ସବ ଆରମ୍ଭ

ଯନ୍ତ୍ର ସଙ୍ଗୀତ ସଂଚାଳନା ସହିତ ମଣିପୁରି ଓ ଛଉ ନୃତ୍ୟରେ ମନ୍ତ୍ରମୁଗ୍ଧ ଦର୍ଶକ –  ଧଉଳୀ କଳିଙ୍ଗ ମହୋତ୍ସବ ଆରମ୍ଭ
February 09
21:52 2018

ଧଉଳୀ ୦୯/୦୨/୨୦୧୮ (ଓଡ଼ିଶା ସମାଚାର)-ଐତିହାସିକ ଧଉଳୀର ପାଦଦେଶରେ ରାଜ୍ୟ ପର୍ଯ୍ୟଟନ ବିଭାଗ, ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ଓ ଆର୍ଟ ଭିଜନ ଦ୍ୱାରା ଆୟୋଜିତ ୧୪ତମ ଧଉଳୀ କଳିଙ୍ଗ ମହୋତ୍ସବର ଆଜି ଥିଲା ଉଦଘାଟନ ସଂଧ୍ୟା  । ଖ୍ରୀଷ୍ଟପୂର୍ବ ୩ୟ ଶତାବ୍ଦୀରେ ଯେଉଁ ସ୍ଥାନରୁ ସମ୍ରାଟ ଅଶୋକ ଶାନ୍ତିର ବାର୍ତା  ପ୍ରଚାର କରିଥିଲେ ସେହି ସ୍ଥାନରୁ ଆଜି ଝଙ୍କୃତ ହେଉଥିଲା ଯନ୍ତ୍ର ସଙ୍ଗୀତ, ମଣିପୁରି ନୃତ୍ୟ ଓ ଛଉ ନୃତ୍ୟର ଅପୂର୍ବ ଛନ୍ଦ ଓ ମୁର୍ଚ୍ଛନା  ।  ଓଡ଼ିଶାର ସଂସ୍କୃତି, ନୃତ୍ୟ, ସଙ୍ଗୀତ, ସାମରିକ କଳା ଓ ପରମ୍ପରାକୁ ଦେଶ ତଥା ଦେଶ ବାହାରେ ପ୍ରଚାର ଓ ପ୍ରସାର କରିବା ଏହି ଉତ୍ସବର ମୁଖ୍ୟ ଉର୍ଦ୍ଧେଶ୍ୟ  ।
ଏ ବର୍ଷ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ଦ୍ୱାରା ପ୍ରଦତ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସମ୍ମାନ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ କ୍ଷେତ୍ର ପାଇଁ ଡ଼. ଏସ. କେ. ତାମୋଟିଆ, ଶ୍ରୀ ଅତୁଲ୍ୟ ମହାକୁଡ଼, ଗୁରୁ ଧନେଶ୍ୱର ସ୍ୱାଇଁ ଏବଂ ଶ୍ରୀ ଭାଗିରଥି ଦାସଙ୍କୁ ପ୍ରଦାନ କରାଯାଇଥିଲା  ।    1

ସଂଧ୍ୟାର ପ୍ରଥମ ପରିବେଷଣ ଥିଲା ସିବାଙ୍ଗୀ ଅନୁଷ୍ଠାନ ଦ୍ୱାରା ଯନ୍ତ୍ର ସଙ୍ଗୀତ ପରିବେଷଣ  । ସେମାନଙ୍କର ପରିବେଷଣ ଥିଲା ସମ୍ମନୟ, ତାଳ ସହିତ ସ୍ମୃତି ମଧୁର  । ତାଙ୍କର ସମସ୍ତ ପ୍ରସ୍ତୁତି ଶାସ୍ତ୍ରୀୟ ସଙ୍ଗୀତ ସହିତ ଆଧୁନିକର ମିଶ୍ରଣ ଥିଲା ଯାହା ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା  । ପରବର୍ତୀ ପ୍ରସ୍ତୁତି ଥିଲା ମଣିପୁରିର ଅଞ୍ଜିକା ସ୍କୁଲର କଳାକାରଙ୍କ ଦ୍ୱାରା ମଣିପୁରି ନୃତ୍ୟ  ।  ତାଙ୍କର ପ୍ରସ୍ତୁତିରେ ଥିଲା ଟୁ୍ୟରେଲ – ନଦୀର କର୍ଣ୍ଣପାତ  । ନଦୀ ଯେମିତି ଅଙ୍କା ବଙ୍କା ରାସ୍ତାରେ ଗତୀ କରି କେତେ ବାଧା ବିଘ୍ନ ସହି ତାର ଗନ୍ତବ୍ୟ ସ୍ଥଳିରେ ପହଂଚିଯାଏ ସେମିତି ମଣିଷ ଜୀବନ ସମସ୍ତ ବାଧା ବିଘ୍ନ ସହନ କରି ଆଗକୁ ବଢିଚାଲେ  । ମଣିଷ ଜୀବନକୁ ନଦୀ ସହିତ ତୁଳନାତ୍ମକ ଅନନ୍ୟ ପ୍ରସ୍ତୁତିଟିକୁ ଦର୍ଶକମାନଙ୍କ ଆଗରେ ପ୍ରତିପାଦିତ କରିଥିଲେ ପ୍ରିତୀ ପଟେଲ ଓ ସାଥୀ ମଣିପୁରି ନୃତ୍ୟ ମାଧ୍ୟମରେ  । ସଂଧ୍ୟାର ଶେଷ କାର୍ଯ୍ୟକ୍ରମ ଥିଲା ଶୁଭଶ୍ରୀ ମୁଖାର୍ଜୀ ଓ ସାଥୀଙ୍କ ଦ୍ୱାରା ଛଉ ନୃତ୍ୟ ପରିବେଷଣ  । ସେମାନଙ୍କ ପ୍ରସ୍ତୁତିରେ ଥିଲା ପଂଚଭୁତ  । ପୃଥିବୀ ଅର୍ଥ କଠିନ, ଜଳ ଅର୍ଥ ତରଳ, ଅଗ୍ନି ଅର୍ଥ ଗରମ, ପବନ ଅର୍ଥ ପ୍ରାଣ ଏବଂ ଇଥର ଅର୍ଥ ମହାକାଶ ଏହି ପଂଚଭୁତକୁ ନେଇ ସେମାନଙ୍କର ନୃତ୍ୟ ପରିବେଷଣ ଅତ୍ୟନ୍ତ ଚମକ୍ରାର ଓ ଭାବନାତ୍ମକ ହୋଇଥିଲା  । ଏହି କାର୍ଯ୍ୟକ୍ରମଟିର ନୃତ୍ୟ ସଂରଚନା କରିଥିଲେ ଗୁରୁ ଇଲିଆନା ସିତାରିଷ୍ଟ ଓ ସଙ୍ଗୀତ ସଂଯୋଜନା କରିଥିଲେ ଶାନ୍ତନୁ ମହାପାତ୍ର ଏବଂ ନିରଞ୍ଜନ ଭୋଳ  ।2
ସଂଧ୍ୟାର ଅତିଥିମାନେ ଥିଲେ ମାନ୍ୟବର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା, ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ଡ଼. ମୋନା ଶର୍ମା, ପର୍ଯ୍ୟଟନ ବିଭାଗର ନିର୍ଦ୍ଧେଶକ ଡ଼. ନିତିନ ଭାନୁଦାସ ଜାୱେଲେ, ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ସଭାପତି ଶ୍ରୀ ସତ୍ୟାନନ୍ଦ ମିଶ୍ର, ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ସମ୍ପାଦକ ଗୁରୁ ଅରୁଣା ମହାନ୍ତି ଓ ଆର୍ଟ ଭିଜନର ସମ୍ପାଦକ ଗୁରୁ ଇଲିଆନା ସିତାରିଷ୍ଟ  । କାର୍ଯ୍ୟକ୍ରମଟିକୁ ସଂଚାଳନା କରିଥିଲେ ଡ଼. ଶ୍ରୀନିବାସ ଘଟୁଆରୀ ଓ ମେଘନା ଦାସ  । ଓଡ଼ିଶା ସମାଚାର

3

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

twenty − 13 =