ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ କମିଶନ ସଦସ୍ୟାଙ୍କ ଅଚାନକ ଦଶରଥପୁର ଗସ୍ତ

ଦଶରଥପୁର , ୧୧/୦୧/୨୦୨୪ (ଓଡ଼ିଶା ସମାଚାର)- ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ କମିଶନ ସଦସ୍ୟା ସଂଯୁକ୍ତା ମହାନ୍ତି ଆଜି ଅଚାନକ ଦଶରଥପୁର ବ୍ଲକ ଗସ୍ତ କରିବା ସହ ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ବିଭିନ୍ନ ସରକାରୀ ଦପ୍ତର ବୁଲି ଦେଖିଥିଲେ । ଏହି ପରିପ୍ରେକ୍ଷୀରେ ଈଶ୍ୱରପୁର  ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଦଶରଥପୁର  ଉଚ୍ଚ ବିଦ୍ୟାଳୟ, ଦଶରଥପୁର ଆମ ଅଙ୍ଗନୱାର୍ଡି କେନ୍ଦ୍ର, କସ୍ତୁରବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ପଟଣା ସେଠିସାଇ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ, ଜୟନ୍ତରା ଆଶ୍ରମ ବିଦ୍ୟାଳୟ,ଜୟନ୍ତରା ସରକାରୀ ୟୁପି ସ୍କୁଲ ସହ କେତେକ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ର (ଡିଲର କେନ୍ଦ୍ର ) ଆଦି ସ୍ଥାନ ପରିଦର୍ଶନରେ ଯିବା ସହ ସେଠାରେ ଥିବା ବିଭିନ୍ନ ସମସ୍ୟା ଗୁଡିକ ପଚାରି ବୁଝିଥିଲେ । ଶେଷରେ ଦଶରଥପୁର ବ୍ଲକ କାର୍ଯ୍ୟଳୟରେ ପହଞ୍ଚି ବିଡ଼ିଓ ଆକାଶ ପଟ୍ଟନାୟକଙ୍କ ସହ ବିଭିନ୍ନ ଆଲୋଚନା କରିଥିଲେ  । ବିଡ଼ିଓଙ୍କ ସହ ଆଲୋଚନା ସମୟରେ ଦଶରଥପୁର ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ରାହାସ ବିହାରୀ ଜେନା, ସିଡିପିଓ ଶାନ୍ତିଲତା ସେଠି, ଯୋଗାଣ ଅଧିକାରୀ  ତପସ୍ୱିନୀ ରାୟ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ  ।

Leave a Reply

Your email address will not be published. Required fields are marked *