ଓଡ଼ିଶା ସମାଚାର

ଛତ୍ରପୁର ଷ୍ଟେସନ୍ରେ ସାଇନ୍ସ ଏକ୍ସପ୍ରେସ୍ ଟ୍ରେନ୍

ଛତ୍ରପୁର ଷ୍ଟେସନ୍ରେ ସାଇନ୍ସ ଏକ୍ସପ୍ରେସ୍ ଟ୍ରେନ୍

ଛତ୍ରପୁର ଷ୍ଟେସନ୍ରେ ସାଇନ୍ସ ଏକ୍ସପ୍ରେସ୍ ଟ୍ରେନ୍
May 19
12:39 2017

ଛତ୍ରପୁର, ୧୯/୦୫/୨୦୧୭(ଓଡ଼ିଶା ସମାଚାର) – ଗଂଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ରେଳଷ୍ଟେସନରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଧେଶ କ୍ରମେ ସାଇନ୍ସ ଏକ୍ସପ୍ରେସ୍ ଟ୍ରେନ୍ ପହଂଚିଛି  । ଏହି ଟ୍ରେନ୍ ୧୯ ତାରିଖ ପର୍ଯ୍ୟନ୍ତ ଏଠାରେ ରହିବ  । ପ୍ରଥମ ଥର ପାଇଁ ଛତ୍ରପୁର ଏପରି ସାଇନ୍ସ ଏକ୍ସପ୍ରେସ୍ ଟ୍ରେନ୍ ଆସିଥିବାରୁ ସ୍ଥାନୀୟ ଜନସାଧାରଣ ଓ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନେ ଖୁସି ହୋଇଛନ୍ତି  । ଛତ୍ରପୁର ଉପଜିଲ୍ଲାପାଳ ସୁଧାକର ଶବର ଏହାର ଶୁଭାରମ୍ଭ କରିଛନ୍ତି  । ଏହା ସାଇନ୍ସ ଏକ୍ସପ୍ରେସ କ୍ଲାଇମେଟ୍ ଆକ୍ସନ୍ ଷ୍ପେସାଲ (ଏସଇସିଏଏସ୍) ରହିଛି  । ଟ୍ରେନ୍ ଭିତରେ ବିଜ୍ଞାନ ଓ ଜଳ ବାୟୁ ପରିବର୍ତନ ଏବଂ ପ୍ରଯୁକ୍ତି ବିଦ୍ୟାକୁ ମୁଖ୍ୟ ଆକର୍ଷଣର କେନ୍ଦ୍ର କରାଯାଇଛି  । ଏହି ପ୍ରଦର୍ଶନି ଜଳବାୟୁ ପରିବର୍ତନ ସମ୍ବନ୍ଧୀୟ ବାର୍ତା ଛତ୍ରପୁର ଷ୍ଟେସନ୍ରେ ସାଇନ୍ସ ଏକ୍ସପ୍ରେସ୍ ଟେନ୍ ବହନ କରିବା ସହ କଥପୋକଥନ ଏବଂ ଆଲୋଚନା ପାଇଁ ସୁଯୋଗ ସୃଷ୍ଟି କରିଛି  । କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ଏହାର ଆୟୋଜନ ଟ୍ରେନରେ କରାଯାଇଛି  । ଏହି ଟ୍ରେନ୍ ଫେବୃୟାରି ୧୭ ତାରିଖରୁ ନୁଆଦିଲ୍ଲୀରୁ ବାହାରିଛି  ।
ଏହା ୧୯ହଜାର କି.ମି. ପଥ ଅତିକ୍ରମ କରି ୬୮ଟି ଷ୍ଟେସନରେ ପ୍ରଦର୍ଶନି ଦେଖାଇବ  । ୧୬ ଟି କୋଚ ବିଶିଷ୍ଠ ଏହି ଟ୍ରେନ୍ରେ ୮ କୋଚ୍ ଜଳବାୟୂୁ ପରିବର୍ତନ ଏବଂ ଏହାର ନିରାକରଣ ଓ ସମାଧାନ ଉପରେ ବିସ୍ତୃତ ସୁଚନା ଥିବାବେଳେ ଅନ୍ୟ ୩ଟିରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ସମ୍ବନ୍ଧରେ ସୁଚନା ରହିଛି  । ଏହି କାର୍ଯ୍ୟକ୍ରମରେ ସ୍କୁଲ ପିଲାମାନଙ୍କୁ ବିଜ୍ଞାନ ବିଷୟରେ ଜ୍ଞାନ ଆହରଣ ସୁଯୋଗ ମିଳିବ ବୋଲି କୁହାଯାଇଛି  । ସାଇନ୍ସ ଏକ୍ଜିବିଶନ ସହ ଟ୍ରେନ୍ରେ ବିଭିନ୍ନ କ୍ରୀଡ଼ା, ପ୍ରବନ୍ଧ, କୁଇଜ୍, ପେନ୍ଟିଂ, ପ୍ରତିଯୋଗିତା କରାଯିବ  । ଏଥିରେ ଜିଲା ଶିକ୍ଷା ଅଧିକାରି ସନାତନ ପଣ୍ଡା, ସର୍ବଶିକ୍ଷା ଅଭିଯାନର ସଂଯୋଜକ ପ୍ରଶାନ୍ତ ପାଢ଼ୀ, ବ୍ଳକ ଶିକ୍ଷା ଅଧିକାରି ନିରୁପା ବେହେରା ପ୍ରମୁଖ ଉପସ୍ଥିତ ଥିଲେ  । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

1 + 13 =

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...