ଅଗ୍ନିକାଣ୍ଡରେ ୩ ବଖରା ଭସ୍ମୀଭୂତ

ଖୋର୍ଦ୍ଧା,୭/୧/୨୪(ଓଡିଶା ସମାଚାର/ଦୀପକ ପ୍ରଧାନ) -ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ ନୂଆଗଡ ପଂଚାୟତ ରଘୁନାଥପୁର ସାହିରେ ଅଗ୍ନିକାଣ୍ଡ ଘଟି ୩ ବଖରା ଭସ୍ମୀଭୂତ ହୋଇଯାଇଛି। ଆଜି ମଧ୍ୟାହ୍ନ ରେ ଉକ୍ତ ସାହିର ଗୋଲଖ ପ୍ରଧାନ (୫୭) ଙ୍କ ଘରେ ବିଦ୍ୟୁତ ସଟ୍ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡରେ ୧୦ ବସ୍ତା ଧାନ ସମେତ ମୁଲ୍ୟବାନ ଆସବାବପତ୍ର ନଷ୍ଟ ହୋଇ ଲକ୍ଷାଧିକ ଟଙ୍କାର ସଂପତି ନଷ୍ଟ ହୋଇଥିବା ଅନୁମାନ କରାଯାଇଛି। ଘଟଣାସ୍ଥଳରେ ଭୁଷଣ୍ଡପୁର ରାଜସ୍ବ ଅଧିକାରୀ ପହଞ୍ଚି ଅନୁସଂଧାନ କରିଛନ୍ତି। ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ଜଣେ ଗରିବ ଶ୍ରେଣୀର ହୋଇଥିବାରୁ ତୁରନ୍ତ ସରକାରୀ ସାହାଯ୍ୟ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *