ଓଡ଼ିଶା ସମାଚାର

ବିଜୁ ପକ୍କାଘର ଯୋଜନାରେ ନୂଆ ଗାଇଡ୍ଲାଇନ୍

ବିଜୁ ପକ୍କାଘର ଯୋଜନାରେ ନୂଆ ଗାଇଡ୍ଲାଇନ୍

May 19
11:47 2017

ଭୁବନେଶ୍ୱର, ୧୯/୦୫/୨୦୧୭(ଓଡ଼ିଶା ସମାଚାର) – ବିଜୁ ପକ୍କା ଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ହେରଫେର ଓ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି । ପ୍ରକୃତ ହିତାଧିକାରୀମାନେ ଯୋଜନାରୁ ବଂଚିତ ହେଉଥିବା ବେଳେ ଅଯୋଗ୍ୟ ହିତାଧିକାରୀମାନେ ବିଜୁ ପକ୍କା ଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହାତେଇ ନେଇଛନ୍ତି । ଅଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ ଦେବା ପାଇଁ ସରକାର ବିଭିନ୍ନ ସମୟରେ ଅନେକ ପଦକ୍ଷେପ ନେଇ ସଫଳତା ପାଇ ନଥିବା ବେଳେ ଏବେ ଏକ ନୂଆ ଗାଇଡଲାଇନ୍ କରାଯାଇଛି । ବାସଗୃହ ପାଇବାକୁ ଥିବା ପ୍ରକୃତ ହିତାଧିକାରୀଙ୍କ ତାଲିକା ସର୍ବସାଧାରଣ ସ୍ଥାନରେ ପ୍ରକାଶ କରାଯିବ । ସ୍କୁଲ, ଅଙ୍ଗନୱାଡି କେନ୍ଦ୍ର ଓ ଛକ ଜାଗାଗୁଡିକରେ ହିତାଧିକାରୀଙ୍କ ତାଲିକା ଟଙ୍ଗାଯିବ  । ଡୁଙ୍ଗୁରା ଓ ଡାକବାଜୀ ଯନ୍ତ୍ର ସହାୟତାରେ ଜନସଚେତନତା ସୃଷ୍ଟି କରାଯିବ  । ଫଳରେ ଗ୍ରାମବାସୀ ଜାଣିପାରିବେ ଗାଁର କେଉଁ ଲୋକ ଏହି ଯୋଜନାର ସୁଫଳ ପାଇଲା  । ଆପତି ଅଭିଯୋଗ ଥିଲେ ତାହା କରିପାରିବେ  । ଶେଷରେ ଏହି ତାଲିକା ଜିଲ୍ଲା ପ୍ରଶାସନର ୱେବସାଇଟ୍ରେ ପ୍ରକାଶିତ ହେବ  । ଏହି ଯୋଜନାରେ ହିତାଧିକାରୀ ଭାବେ ନାମ ଯୋଡିବାକୁ ହେଲେ ପଂଚାୟତ ଓ ବ୍ଲକ ଅଫିସରୁ ଫର୍ମ ସଂଗ୍ରହ କରି ଆବେଦନ କରିବାକୁ ହେବ  । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

3 − 1 =

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...