ଓଡ଼ିଶା ସମାଚାର

ଜିଲ୍ଲାସ୍ତରୀୟ ଜାତୀୟ ଡେଙ୍ଗୁ ଦିବସ ପାଳିତ

ଜିଲ୍ଲାସ୍ତରୀୟ ଜାତୀୟ ଡେଙ୍ଗୁ ଦିବସ ପାଳିତ

May 18
13:31 2017

ବାଲେଶ୍ୱର, ୧୮/୦୫/୨୦୧୭(ଓଡ଼ିଶା ସମାଚାର) –ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ ସଭାଗୃହରେ ଜିଲ୍ଲାସ୍ତରୀୟ ଜାତୀୟ ଡେଙ୍ଗୁ ଦିବସ, ୨୦୧୭ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ଅର୍ନ୍ତକ୍ଷେତ୍ରୀୟ ଏକାଭିମୁଖତା ବୈଠକରେ ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ଦାସ ଅଧ୍ୟକ୍ଷତା କରିବା ସହିତ ଡେଙ୍ଗୁ ଜ୍ୱର ପ୍ରତି ସତର୍କ ରହିବା ଏବଂ ଠିକ ସମୟରେ ପ୍ରତିଷେଧକମୂଳକ ବ୍ୟବସ୍ଥା କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଡେଙ୍ଗୁ ଜ୍ୱର ସମ୍ପର୍କରେ ଯଥେଷ୍ଟ ସଚେତନତା ସୃଷ୍ଟି କରିବା ସହ ଜିଲ୍ଲାର ଯେଉଁ ସବୁ ବ୍ଲକଗୁଡିକରେ ବିଗତ ବର୍ଷମାନଙ୍କରେ ଡେଙ୍ଗୁ ରୋଗୀମାନଙ୍କ ସଂଖ୍ୟା ଅଧିକ ରହିଛି, ସେହି ସବୁ ଅଂଚଳ ପ୍ରତି ଅଧିକ ଧ୍ୟାନ ଦେବାକୁ ସେ ଡାକ୍ତର, ଉପସ୍ଥିତ ଅଧିକାରୀ ଏବଂ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିବେଦିତା ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଡେଙ୍ଗୁ ରୋଗର ନିରାକରଣ ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିବେକାନନ୍ଦ ଦାସ ପ୍ରାରମ୍ଭିକ ସୂଚନା ଦେବା ସହ ଡେଙ୍ଗୁ ରୋଗର ଚିକିତ୍ସା ପାଇଁ ଜିଲ୍ଲାରେ ଥିବା ଚିକିତ୍ସା ସୁବିଧା ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡାକ୍ତର ଅନୀଲ କୁମାର ସଁ ବାଲେଶ୍ୱର ଜିଲ୍ଲାରେ ଡେଙ୍ଗୁର ସ୍ଥିତି, ବିଭିନ୍ନ ଅଂଚଳରେ ରହିଥିବା ଚିକିତ୍ସା ସୁବିଧା, ଏହାର କାରଣ ଓ ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ । ଡେଙ୍ଗୁ ରୋଗରେ ଆକ୍ରାନ୍ତ ବ୍ୟକ୍ତି ଶୀଘ୍ର ଡାକ୍ତରଙ୍କୁ ପରାମର୍ଶ କରିବା ଏବଂ ଉଚିତ ଔଷଧ ସେବନ କରିବାକୁ ସେ ଆହ୍ୱାନ ଦେଇଥିଲେ । ଜ୍ୱର ଦେଖାଦେବା ମାତ୍ରେ ପ୍ରାଥମିକ ଚିକିତ୍ସା ଭାବେ ଯେ କୌଣସି ଔଷଧ ସେବନ କରିବା ପରିବର୍ତେ “ପାରାସିଟାମଲ” ଔଷଧ ଗ୍ରହଣ କରିବା ସବୁଠାରୁ ନିରାପଦ ବୋଲି ସେ କହିଥିଲେ । ଏହି ବୈଠକରେ ଏ.ଡି.ଏମ.ଓ.(ପି.ଏଚ.) ଡା. ଚାରୁବାଳା ରଥ, ଏ.ଡି.ଏମ.ଓ.(ମେଡିକାଲ) ଡା. ଶଶାଙ୍କ ଚୌଧୁରୀ, ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡା. ଗିରୀଶ ଚନ୍ଦ୍ର ପତିଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି, ସ୍ୱାସ୍ଥ୍ୟକର୍ମୀ ପ୍ରମୁଖ ଯୋଗ ଦେଇ ଡେଙ୍ଗୁ ସମ୍ପର୍କିତ ଆଲୋଚନାରେ ଭାଗ ନେଇଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

fourteen + eight =

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...