ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ

ନିରାକାରପୁର,୧୩/୦୧/୨୦୨୪ (ଓଡ଼ିଶା ସମାଚାର)- ତିନିଦିନ ଧରି ଅନୁଷ୍ଠିତ ହୋଇଯାଇଥିବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଅଷ୍ଟବିଂଶତମ ବିଦ୍ୟାଳୟସ୍ତରୀୟ ବାର୍ଷିକ କ୍ରୀଡା କ୍ଷେତ୍ରବାସୀ ଡି.ଏ.ଭି ମହାବିଦ୍ୟାଳୟ ପ୍ରାଙ୍ଗଣରେ ମହାସମାରୋହରେ ଉଦଯାପିତ ହୋଇଯାଇଛି । ମଂଚାସୀନ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ବିଦ୍ୟାଳୟର ସଂପାଦକ ଶ୍ରୀଯୁକ୍ତ ବିଭୁତି ଭୂଷଣ ଆଚାର୍ଯ୍ୟ ଛାତ୍ରଛାତ୍ରୀମାନେ କିପରି ଆଗାମୀ କାଲି ପାଇଁ ନିଜକୁ ପ୍ରସ୍ତୁତ କରିପାରିବେ ସେ ବିଷୟରେ ମତବ୍ୟକ୍ତ କରିଥିଲେ । ବିଦ୍ୟାମନ୍ଦିରର ଆଚାର୍ଯ୍ୟ ନିହାର ରଂଜନ ସାମନ୍ତସିଂହାର ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୁବ ସମାଜ ସେବୀ ଶ୍ରୀଯୁକ୍ତ ଶୁଭମ ଦାଶ ନିଷ୍ଠାପର ଉଦ୍ୟମ ବଳରେ ସମସ୍ତ କ୍ଷେତ୍ରରେ ସୁଫଳ ମିଳିପାରିବ ବୋଲି ବିଦ୍ୟାର୍ଥୀଙ୍କ ଉଦ୍ଧେଶ୍ୟରେ ତାଙ୍କ ବକ୍ତବ୍ୟ ରଖିଥିଲେ । ପ୍ରଧାନ ଆଚାର୍ଯ୍ୟା ନଳିନୀ ରଥ ତାଙ୍କ ବକ୍ତବ୍ୟରେ କ୍ରୀଡା ଯୋଗୁଁ ଶିଶୁର ମାନସିକ ଓ ବୌଦ୍ଧିକ ବିକାଶ ଘଟିଥାଏ ବୋଲି କହିଥିଲେ ଆଚାର୍ଯ୍ୟ ବିନୋଦ ବିହାରୀ ସେଠୀ ସଭା ପରିଚାଳନା ଓ କ୍ରୀଡା ପ୍ରମୁଖ ଆଚାର୍ଯ୍ୟ ପବିତ୍ର କୁମାର ରାଉତରାୟ କ୍ରୀଡାର ବୃତ କଥା ପଠନ କରିଥିଲେ । ଏହି କ୍ରୀଡାରେ ୪ଟି ବିଭାଗର ୪୯ ଇଭେଂଟରେ ବିଦ୍ୟା ମନ୍ଦିରର ୮୩୫ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ ସମସ୍ତ ଇଭେଂଟରୁ ପ୍ରଥମ , ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାରୀ କରିଥିବା ପ୍ରତିଯୋଗୀମାନଙ୍କୁ ମାନପତ୍ର ସହିତ ମେଡାଲ ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ବରିଷ୍ଠ ବିଭାଗର ପ୍ରିୟଦର୍ଶିନୀ ଛୋଟରାୟ , ଆଦିତ୍ୟ ନାରାୟଣ ରଣବିର , ଉପବରିଷ୍ଠ ବିଭାଗର ପ୍ରିୟଙ୍କା ମହାପାତ୍ର ଓ କନିଷ୍ଠ ବିଭାଗର ଦୁର୍ଗା ପ୍ରସାଦ ସାମନ୍ତସିଂହାର ଚମ୍ପିୟାନ ପୁରସ୍କାର ପାଇ ବିଦ୍ୟାମନ୍ଦିରର ମାନ ବଢାଇଛନ୍ତି । ଆଚାର୍ଯ୍ୟା ସନ୍ଧ୍ୟାରାଣୀ ବାହିନୀପତି , ଛାତ୍ରଛାତ୍ରୀମାନଙ୍କୁ ପ୍ରଶଂସା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଅତିଥିମାନଙ୍କ ଦ୍ୱାରା ଜ୍ୟୋତି ନିର୍ବାପନ କରାଯାଇ ପତାକା ଅବତରଣ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଦ୍ୟାମନ୍ଦିରର ଆଚାର୍ଯ୍ୟା ରାଜଲକ୍ଷ୍ମୀ ବଳିୟାରସିଂହ,ରଶ୍ମିପ୍ରଭା ପୁରୋହିତ , କବିତା ପ୍ରଧାନ, ସାଧନା ମହାପାତ୍ର , ସୁମିତ୍ରା ସେନାପତି , ବୀଣାପାଣି ଦାସ , ଆଚାର୍ଯ୍ୟ ଗୋପାଳ ଚନ୍ଦ୍ର ବେହେରା , ମନୋରଞ୍ଜନ ଦାସ , ସର୍ବେଶ୍ୱର ବେହେରା , ଆଦିତ୍ୟ ସାମନ୍ତସିଂହାର , ସଂଜୟ କୁମାର ସେଠୀ , ଜିତେନ୍ଦ୍ର କୁମାର ପୃଷ୍ଟି ଓ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *