କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ମାହାଙ୍ଗା ରେ ସଭା

ନିଶ୍ଚିନ୍ତକୋଇଲି, ୧୨/୦୧/୨୦୨୪ (ଓଡିଶା ସମାଚାର/ ଅଭୟ ଜେନା)- ଆଜି  ଜାତୀୟ ଯୁବ ଦିବସଉପଲକ୍ଷେ  କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନମଣ୍ଡଳୀର ନିଶ୍ଚିନ୍ତକୋଇଲି ବ୍ଳକ ଅନ୍ତର୍ଗତ କୁଳିଆ ଠାରେ ସ୍ଥାନୀୟ   ବିଜେପି ପକ୍ଷରୁ ଯୁବ ସଂକଳ୍ପ ସମାବେଶରେ  କେନ୍ଦ୍ର  ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରିଷ୍ଠ ବିଜେପି ନେତା ନୟନ କିଶୋର ମହାନ୍ତି , କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇଥିଲେ। ଯୁବସମାଜ ନିଜକୁ ସ୍ୱାମୀ ବିବେକାନନ୍ଦଙ୍କ ନୀତିଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ବକ୍ତବ୍ୟ ରଖିଥିଲେ । ରାଜ୍ୟ ସରକାରଙ୍କ ଯୋଜନାକୁ ସମାଲୋଚନା କରିବା ସହ ଆମ ପାଖରେ ମୋଦି ଗ୍ୟାରେଣ୍ଟି ଅଛି ଓ ସଲିଡ୍ ଫର୍ମୁଲା ରହିଛି ବୋଲି କହିଥିଲେ । ରାଜ୍ୟରେ ଆୟୁଷ୍ମାନ ଯୋଜନାକୁ ଲାଗୁକରିବାକୁ  କେନ୍ଦ୍ର ମନ୍ତ୍ରୀ ଆହ୍ୱାନ ଦେଇଥିଲେ । ମାତ୍ର କେନ୍ଦ୍ରମନ୍ତ୍ରୀ ଙ୍କ ସଭାରେ ଆଶାନୁରୂପ ଜନସମାବେଶ ନଥିବାରୁ ଭିନ୍ନ ଭିନ୍ନ ଚର୍ଚ୍ଚା ଶୁଣିବାକୁ ମିଳିଥିଲା । ସଭାର ଆୟୋଜକ ଶାରଦା ପ୍ରଧାନଙ୍କୁ ନେଇ ବିଜେପି ରେ ଗୋଷ୍ଠୀ ବିବାଦ ରହିଥିବା ସ୍ପଷ୍ଟ ହୋଇଥିଲା  ।

Leave a Reply

Your email address will not be published. Required fields are marked *