କସର୍ଦା ପଞ୍ଚାୟତ ପରିକ୍ରମା କଲା ଅର୍ପଣ ରଥ

ନିଆଳୀ, ୧୧/୦୧/୨୦୨୪ (ଓଡ଼ିଶା ସମାଚାର)- ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସବୁଠି ଚାଲିଛି ଚର୍ଚ୍ଚା। ଆସନ୍ତା ୧୭ ତାରିଖରେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ କରାଯିବାର ବ୍ୟବସ୍ଥା କରାଯାଇଥିବା ବେଳେ ନାମ ସଙ୍କୀର୍ତ୍ତନ ଏବଂ ହୁଳୁହୁଳିରେ ପ୍ରକମ୍ପିତ ହେଉଛି ଗାଁ ଦାଣ୍ଡ। ଏହି କ୍ରମରେ ନିଆଳୀ ନିର୍ବାଚନମଣ୍ଡଳୀ ନିଆଳୀ ବ୍ଲକ ଅନ୍ତର୍ଗତ କସର୍ଦା ଗ୍ରାମ ପଞ୍ଚାୟତରେ ସରପଞ୍ଚ ସୁରେଶ ପଟ୍ଟନାୟକ ନିଜେ ଶୁକ୍ଳ ବସ୍ତ୍ର ପରିଧାନ କରି ଖାଲି ପାଦରେ ଚାଲି ଚାଲି ପଞ୍ଚାୟତର ସବୁଗ୍ରାମରେ  “”ଜୟ ଜଗନ୍ନାଥ ଅର୍ପଣ ରଥ”” ସହିତ ପରିକ୍ରମା କରି ଘରକୁ ଘର ବୁଲି ଗୁଆ ଓ ଚାଉଳ,ନଡିଆ ସଂଗ୍ରହ କରିଛନ୍ତି। ବିଭିନ୍ନ ଗାଁ ରେ ଲୋକମାନେ ଉତ୍ସାହର ସହିତ ରଥକୁ ସ୍ଵାଗତ କରିବା ସହିତ ବିଭିନ୍ନ ମୁଖ୍ୟ ସ୍ଥାନ ,ଘର ସମ୍ମୁଖରେ ବିଭିନ୍ନ ରଙ୍ଗର ମୁରୁଜ,ଝୋଟି ପକାଇ ଘିଅ ଦୀପ,ପୁଷ୍ପ ଅର୍ଘ୍ୟ ଦେଇ ପରମ୍ପରା ସଂସ୍କୃତିକୁ ମନେପକାଇ ହୃଦୟର ସହିତ ଏହି ରଥକୁ ସ୍ୱାଗତ କରିଥିବାର ଦେଖା ଦେଇଛି ।ନିଆଳୀ ବ୍ଲକ ଚେୟାରମ୍ୟାନ ଉମେଶ ଚନ୍ଦ୍ର ବେହେରାଙ୍କ ସମେତ ଶତାଧିକ ଲୋକ ଏହି ରଥ ପରିକ୍ରମା କାର୍ୟକ୍ରମରେ ଯୋଗଦେଇ ଏକ ନିଆରା ଭାଇଚାରା ସୃଷ୍ଟି କରିଥିବା ଦେଖାଯାଇଛି ।

Leave a Reply

Your email address will not be published. Required fields are marked *