ଓଡ଼ିଶା ସମାଚାର

କଳିଙ୍ଗ ନଗର: କେହି ଦାୟୀ ନୁହଁନ୍ତି କେମିତି? – ଉକ୍ରଳ ଭାରତ

କଳିଙ୍ଗ ନଗର: କେହି ଦାୟୀ ନୁହଁନ୍ତି କେମିତି? – ଉକ୍ରଳ ଭାରତ

May 16
20:45 2017

ଭୁବନେଶ୍ୱର ୧୬/୦୫/୨୦୧୭ ( ଓଡ଼ିଶା ସମାଚାର)- ୧୧ ବର୍ଷ ତଳେ ୨୦୦୬ ଜାନୁୟାରୀରେ ଯାଜପୁର ଜିଲ୍ଲାର କଳିଙ୍ଗ ନଗରରେ ଜମି ପାଚେରୀ ତିଆରିକୁ ନେଇ ଯେଉଁ ଗୁଳିକାଣ୍ଡ  ହୋଇଥିଲା ଓ ଜଣେ ପୋଲିସ ତଥା ୧୨ ଜଣ ଆଦିବାସୀ ପ୍ରାଣ ହରାଇଥିଲେ ତା’ର ତଦନ୍ତରେ କେହି କେମିତି ଦୋଷୀ ନୁହନ୍ତି ବୋଲି ନିଷ୍କର୍ଷ ବାହାରିଲା ତାହା ଆଶ୍ଚର୍ଯ୍ୟଜନକ ବୋଲି ଉକ୍ରଳ ଭାରତର ସଭାପତି ମହାମେଘବାହନ ଐର ଖାରବେଳ ସ୍ୱାଇଁ ଏକ ପ୍ରେସ୍ ବିବୃତିରେ ପ୍ରଶ୍ନ କରିଛନ୍ତି । ବିଜୁପଟ୍ଟନାୟଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ କଳିଙ୍ଗ ନଗରଠାରେ ଏକ ଇସ୍ପାତ କାରଖାନା ପ୍ରତିଷ୍ଠା କରାଯିବା ପାଇଁ ଶିଳ୍ପପତି ସ୍ୱରାଜ ପାଲ୍ଙ୍କ ଉପସ୍ଥିତିରେ ତିନୋଟି କଦମ୍ବ ଗଛ ପୋତାଯାଇଥିଲା ଓ ସ୍ଥାନୀୟ ଜନସାଧାରଣଙ୍କୁ କ୍ଷତିପୂରଣ ଦିଆଯାଇ ଜମି ଅଧିଗହଣ କରାଯାଇଥିଲା ।  କିନ୍ତୁ ଇସ୍ପାତ କାରଖାନା ପ୍ରତିଷ୍ଠା ନହେବା ରୁ ଓ ସରକାର ସେହି ସ୍ଥାନକୁ ନିଜ ଅକ୍ତିଆରକୁ ନନେବାରୁ ପୁଣି ଲୋକମାନେ ସେହି ସ୍ଥାନକୁ ଜବର ଦଖଲ କଲେ । ପରେ ଯେତେବେଳେ ସେହି ଜାଗା, ଟାଟା କମ୍ପାନୀକୁ ଇସ୍ପାତ କାରଖାନ ପ୍ରତିଷ୍ଠା ପାଇଁ ଦିଆଗଲା ଜବରଦଖଲକାରୀମାନେ ସେ ଜାଗା ଛାଡ଼ିଗଲେନାହିଁ ଓ ପୁଣି କ୍ଷତିପୂରଣ ଚାହିଁଲେ । ସେତେବେଳେ ସରକାର ଓ ସ୍ଥାନୀୟ ଲୋକପ୍ରତିନିଧିଙ୍କର କର୍ତବ୍ୟ ଥିଲା ବିସ୍ଥାପିତମାନଙ୍କୁ ବୁଝାଇବା । ସେମାନେ ତାହା ନକରି ସମସ୍ୟାର ସମାଧାନ ଦାୟିତ୍ୱ ସରକାରୀ ଅଫସରଙ୍କୁ ଦେଲେ  । ଅଇନ ଅନୁସାରେ ସରକାରୀ ଅଫିସରମାନେ ଗୋଟିଏ ଜମି ପାଇଁ ଦୁଇଥର କ୍ଷତିପୂରଣ ଦେବାକୁ ରାଜି ହେଲେନାହିଁ । ପୋଲିସ୍ ଆଦିବାସୀ ସଂଘର୍ଷରେ ପ୍ରଥମେ ଜଣେ ପୋଲିସ୍କୁ ଆଦିବାସୀମାନେ ହାଣି  ଖଣ୍ଡ ଖଣ୍ଡ କରିଦେବାରୁ ଆତଙ୍କିତ ହୋଇ ପୋଲିସ୍ ଆଖିବୁଜା ଗୁଳିଚଳାଇ ୧୨ ଜଣଙ୍କୁ ହତ୍ୟା କଲାପରେ ଆଦିବାସୀମାନେ ଦୀର୍ଘ ଗୋଟିଏ ବର୍ଷ ପାଇଁ ଡ଼ୁବୁରୀ ଜାତୀୟ ରାଜପଥକୁ ବନ୍ଦ କରି ରାଜ୍ୟର ଅଶେଷ ଆର୍ଥôକ କ୍ଷତି କରିଥିଲେ । ଦୁର୍ବଳ ରାଜ୍ୟ ସରକାର ସେହି ଅବରୋଧ ହଟାଇ ପାରିଲେନାହିଁ । ବର୍ଷକ ପରେ ହାଇକୋର୍ଟର ଗୋଟିଏ ଆଦେଶ ବଳରେ ସେହି ରାସ୍ତା ଅବରୋଧ ଆପେ ଆପେ ହଟିିଗଲା । ଏହାପରେ ସେଠାରେ ନେତୃତ୍ୱ ନେଉଥିବା ଆଦିବାସୀ ନେତା ଚକ୍ରଧର ହାଇବୁରୁ ବିଜେଡିରେ ମିଶିଗଲେ ।

                           ଏହି ଘଟଣା ସପୂର୍ଣ୍ଣ ସରକାରୀ ଅପାରଗତାକୁ ପ୍ରମାଣିତ କରୁଛି । ଲୋକଙ୍କୁ ବୁଝାଇ ନପାରିବା ଓ ଅମଲାତନ୍ତ୍ରକୁ ସମସ୍ୟା ସମାଧାନ ପାଇଁ ଦାୟିତ୍ୱ ଦେବା ଏହି ନାରକୀୟ ଘଟଣା ପାଇଁ ସମ୍ପୂର୍ଣ୍ଣ ଦାୟୀ । ଓଡ଼ିଶା ସରକାରଙ୍କୁ ଏହି ଘଟଣା ପାଇଁ ସମ୍ପୂର୍ଣ୍ଣ ଦାୟୀ କରାଯାଇ ପାରେ । ପୋଲିସ୍ ଏଥିପାଇଁ ଦାୟୀ ନୁହେଁ, କାରଣ ସେମାନେ ମଣିଷ । ସେମାନଙ୍କର ମଧ୍ୟ ଆତ୍ମରକ୍ଷାର ଅଧିକାର ଅଛି । ସେଠାକାର ରାଜନୈତିକ ପ୍ରତିନିଧିମାନେ ଏ ଘଟଣା ପାଇଁ ସମ୍ପୂର୍ଣ୍ଣ ଦାୟୀ । ପୁଣି କେଉଁ ଶିଳ୍ପମାନେ ରାସ୍ତା ଅବରୋଧ କରି ଟାଟାକୁ ସେଠାରେ କାରଖାନ ପ୍ରତିଷ୍ଠା ପାଇଁ ଆଦିବାସୀମାନଙ୍କୁ ନିୟମିତ ଅର୍ଥ ଦେଉଥିଲେ ସେ କଥାର ମଧ୍ୟ ତଦନ୍ତ ହେବା ଆବଶ୍ୟକ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

four × five =