ଓଡ଼ିଶା ସମାଚାର

ଗୀତାଞ୍ଜଳି ସ୍କୁଲ୍ ଅଫ୍ ନର୍ସିଂ ପକ୍ଷରୁ ସେବିକା ଦିବସ

ଗୀତାଞ୍ଜଳି ସ୍କୁଲ୍ ଅଫ୍ ନର୍ସିଂ ପକ୍ଷରୁ ସେବିକା ଦିବସ

ଗୀତାଞ୍ଜଳି ସ୍କୁଲ୍ ଅଫ୍ ନର୍ସିଂ ପକ୍ଷରୁ ସେବିକା ଦିବସ
May 14
17:12 2017

ଭୁବନେଶ୍ୱର , ୧୪/୦୫/୨୦୧୭(ଓଡ଼ିଶା ସମାଚାର) –ସ୍ୱାସ୍ଥ୍ୟକ୍ଷେତ୍ରରେ ସେବିକାଙ୍କ ସେବାକାର୍ଯ୍ୟ ଅତୁଳନୀୟ । ଅନ୍ୟ କ୍ଷେତ୍ରଠାରୁ ସ୍ୱାସ୍ଥ୍ୟକ୍ଷେତ୍ରରେ କାମ କରୁଥିବା ସେବିକାମାନେ ତୃତୀୟ ଭଗବାନ ଭଳି କାର୍ଯ୍ୟ କରନ୍ତି । ରାଜ୍ୟ ସରକାର ସ୍ୱାସ୍ଥ୍ୟକ୍ଷେତ୍ରକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି । ସେବିକାଙ୍କ ଭବିଷ୍ୟତ ପାଇଁ ସରକାର ସବୁବେଳେଯତ୍ନବାନ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ଇଡ୍କଲ ଅଡିଟୋରିୟମ୍ରେ ଗୀତାଞ୍ଜଳି ସ୍କୁଲ୍ ଅଫ୍ ନର୍ସିଂ ପକ୍ଷରୁ ଆୟୋଜିତ ଆନ୍ତର୍ଜାତିକ ସେବିକା ଦିବସରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ଜେନା ଏହା କହିଛନ୍ତି । ସରକାରୀ ହେଉ ବା ବେସରକାରୀ ସମସ୍ତ ନର୍ସିଂ ଛାତ୍ରଛାତ୍ରୀ ଅଧିକ ପରିଶ୍ରମ କରିବା ସହିତ ଶୃଙ୍ଖଳିତ ହେବା ଆବଶ୍ୟକ । ସମାଜର ଅବହେଳିତ ଓ ଦୁର୍ବଳ ଲୋକେ ଯେପରି ଆବଶ୍ୟକ ସେବା ପାଇବେ ସେ ଦିଗରେ ସେବିକାମାନେ ଉଦ୍ୟମ କରିବା ଉଚିତ୍ । ଆଗାମୀ ୪ ବର୍ଷ ମଧ୍ୟରେ ଓଡ଼ିଶାରୁ ଶିକ୍ଷାଲାଭ କରିଥିବା ସମସ୍ତ ଛାତ୍ରଛାତ୍ରୀ ଚାକିରି ସୁଯୋଗ ଲାଭ କରିବା ସୁନିଶ୍ଚିତ ବୋଲି ମନ୍ତ୍ରୀ ଶ୍ରୀ ଜେନା ଏହି ଅବସରରେ କହିଛନ୍ତି ।Nurse day 1

 ଯୁବନେତା ଆଶିଷ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବିଧାୟକ ପ୍ରଭାତ ତ୍ରିପାଠୀ, ପ୍ରିୟଦର୍ଶୀ ମିଶ୍ର ସମ୍ମାନିତ ଅତିଥି ଓ ମେୟର ଅନନ୍ତ ନାରାୟଣ  ଜେନା ମୁଖ୍ୟବକ୍ତା ଭାବେ ଯୋଗଦେଇ ନର୍ସିଂ ପାଠ ପ୍ରତି ଆଦିବାସୀ, ଦଳିତ ଓ ଅବହେଳିତ ବର୍ଗର ପିଲା କିପରି ଆକର୍ଷିତ ହୋଇ ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହୋଇପାରିବେ ସେଥିପାଇଁ ଉଦ୍ୟମ ହେବା ଉଚିତ୍ ବୋଲି କହିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ଦିବ୍ୟଲୋଚନ ନାୟକ ସ୍ୱାଗତ ଭାଷଣ ଓ ପ୍ରିନ୍ସିପାଲ୍ ବିଷ୍ଣୁପ୍ରିୟା ମହାନ୍ତି ଦିବସ ପାଳନ ସମ୍ପର୍କରେ ସୂଚନା ଦେଇ ଛାତ୍ରଛାତ୍ରୀଙ୍କୁ ଶପଥ ପାଠ କରାଇଥିଲେ । ଅନୁଷ୍ଠାନର ନିର୍ଦ୍ଧେଶିକା ଗୀତାଞ୍ଜଳି ରାଉତ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ସେହିପରି ସମ୍ପାଦକ ପ୍ରଶାନ୍ତ ନାୟକଙ୍କ ସଙ୍କଳିତ ମୁଖପତ୍ର ‘ସାଧନା’କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଅନୁଷ୍ଠାନର ଟୁ୍ୟଟର କଳ୍ପନା ପୃଷ୍ଟି ଧନ୍ୟବାଦ ଦେଇଥିଲେ । ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସନ୍ଧ୍ୟାରାଣୀ ପାତ୍ର, ସୋନାଲିକା କର୍ଣ୍ଣ, ସରୋଜକାନ୍ତ ରାଉତ, ବର୍ଣ୍ଣଲକ୍ଷ୍ମୀ ମହାପାତ୍ର, ରଶ୍ମିତା ରାଉତ, ସିଗ୍ମା ପଟେଲ, ରାନା ମିଶ୍ର, ସନ୍ଦୀପ୍ ନାୟକ, ଦେବାଶିଷ ଦାସ ପ୍ରମୁଖ ସଭା ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

six + 16 =

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...