ଅଚ୍ୟୁତପୁର ପଞ୍ଚାୟତରେ ଜୟ ଜଗନ୍ନାଥ ଅର୍ପଣ ରଥକୁ ବିପୁଳ ସମ୍ବର୍ଦ୍ଧନା

ନିରାକାରପୁର, ୦୯/୦୧/୨୦୨ ୪ (ଓଡ଼ିଶା ସମାଚାର)-  ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ  ଅଚ୍ୟୁତପୁର ପଞ୍ଚାୟତରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଜୟ ଜଗନ୍ନାଥ ଅର୍ପଣ ରଥ ପରିକ୍ରମା  କରିଅଛି।ଏହି ଜଗନ୍ନାଥ ରଥ କୁ ଅଚ୍ୟୁତପୁର ପଞ୍ଚାୟତ ସରପଂଚ ସୋନାଲି ମହାପାତ୍ର,ପିଇଓ ସାରଥ ଚରଣ ପାଇକରାୟ, ଜିଆରଏସ ସ୍ବୟଂବ୍ରତ ଶ୍ରୀଚନ୍ଦନ, ଯୋଗାଣ ସହାୟକ କାଳୁ ଚରଣ ବେହେରା, ସମିତି ସଭ୍ୟ ପୂର୍ଣ୍ଣ ଚନ୍ଦ୍ର ସିଂହ, କର୍ମଚାରୀ ବ୍ରହ୍ମଚାରୀ ପ୍ରଧାନ ଓ ୱାର୍ଡ ସଭ୍ୟ  ରାଉଳ ରାଉତ, ଶ୍ୟାମ ସୁନ୍ଦର ସାମନ୍ତରାୟ, ଯଜ୍ଞସିନି ପରିଡ଼ା, ହରି ବେହେରା, କେଶବ ରାଉଳ   ପ୍ରମୁଖ ଜଗନ୍ନାଥ ଅର୍ପଣ ରଥକୁ  ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କୈଳାସ ସେଠୀ, ଟଙ୍କଧର ମହାପାତ୍ର,ସୁରଥ ସିଂ, କାମଦେବ ପ୍ରଧାନ, ମଧୁସୂଦନ ପାତ୍ର, ଶିବ ପ୍ରଧାନ ଓ ଗୋଲଖ ଜେନା ପ୍ରମୁଖ ସହଯୋଗ କରିଥିଲେ। ଜଗନ୍ନାଥ ସଂସ୍କୃତିର ପ୍ରଚାର, ସଂରକ୍ଷଣ ଏବଂ ସୁରକ୍ଷା ନିମନ୍ତେ ଓ ସମଗ୍ର ଓଡ଼ିଶାର ଜନସାଧାରଣଙ୍କୁ ଏହି ମହାନ ସଂସ୍କୃତି ସହ ଜଡିତ କରିବା ପାଇଁ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଓ ସହରାଞ୍ଚରେ ରେ ଏହି ଜୟ ଜଗନ୍ନାଥ ଅର୍ପଣ ରଥ ସକୀର୍ତ୍ତନ ମଣ୍ଡଳୀ  ପରିକ୍ରମା କରୁଛି। ଆଜି ଅଚ୍ୟୁତପୁର ପଂଚାୟତରେ ପରିକ୍ରମା କରି ପ୍ରତ୍ୟେକ ଗୃହରୁ ଭକ୍ତମାନଙ୍କ ଠାରୁ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରିଥିଲା। ଏହି ପରିକ୍ରମା ରଥ ସହିତ ଉତ୍ସାହୀ ଗ୍ରାମବାସୀ ଓ ସଙ୍କୀର୍ତ୍ତନ ମଣ୍ଡଳୀ ସାମିଲ ହୋଇଥିଲେ। ଘଣ୍ଟ , ଘଣ୍ଟା, ଓ ହରିବୋଲ , ହୁଳହୁଳୀରେ ଅର୍ପଣ ରଥ ପରିକ୍ରମା କରିବା ବେଳେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଆଗାମୀ ଜାନୁୟାରୀ ୧୫ ତାରିଖ ମଧ୍ୟରେ ଏହି ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କାର୍ଯ୍ୟ ସମାପନ ହୋଇ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଦର୍ଶନ ନିମନ୍ତେ ଜିଲ୍ଲାର ବିଭିନ୍ନ ବ୍ଲକ ଓ ପୌରାଞ୍ଚଳ ଭକ୍ତମାନେ ଯିବା ସମୟରେ ନିଜ ସହିତ ସଂଗୃହିତ ଅରୁଆ ଚାଉଳ ଓ ଗୁଆ ନେଇ ପୁରୀ ଶ୍ରୀମନ୍ଦିରରେ ପ୍ରଦାନ କରାଯିବ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି।

Leave a Reply

Your email address will not be published. Required fields are marked *