ନୃତ୍ୟାୟନା ଟ୍ରଷ୍ଟର ଷଷ୍ଠବାର୍ଷିକ ଉତ୍ସବ

                                  ଓଡ଼ିଶୀ ନୃତ୍ୟର ତାଳେ ତାଳେ ନାଚିଲେ ୭୦ରୁ ଉଦ୍ଧ୍ୱର୍  କୁନକୁନି ନୃତ୍ୟଶିଳ୍ପୀ

ଭୁବନେଶ୍ୱର,୧୨/୦୧/୨୦୨୪ (ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)- ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ‘ନୃତ୍ୟାୟନା ଟ୍ରଷ୍ଟ’ର ଷଷ୍ଠତମ ବାର୍ଷିକ ଉତ୍ସବ ଭୁବନେଶ୍ୱରସ୍ଥିତ ଭଞ୍ଜ କଳାମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶୀ ନୃତ୍ୟର ବ୍ୟାପକ ପ୍ରଚାର, ପ୍ରସାର ଓ ପିଲାମାନଙ୍କୁ ଓଡ଼ିଶୀ ନୃତ୍ୟ ଶିକ୍ଷା ଦେବାରେ ନୃତ୍ୟାୟନା ଟ୍ରଷ୍ଟ ବିଗତ ୬ ବର୍ଷ ଧରି କାର୍ଯ୍ୟକରି ଆସୁଅଛି । ଏହି ଉତ୍ସବ କୁ ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟଗୁରୁ ଇଲିଆନା ସୀତାରିଷ୍ଟ ଉଦ୍ଘାଟନ କରିଥିଲେ । ନୃତ୍ୟଗୁରୁ ସୁନିତା ମହାରାଣାଙ୍କ ଶିକ୍ଷାଦାନରେ ୭୦ରୁ ଉଦ୍ଧ୍ୱର୍ କୁନିକୁନି ପିଲାମାନେ ଓଡ଼ିଶୀ, ମାହାରୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । ଓଡ଼ିଶୀ ନୃତ୍ୟ ପାଇଁ ଗୋକୁଲ ଶ୍ରୀ ଦାସ ଏବଂ ଶିଖା ପଟ୍ଟନାୟକଙ୍କୁ , ସାମ୍ବାଦିକତା ପାଇଁ ସୁମିତ୍ରା ସାହୁ, କବିତା ସ୍ୱାଇଁ ଓ ସରୋଜ ରଞ୍ଜନ ବେହେରା ଙ୍କୁ ନୃତ୍ୟାୟନା ସମ୍ମାନ ପ୍ରଦାନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ସୁଲତା ଦେଓ, ମୁଖ୍ୟବକ୍ତା ଭାବରେ ଓଡ଼ିଶୀ ନୃତ୍ୟଗୁରୁ ଚପଳା ମିଶ୍ର ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ସମାଜସେବୀ ତଥା କବୟତ୍ରୀ ଡ. ବନ୍ଦନା ହରିଚନ୍ଦନ, ନୃତ୍ୟଗୁରୁ ଗୌରୀଶଙ୍କର ଦାଶ, ସାରଦା ପ୍ରସାଦ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଟ୍ରଷ୍ଟର ଅଧ୍ୟକ୍ଷା ନୃତୁ୍ୟଗୁରୁ ସୁନିତା ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସନ୍ଦୀପ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଜ୍ଞାନାନନ୍ଦ ସାଗର କୁମାର ।

Leave a Reply

Your email address will not be published. Required fields are marked *