ଓଡ଼ିଶା ସମାଚାର

ବିଜେପୁର ଉପନିର୍ବାଚନ : ନାମାଙ୍କନପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ

 Current News

ବିଜେପୁର ଉପନିର୍ବାଚନ : ନାମାଙ୍କନପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ

February 07
15:19 2018

Congress Nomination

ଭୁବନେଶ୍ୱର, ୦୭/୦୨/୨୦୧୮ (ଓଡ଼ିଶା ସମାଚାର)-ବିଜେପୁର ଉପନିର୍ବାଚନ ଲାଗି କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି  । ମଙ୍ଗଳବାର ଦିନ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ସେ ତାଙ୍କ ପାର୍ଥୀପତ୍ର ଦାଖଲ କରିଥିଲେ  । ଏହି ଅବସରରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ , ପୂର୍ବତନ ମନ୍ତ୍ରୀ ରୀପୁନାଥ ସେଠ୍ , ପୂର୍ବତନ ପିସିସି ସଭାପତି ଜୟଦେବ ଜେନା , ରାଜ୍ୟ ସହ ପ୍ରଭାରୀ ଶୁଭଙ୍କର ସରକାର , ସତ୍ୟ ଭୂଷଣ ସାହୁ , ସାଧୁ ନେପାକ, ଶ୍ରୀକାନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ  । ଏହା ପୂର୍ବରୁ ଦଳୀୟ ନେତା ଓ କର୍ମୀ ମାନେ ଗୋରୁ ବଜାର ଠାରୁ ଏକ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ  । ମଙ୍ଗଳବାର ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ଥିଲା । ଆସନ୍ତା ଫେବୃଆରୀ ୨୪ ତାରିଖରେ ବିଜେପୁର ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ  । ଏହା ପୂର୍ବରୁ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ଓ ବିଜେଡି ପ୍ରାର୍ଥିନୀ ରୀତା ସାହୁ ପ୍ରାର୍ଥୀ ପତ୍ର ଦାଖଲ କରିସାରିଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

20 − 16 =