୧୧ ତମ ଭଗବତୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : ୪-୧ ରେ ରଘୁନାଥ ସ୍ପୋର୍ଟସ କ୍ଳବ୍ , ଟାଙ୍ଗୀ ବିଜୟୀ

ନିରାକାରପୁର, ୧୧/୦୧/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଛଣଗିରି ମା ଭଗବତୀ ଫୁଟବଲ ଆସୋସିଏସନ୍ ଆନୁକୁଲ୍ୟରେ ଆଜି ୧୧ ତମ ଭଗବତୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜିର ମ୍ୟାଚରେ ନୀଳଚକ୍ର ସ୍ପୋର୍ଟସ କ୍ଳବ୍ , ପୁରୀ ଓ ରଘୁନାଥ ସ୍ପୋର୍ଟସ କ୍ଳବ୍ , ଟାଙ୍ଗୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଖେଳର ପ୍ରଥମାର୍ଦ୍ଧ ଓ ଦ୍ୱିତୀୟାର୍ଦ୍ଧ ଖେଳ ବେଶ ସଂଘର୍ଷପୂର୍ଣ୍ଣ ହୋଇଥିବାବେଳେ ଖେଳ ଶେଷ ପର୍ୟ୍ୟନ୍ତ ସ୍କୋର ଶୂନ୍ୟ ରହିଥିଲା । ପରେ ରେଫାରି ଟ।ଇ ବ୍ରେକର ସାହାଯ୍ୟ ନେଇଥିଲେ। ଏଥିରେ ୪-୧ ଗୋଲରେ ରଘୁନାଥ ସ୍ପୋର୍ଟସ କ୍ଳବ୍ , ଟାଙ୍ଗୀ ବିଜୟୀ ହୋଇଛି। ଆଜିର ଖେଳକୁ ଶରତ କୁମାର ଛୋଟରାୟ, ସୁକାନ୍ତ କୁମାର ପ୍ରଧାନ ଓ ଚିତ୍ତରଞ୍ଜନ ପରିଡ଼ା, ନୃସିହ ଚରଣ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ। ଆଜିର ଅତିଥିଭାବେ ଶିକ୍ଷକ ନେତା ରମାକାନ୍ତ ମହାପାତ୍ର, ସମାଜସେବୀ ଜମ୍ବୁ ସିଂହ, ଛଣଗିରି ସ୍କୁଲ ପ୍ରଧାନଶିକ୍ଷକ ସୁମନ୍ତ ଦାସ, ଏସ,କେ ରଫିକ୍, ସହଦେବ ପ୍ରଧାନ, ବିଶ୍ଵନାଥ ପ୍ରଧାନ, କ୍ଲବ ସଭାପତି ମାନସ ଦାସ, ସମ୍ପାଦକ ସୁଶାନ୍ତ ଗଜେନ୍ଦ୍ର , କୋଷାଧ୍ୟକ୍ଷ ଶେଖ୍ ଇସ୍ରାଏଲ, ବୀରେନ ମହାପାତ୍ର, ପତିତପାବନ ଜେନା, ରମେଶ ନାୟକ, ସୁକେଶ୍ ପରିଡ଼ା, ପପି ପାଇକରାୟ ଓ କାଳିଆ ମାଝୀ ପ୍ରମୁଖ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅକ୍ଷୟ ଚୌହାନ, ଅଭିରାମ ପାତ୍ର, ଆନନ୍ଦ ଜେନା, ସଞ୍ଜୟ ବେହେରା, ଉପଦେଷ୍ଟା ଶେଖ୍ ଗୋଲାମ ରସୁଲ, ରମାକାନ୍ତ ପଟ୍ଟନାୟକ, କେଳୁ ଚରଣ ସେଠୀ, ପ୍ରଭାତ କୁମାର ପ୍ରହରାଜ, ସେକ ଶକୁନ, ଟିମା ବେହେରା, ସତ୍ୟଜିତ ଦାସ, ରବୀନ୍ଦ୍ର ସାହୁ, ଯୋଗେନ୍ଦ୍ର ସାହୁ ଓ ଭାସ୍କର ଭୋଇ ପ୍ରମୁଖ ସହଯୋଗ କରିଥିଲେ ।ଆସନ୍ତାକାଲି କ୍ଳବ୍ ଯଦୁମଣି କ୍ଳବ୍ , ଇଟାମାଟି ଓ ରଘୁନାଥ ସ୍ପୋର୍ଟସ କ୍ଳବ୍ , ଟାଙ୍ଗୀ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *