ଦୁର୍ବୃତ ପୋଡ଼ିଲେଲେ ଗରିବ ବ୍ୟକ୍ତିର ନଡ଼ା ଗଦା

ନିରାକାରପୁର, ୦୯/୦୧/୨୦୨ ୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ରାଜସ୍ବ ନୀରିକ୍ଷକ କାର୍ୟ୍ୟାଳୟ ଅଧୀନସ୍ଥ ଲେଣ୍ଡୁ ପଞ୍ଚାୟତ ରେଙ୍ଗଟା ଗ୍ରାମର ଗରିବ ଗଙ୍ଗାଧର ମହାପାତ୍ରଙ୍କ ନଡ଼ା ଗଦାରେ କେହି ଦୁର୍ବୃତ ନିଆଁ ଲଗାଇ ଦେବାରୁ ପ୍ରାୟ ୩୦ ହଜାର ଟଙ୍କା ର କ୍ଷତି ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ ତାଙ୍କର ଜମିରେ ଜଣେ ଛତୁ ଫାର୍ମ କୁ ନଡ଼ା ଦେବା ପାଇଁ ଗଦା ମାରି ରଖି ଥିବାବେଳେ କେହି ଦୁର୍ବୃତ୍ତ ଜାଣିଶୁଣି ନିଆଁ ଲଗାଇ ଦେଇଛି। ଏ ବିଷୟରେ ଶ୍ରୀ ମହାପାତ୍ର ଟାଙ୍ଗୀ ତହସିଲଦାରଙ୍କୁ ଅଭିଯୋଗ କରିବା ପରେ ନିରାକାରପୁର ରାଜସ୍ବ ନୀରିକ୍ଷକ ତଦନ୍ତ କରି ରିପୋର୍ଟ ପ୍ରଦାନ କରିଛନ୍ତି। ଗଙ୍ଗାଧର ଜଣେ ଗରିବ ଶେଣୀର ବ୍ୟକ୍ତି ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗଦେବାକୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *