ଦତ୍ତପୁର ପଞ୍ଚାୟତରେ ଜୟ ଜଗନ୍ନାଥ ଅର୍ପଣ ରଥକୁ ଭବ୍ୟ ସମ୍ବର୍ଦ୍ଧନା

                                           ନାମ ସଂକୀର୍ତ୍ତନର ତାଳେ ତାଳେ ନାଚିଲେ ମହିଳା ଓ ପୁରୁଷ

ଦଶରଥପୁର, ୧୪/୦୧/୨୦୨୪ (ଓଡ଼ିଶା ସମାଚାର)- ଦଶରଥପୁର ବ୍ଲକ ଦତ୍ତପୁର ପଞ୍ଚାୟତରେ ମହାପ୍ରଭୁ ଜଗନ୍ନାଥଙ୍କ ଅର୍ପଣ ରଥ ପରିକ୍ରମା ଗୁରୁବାର ଠାରୁ ଆରମ୍ଭ ହୋଇଥିବା ବେଳେ ଆଜି ଅର୍ପଣ ରଥ ପରିକ୍ରମା କାର୍ଯ୍ୟ ଶେଷ ହୋଇଛି  । ଏହି ପରିକ୍ରମା କାର୍ଯ୍ୟ ୪ ଦିନ ବ୍ୟାପି  ଅନୁଷ୍ଠିତ ହୋଇଥିବା ବେଳେ ଅର୍ପଣ ରଥ ପଞ୍ଚାୟତର  ଅର୍ଦ୍ଦାଉଳିଆ , ଦତ୍ତପୁର, ଦେୱାନପାଟଣା, ଦିହୁଡି ସାହି, ହେମନ୍ତପୁର, ବାଲିପାଟଣା ଆଦି ସମସ୍ତ ଗାଁକୁ ଯିବା ସହ  ଘରକୁ ଘର ପରିକ୍ରମା କରାଯାଇଥିଲା । ଅର୍ପଣ ରଥ ପ୍ରତି ଘର ନିକଟରେ ପହଞ୍ଚିବା ପରେ  ଘରର ମହିଳା ମାନେ ରଥ ନିକଟରେ ପୂଜାର୍ଚନା କରିବା ସହ  ଜଗନ୍ନାଥଙ୍କ ଉଦେଶ୍ୟରେ ମୁଠାଏ ଅରୁଆ ଚାଉଳ, ଗୁଆ,  ନଡ଼ିଆ ଓ ଭୋଗ ଆଦି ପ୍ରଦାନ କରିଥିଲେ  ।  ଦତ୍ତପୁର ପଞ୍ଚାୟତର ସରପଞ୍ଚ ଶୁଚିସ୍ମିତା ମହାନ୍ତି ଅର୍ପଣ ରଥର ଶୁଭାରମ୍ଭ କରିବା ସହ ଅର୍ପଣ ହାଣ୍ଡି ଧରିଥିଲେ ।  ସଂକୀର୍ତ୍ତନ ମଣ୍ଡଳୀଙ୍କ ଭଜନ ତାଳେ ତାଳେ ମହିଳା ଓ ପୁରୁଷମାନେ  ଭାବ ବିହୋଳ ହୋଇ ନାଚିଥିଲେ  । ପଞ୍ଚାୟତର ଶତାଧିକ ଜନସାଧାରଣଙ୍କ ଉପସ୍ଥିତିରେ ମଠର ମହନ୍ତ ସୁଦର୍ଶନ ଶାନ୍ତ ପୂଜା ଅର୍ଚନା କରିଥିଲେ । ପ୍ରତେକ ଘର ଆଗରେ ଝୋଟି, ଚିତା  ପକାଇବା ସହ ମୁରୁଜ ପକାଇ ଜଗନ୍ନାଥଙ୍କର ମୂର୍ତ୍ତି ମହିଳାମାନେ ଆଙ୍କିବା ସହ ଜଗନ୍ନାଥଙ୍କ ରଥ ପାଇଁ ଭୋଗ କରିବା ସହିତ ନଡ଼ିଆ, ଅରୁଆ ଚାଉଳ, ଗୁଆ ସହିତ ଟଙ୍କା ଆଦି ପ୍ରଦାନ କରିଥିଲେ  । ଦତ୍ତପୁର ପଞ୍ଚାୟତର  ଯୁବ ସମାଜସେବୀ  ପ୍ରଶାନ୍ତ ମହାନ୍ତିଙ୍କ ପ୍ରତେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ  ଅକ୍ଷୟ ଭୂୟାଁ, ଦାମୋଦର ରାଉତ, କମାରଡ଼ିହି ପାକ୍ସ ସଭାପତି ଭାଗିରଥି ସାହୁ, ଖାନନଗର ପଞ୍ଚାୟତର ସରପଞ୍ଚ ଶୁଭଶ୍ରୀ ମଲ୍ଲିକ, ଯାଜପୁର ଜିଲ୍ଲା ଯୁବ ବିଜେଡି ଉପସଭାପତି ବିରଜା ମଲ୍ଲିକ, ଅଭିଜିତ ମହାନ୍ତି, ଗଦାଧର ନାୟକ, ବିକ୍ରମ ରାଉତ  ପ୍ରମୁଖ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା  । ଶଙ୍ଖ ହୁଳହୁଳିରେ ଗାଁ ଦାଣ୍ଡ ପ୍ରକମ୍ପିତ ହୋଇଉଠିଥିଲା ।

Leave a Reply

Your email address will not be published. Required fields are marked *