ମାଲକାନଗିରି ଏସପିଙ୍କ ନିକଟରେ ଜଣେ ମହିଳା ମାଓବାଦୀ ଙ୍କ ଆତ୍ମସମର୍ପଣ

ମାଲକାନଗିରି, ୧୦/୦୧/୨୦୨୪ (ଓଡ଼ିଶା ସମାଚାର)- ମାଲକାନଗିରି ଏସପିଙ୍କ ନିକଟରେ ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେ ହେଲେ ଛତିଶଗଡ଼ ସୁକମା ଜିଲାର ରୋଶନୀ ଓରଫ ଉଙ୍ଗି ମାଡଭି। କୁଖ୍ୟାତ ମହିଳା ମାଓବାଦୀ ଉଙ୍ଗି ମାଡଭି ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ଏନେଇ ମାଲକାନଗିରି ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଉଙ୍ଗି ମାଡଭିଙ୍କ ଘର ଛତିଶଗଡ଼ର ସୁକମା ଜିଲ୍ଲା ପିତଦବା ଗାଁରେ। ସେ ୨୦୧୬ରେ ମାଓ ସଂଗଠନରେ ଯୋଗ ଦେଇଥିଲେ। ସେ କେଙ୍ଗରଘାଟି ଏରିଆ ମାଓବାଦୀ ସଂଗଠନରେ ସାମିଲ ଥିଲେ । ସଂଗଠନରେ ରହି ଛତିଶଗଡ଼ ଏବଂ ଓଡ଼ିଶାରେ ୨୧ରୁ ଅଧିକ ହିଂସାକାଣ୍ଡରେ ସାମିଲ ଥିଲେ। ଉଙ୍ଗିଙ୍କ ନାଁରେ ଓଡ଼ିଶା ସରକାର ଏକ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ଛତିଶଗଡ଼ ସରକାର ମଧ୍ୟ ୮ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲେ । ଆତ୍ମସମର୍ପଣ କରିବା ପରେ ସରକାରଙ୍କ ନିୟମ ଅନୁଯାୟୀ ଥଇଥାନ କରାଯିବ ବୋଲି ଏସପି କହିଛନ୍ତି ।

Leave a Reply

Your email address will not be published. Required fields are marked *