ଓଡ଼ିଶା ସମାଚାର

ସେଲ୍ ହସ୍ପିଟାଲରେ ଫିଜିଓ ଥେରାପି ୟୁନିଟ ଉଦ୍ଘାଟିତ

 Current News

ସେଲ୍ ହସ୍ପିଟାଲରେ ଫିଜିଓ ଥେରାପି ୟୁନିଟ ଉଦ୍ଘାଟିତ

February 07
05:06 2018

ରାଉରକେଲା, ୦୭/୦୨/୨୦୧୮ (ଓଡ଼ିଶା ସମାଚାର)-ଗତ ଜାନୁୟାରୀ ୩୧ ତାରିଖରେ ଫର୍ଟିଲାଇଜର ୂସେଲ ହସ୍ପିଟାଲରେ ଫିଜିଓ ଥେରାପି ବିଭାଗ ଉଦ୍ଘାଟିତ ହୋଇଯାଇଛି  । ଆଇଜିଏଚ୍ ର ନିର୍ଦ୍ଧେଶକ କେ.ସି. ମହାନ୍ତ ଏହାକୁ ଶୁଭ ଉଦ୍ଘାଟନ କରିଥିଲେ । ଦକ୍ଷିଣ ରାଉରକେଲାରେ ବସବାସ କରୁଥିବା ଇସ୍ପାତ କାରଖାନାର କର୍ମଚାରୀ ମାନେ ଫିଜିଓ ଥେରାପି ପାଇଁ ସମ୍ପୂର୍ଣ୍ଣ ଭାବରେ ଆଇଜିଏଚ ଉପରେ ନିର୍ଭର କରୁଥିବାରୁ ସେକ୍ଟର-୨୨ ଏମ୍ପ୍ଲୋଇଜ ୱେଲଫେୟାର ଟ୍ରଷ୍ଟର କର୍ମକର୍ତାମାନେ ବହୁଦିନ ଧିରି ଆଇଜିଏଚ୍ କତୃପକ୍ଷଙ୍କୁ ଏ ବାବଦରେ ଦାବୀ ପ୍ରଦାନ କରିଥିଲେ । ଯାହାର ଫଳସ୍ୱରୂପ ଏଠାରେ ଉକ୍ତ ୟୁନିଟ୍ଟି ଉଦ୍ଘାଟିତ ହୋଇଯାଇଛି । ଉକ୍ତ ଫିଜିଓ ଥେରାପି ୟୁନିଟ୍ ଉଦଘାଟନ ଅବସରରେ ଆଇଜିଏଚ୍ ର ଡାକ୍ତର ଅନିଲ କୁମାର ଦତ, ଡା. ଇନ୍ଦ୍ରାଣୀ ସାହୁ, ଡା. ଅକ୍ଷୟ କୁମାର ସାମଲ, ଡା. ବିରଂଚି ନାରାୟଣ ପଣ୍ଡା ଓ ଟ୍ରଷ୍ଟର କର୍ମକର୍ତା କ୍ଷୀରୋଦ ପଶାୟତ, ଶିବ ଶଙ୍କର ନାୟକ, ରାମଚନ୍ଦ୍ର ଗିରି, ଶୁକାନ୍ତ ମହାନ୍ତି, ୟୁଧିଷ୍ଠିର ପଶାୟତ, ସଂଜୀବ ମୁର୍ମୁ, ଗୀତାଂଜଳୀ ରାଉତ, ତ୍ରୀଲୋଚନ ସୁନ୍ୟାନି, କ୍ଷେତ୍ରମୋହନ ସେଠୀ, ବ୍ରଜ ନାୟକ, ସୋନାଲି ବାନାର୍ଜି, ସଂଜୁ ସିଂ, କେ. ସୁଜାତା ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

two × two =