ବରୀ ବ୍ଲକରେ ଅର୍ପଣ ରଥ  ପରିକ୍ରମା

ଯାଜପୁର ,୧୧/୦୧/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର)- ଶ୍ରୀମନ୍ଦିର  ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ସାରା ରାଜ୍ୟରେ ଶ୍ରୀଜଗନ୍ନାଥ ଅର୍ପଣ ରଥ ପରିକ୍ରମା କରୁଥିବା ବେଳେ  ଆଜି ପୁଣି  ବରୀ ବ୍ଲକର ବରୀ , ରଜାପୁର ଓ  ବାଲିବିଲି  ପଞ୍ଚାୟତରେ ଆଜି ଏହି ରଥ ପରିକ୍ରମା ଦେଖିବାକୁ ମିଳିଥିଲା। ସ୍ଥାନୀୟ ପଞ୍ଚାୟତ ପିଇଓ ଙ୍କ ତତ୍ତ୍ଵାବଧାନରେ ପଞ୍ଚାୟତ ରେ  ଜଗନ୍ନାଥଙ୍କ ଅର୍ପଣ ରଥ ବୁଲିବା ସହ ପ୍ରତି ପରିବାରରୁ  ଗୁଆ ଓ ଚାଉଳ ସଂଗ୍ରହ କରିଛି ।

ବରୀ  ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ରଥ ପରିକ୍ରମା କରିବା ସମୟରେ  ଆଜି ମଧ୍ୟ  ବରୀ ବିଜେଡି ନେତା ଶ୍ରୀ  ବିଶ୍ଵରଞ୍ଜନ ମଲ୍ଲିକ ଓ ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡୀ, ସ୍ଥାନୀୟ ସରପଞ୍ଚ , ଜିଲାପରିଷଦ ସଭ୍ୟ ସନ୍ତୋଷ ସାମଲ ଓ ଦିଲୀପ ମହାନ୍ତି  , ବୁଲୁ ଯାଦବ ଙ୍କ ସମେତ  ହଜାର ହଜାର  ଜଗନ୍ନାଥ ପ୍ରେମୀ ଅଂଶ ଗ୍ରହଣ କରି ପ୍ରତି ଘରୁ ଗୁଆ ଓ ଚାଉଳ ସଂଗ୍ରହ କରୁଥିବାର ଦେଖିବାକୁ ମିଳିଥିଲା।  ରଜାପୂର୍ ପଂଚାୟତ ର ଅଧିକାଂଶ ପରିବାର ସମ୍ମୁଖ ରେ ଝୋଟି , କଳସ ବସାଯାଇଥିବା ଦୃଶ୍ୟ ଜଗନ୍ନାଥ ପ୍ରେମୀ ଙ୍କୁ ବେଶ ଆନନ୍ଦିତ କରାଇଥିଲା । ବରୀ ରୁ ଆରମ୍ଭ ହୋଇଥିବା ପରିକ୍ରମା ବାଳିବିଲ ରେ ସମାପ୍ତ ହୋଇଥିଲା ଓ ରଜାପୁର୍ ଠାରେ ବରୀ ବିଡ଼ିଓ ଶ୍ରୀ ପଞ୍ଚାନନ ମଲ୍ଲିକ ଯୋଗ ଦେଇ ପ୍ରଭୁ କୃପା ଲାଭ କରିଥିଲେ । ସମସ୍ତ ଙ୍କ ସହଯୋଗିତା  ପାଇଁ ଆଜି ଏହା ସମ୍ଭବ ହୋଇପାରିଛି ଓ ପ୍ରଭୁ ଜଗନ୍ନାଥ ବରୀ ବାସୀଙ୍କୁ ଭଲରେ ରଖନ୍ତୁ ବୋଲି ଶ୍ରୀ ମଲ୍ଲିକ ଜଗନ୍ନାଥ ଙ୍କୁ ପ୍ରାର୍ଥନା କରିଛନ୍ତି ।

Leave a Reply

Your email address will not be published. Required fields are marked *