ଓଡ଼ିଶା ସମାଚାର

ଉଜୁଡି ଯାଉଛି ଶୁଖୁଆ ଶିଳ୍ପ: ବଂଚିବାର ଆଶା ନେଇ ଚାଲିଛି ବେପାର

ଉଜୁଡି ଯାଉଛି ଶୁଖୁଆ ଶିଳ୍ପ: ବଂଚିବାର ଆଶା ନେଇ ଚାଲିଛି ବେପାର

ଉଜୁଡି ଯାଉଛି ଶୁଖୁଆ ଶିଳ୍ପ: ବଂଚିବାର ଆଶା ନେଇ ଚାଲିଛି ବେପାର
May 18
17:08 2017

ଭଦ୍ରକ୧୮/୦୫/୨୦୧୭(ଓଡ଼ିଶା ସମାଚାର) – ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଧାମରାରେ ୧୯୭୮ରୁ ଆରମ୍ଭ ହୋଇଥିଲା ମାଛ ଧରା ବନ୍ଦର । ସେହି ସମୟରୁ ନିକଟବର୍ତୀ ରାଜ୍ୟ କୋଲକାତାକୁ ଧରା ହେଉଥିବା ସମସ୍ତ ଭଲ ମାଛ ଚାଲାଣ କରାଯିବା ପରେ ବଳକା ରହିଯାଉଥିବା ମାଛକୁ ନେଇ ଆରମ୍ଭ ହୋଇଥିଲା ଶୁଖୁଆ ବ୍ୟବସାୟ । ଧାମରାରେ ୪/୫ ଜଣ ବ୍ୟବସାୟୀଙ୍କୁ ନେଇ ଶୁଖୁଆ ବ୍ୟବସାୟ ଆରମ୍ଭ ହୋଇଥିବା ବେଳେ ପର୍ଯ୍ୟାୟକ୍ରମେ ସେହି ସଂଖ୍ୟା ବର୍ତମାନ ୫୦ରେ ପହଂଚିଲାଣି । ମାତ୍ର ସେତେବେଳର ଓ ଆଜିର ବେପାର ଭିତରେ ବହୁ ତାରତମ୍ୟ ଅଛି ବୋଲି ନିଜର ମତ ରଖନ୍ତି ଶୁଖୁଆ ବ୍ୟବସାୟୀ ଶ୍ରୀଧର ବେହେରା । ଦୀର୍ଘ ୩୮ବର୍ଷ ଧରି ଆରମ୍ଭ କରିଥିବା ବେପାର ଆଜି ଉଜୁଡି ଗଲାଣି ବୋଲି କ୍ଷୋଭର ସହ କୁହନ୍ତି । ପ୍ରଥମରୁ ଆରମ୍ଭ ହୋଇଥିବା ବେପାର ସମୟରେ ମାଛ ଧରା ବୋଟ ମାଲିକଙ୍କ ସହଯୋଗରେ ଆରମ୍ଭ ହୋଇଥିବା ବେଳେ ସେତେବେଳେ ବିଭିନ୍ନ ପ୍ରକାର ମାଛ ବହୁ କମଦାମରେ ମିଳୁଥିଲା ଏବଂ ସେହି ମାଛକୁ ଆଣି ଶୁଖୁଆ କରି ଚାନ୍ଦବାଲି ଭଦ୍ରକ, କେଉଁଝର, ଆନନ୍ଦପୁର, ବଡବିଲ, ରାଉରକେଲା, ସୁନାଖଳା ପ୍ରଭୃତି ସ୍ଥାନକୁ ପଠାଯାଉଥିଲା । ଏହି ଶୁଖୁଆର କେବଳ ଆମ ରାଜ୍ୟ ନୁହେଁ ବାହାର ରାଜ୍ୟରେ ମଧ୍ୟ ବହୁ ଆଦର ଥିଲା । ସେହିପରି ୧୯୭୮ରେ ୧୦ଖଣ୍ଡ ବୋଟ ଥିବା ବେଳେ ବର୍ତମାନ ଟ୍ରଲର, ଗିଲନେଟ, ଭୁଟୁଭୁଟିର ସଂଖ୍ୟା ଆସି ୫୦୦ରେ ପହଂଚିଲାଣି । ହେଲେ ଆଜିକାଲି ବେପାର ନାହିଁ ବୋଲି କହିଲେ ଅତୁ୍ୟକ୍ତି ହେବନାହିଁ । ଧାମରାରେ ନିଜର କୌଳିକ ବୃତିକୁ ଜାବୁଡି ଧରିଥିବା ବେପାରୀଙ୍କ ପାଖରେ ଆଜିକାଲି ଶ୍ରମ ଦେବାକୁ ଲୋକ ରାଜି ହେଉନାହାନ୍ତି । ଯଦି ବା ଲୋକ ମିଳୁଛନ୍ତି ତାହା ପୁଣି ଦିନକୁ ୩୦୦ଟଙ୍କା ଦରମାରେ । ହେଲେ ମାଛଧରା ବୋଟ ମାଲିକଙ୍କ ଅସହଯୋଗ ସେମାନଙ୍କର କୌଳିକ ବୃତିକୁ ଛାଡିବା ପାଇଁ ସେମାନଙ୍କୁ ବାଧ୍ୟ କରୁଛି । ଦ୍ୱିତୀୟରେ ଆମ ରାଜ୍ୟର ମାଛ ବେପାରୀ କୋଲକାତାକୁ ମାଛ ରପ୍ତାନୀ କରୁଥିବା ବେଳେ କୋଲକାତାର ବ୍ୟବସାୟୀଙ୍କ ମାଛକୁ ଆଗେ ନିଲାମ କରାଯାଇ ପଛରେ ଆମ ରାଜ୍ୟର ମାଛ ନିଲାମ କରାଯାଉଥିଲା । ଫଳରେ ଆମ ରାଜ୍ୟ ବେପାରୀ ନିଜ ଅଂଚଳରେ ମାଛଗୁଡିକ ନିଲାମ କରିଦେଉଥିଲେ । ହେଲେ ୨୦୦୬ ଠାରୁ ସୀମାନ୍ତବର୍ତୀ ଇଲାକା ପଶ୍ଚିମବଙ୍ଗର ଦୀଘା ଠାରେ ମାଛ ବଜାର ଖୋଲିଯିବାରୁ ସେଠାରେ ଓଡିଶାର ସମସ୍ତ ମାଛ ଖୁବଶୀଘ୍ର ନିଲାମ ହେବା ସହ ଭଲ ଦାମ ମଧ୍ୟ ଓଡିଶାର ବେପାରୀ ତଥା ବୋଟ ମାଲିକ ପାଉଛନ୍ତି । ମାତ୍୍ର ତାହା ଆମ ରାଜ୍ୟର କୌଳିକ ବୃତିଧାରୀ ଶୁଖୁଆ ବେପାରୀଙ୍କ ପାଇଁ ଏହା କାଳ ହୋଇଛି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

16 − ten =

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...