ଓଡ଼ିଶା ସମାଚାର

ରାସ୍ତା ଓ ପାନୀୟ ଜଳ ସମସ୍ୟାକୁ ନେଇ ବିଜେପିର ଆନ୍ଦୋଳନ- ୭ ଦିନ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି

ରାସ୍ତା ଓ ପାନୀୟ ଜଳ ସମସ୍ୟାକୁ ନେଇ ବିଜେପିର ଆନ୍ଦୋଳନ- ୭ ଦିନ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି

ରାସ୍ତା ଓ ପାନୀୟ ଜଳ ସମସ୍ୟାକୁ ନେଇ ବିଜେପିର ଆନ୍ଦୋଳନ- ୭ ଦିନ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି
May 19
19:33 2017

ତାଳଚେର୧୯/୦୫/୨୦୧୭(ଓଡ଼ିଶା ସମାଚାର/ପ୍ରିୟମାଧବ ଦାସ) -ତାଳଚେର ବ୍ଲକ ୨୦ ନଂ ଜିଲ୍ଲା ପରିଷଦ କ୍ଷେତ୍ରରେ ଥିବା ସ୍ଥାନୀୟ ଜଳ ସମସ୍ୟା ଏବଂ ଗୁରୁଦ୍ୱାର ଠାରୁ ହାଉସିଂ ବୋର୍ଡ କଲୋନୀ ପର୍ଯ୍ୟନ୍ତ ରାସ୍ତାର ପୁନରୁଦ୍ଧାର ପାଇଁ  ଭାରତୀୟ ଜନତା ପାର୍ଟି ତରଫରୁ ଏ ଅଂଚଳର ଜନସାଧାରଣଙ୍କ ସହଯୋଗରେ ଶୁକ୍ରବାର ଦିନ ଏଫ୍.ସି.ଆଇ. ସ୍ଥିତ ଗୁରୁଦ୍ୱାର ଏବଂ ମୀନାବଜାର ଠାରେ ରାସ୍ତାରୋକ ଏବଂ ଗଣଧାରଣା କାର୍ଯ୍ୟକ୍ରମ କରାଯାଇଛି । ଲୋକ ପ୍ରତିନିଧି ମାନଙ୍କର ଅପାରଗତା ତଥା ଦାୟୀତ୍ୱ ହୀନତା ଯୋଗୁଁ ୧୦ ହଜାର କୋଟିରୁ ଉଦ୍ଧ୍ୱର୍ ଟଙ୍କା ରାଜସ୍ୱ ଦେଇ ଆସୁଥିବା ତାଳଚେର ଅଂଚଳର ବିକାଶ ତ ଦୂରର କଥା, ସାମାନ୍ୟତମ ପିଇବା ପାଣି ଆଜି ସାତ ସପନ ହୋଇଯାଇଛି । ଏଭଳି ସ୍ଥଳେ ରାସ୍ତାଘାଟର ଅବସ୍ଥା ନକହିଲେ ଭଲ । ଏ ସମସ୍ୟାକୁ ନେଇ ଭାରତୀୟ ଜନତା ପାର୍ଟିର ନବନିର୍ବାଚିତ ୨୦ ନଂ ଜୋନ୍ ର ଜିଲ୍ଲା ପରିଷଦ ସଦସ୍ୟା ଲକ୍ଷ୍ମୀପ୍ରିୟା ମଲ୍ଲିକ୍ଙ୍କ ନେତୃତ୍ୱରେ ଶତାଧିକ କାର୍ଯ୍ୟକର୍ତା ଏବଂ ସ୍ଥାନୀୟ ଜନସାଧାରଣ ଆଜିର ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । ସକାଳ ୬ ଘଟିକା ଠାରୁ ଦିନ ୧ଟା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିଥିଲା । ପରେ ଡେପୁଟି କଲେକ୍ଟର ଦାରିଦ୍ୟ ଭଂଜନ ମଦନମୋହନ ପାତ୍ର, ଏସ୍.ଡି.ପି.ଓ. ହେମନ୍ତ ପଣ୍ଡା, କୋଲିୟରୀ ଥାନା ଅଧିକାରୀ ପ୍ରଶାନ୍ତ ପାତ୍ର, ବଲଣ୍ଡା ଫାଣ୍ଡି ଅଧିକାରୀ, ଜଗନ୍ନାଥ କ୍ଷେତ୍ରର ଏପିଏମ୍ ପ୍ରମୁଖ ଅଧିକାରୀ ମାନେ ଧାରଣା ସ୍ଥଳରେ ପହଂଚି ଆସନ୍ତା ୭ ଦିନ ମଧ୍ୟରେ ଏ ସମସ୍ୟାର ସମାଧାନ ହେବ ବୋଲି ଦୃଢ଼ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଯଦି ପ୍ରତିଶୃତି ଅନୁଯାୟୀ ସମସ୍ୟାର ସମାଧାନ କରାନଯାଏ ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନ ତୀବ୍ର ରୂପ ଧାରଣ କରିବ ବୋଲି ଆନ୍ଦୋଳନକାରୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି । ଆଜିର ଏହି ଆନ୍ଦୋଳନରେ ଜିଲ୍ଲା ପରିଷଦ ସଦସ୍ୟା ଲକ୍ଷ୍ମୀ ପ୍ରିୟା ମଲ୍ଲିକ୍, ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ଜିଲ୍ଲା ସଭାପତି ଅଜୟ ଗୋଛାୟତ, ଜୋନର ସାଧାରଣ ସଂପାଦକ ଅଶୋକ ସିଂ, ସନତ କୁମାର ସାହୁ, ଉପସଭାପତି ନରେନ୍ଦ୍ର ସାହୁ, ରୋହିତ ପ୍ରଧାନ, ରାଜେନ୍ଦ୍ର ସାହୁ, ପ୍ରତାପ ପଟ୍ଟନାୟକ, ସୌଭାଗ୍ୟ ଗଡନାୟକ, ଯୁବ ମୋର୍ଚ୍ଚା ସଭାପତି ସନ୍ତୋଷ କୁମାର ମହାସୁପକାର, ଦୀପକ ଦାସ, ଅଜିତ କୁମାର ଦାସ, ସାନୁ ସାହୁ, ୱାର୍ଡ ମେମ୍ବର ରଂଜିତା ଭୂତିଆ, ଜିତୁ ଭୂତିଆ, ସୌଭାଗ୍ୟ ଭୂତିଆ, ଶ୍ରୀକାନ୍ତ ସାହୁ, ସୌଭାଗ୍ୟ ଖିଅ, ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରତିମା ଚୌଧୂରୀ, ସୀତା ଟୁଡୁ, ଟିକି, ଅନୁସୂଚୀତ ଜନଜାତିର ବାବୁଲି କିସ୍କୁ ପ୍ରମୁଖ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

9 − eight =