ଓଡ଼ିଶା ସମାଚାର

ଭାଇଚାରାରେ ଫନୀ ମୁକାବିଲା

 Breaking News
  • ପଥର ବୋଝେଇ ଟ୍ରକକୁ ଧକ୍କା ଦେଲା ବୋଲେରୋ, ଜଣେ ମୃତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଏକ ପଥର ବୋଝେଇ ଟ୍ରକକୁ ଦ୍ରୁତଗାମୀ ବୋଲେରୋ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ନାବାଳକର ମୃତ୍ୟୁ ହୋଇଯାଇଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ରାଜନଗର ଥାନା ରାଜରାଜଶ୍ୱେରପୁର ଗ୍ରାମର ରବିନ୍ଦ୍ର ମାଝିଙ୍କ ପୁଅ ବିଶ୍ୱଜିତ ମାଝି (୧୫)...
  • ଜିଲ୍ଲାକୁ ଗୌରବାନ୍ୱିତ କଲେ ସମୀକ୍ଷା ଓ ଶାନ୍ତ୍ୱନା କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତ ମାଟ୍ରିକ ପରୀକ୍ଷାର ଫଳ ମଙ୍ଗଳବାର ଦିନ ପ୍ରକାଶିତ ହୋଇଛି । ଏଥିରେ ୨ ଜଣ ଛାତ୍ରୀ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ଜଣାପଡିଛି । ପୌରାଂଚଳ ଅନ୍ତର୍ଗତ ଭାରତୀ ବିଦ୍ୟା ମନ୍ଦିରର ଛାତ୍ରୀ...
  • ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ପ୍ରତିଶତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ ପ୍ରତିଶତ ହୋଇଛି । ରାଜ୍ୟରେ ଚଳିତ ବର୍ଷ ରେଗୁଲାର ପରୀକ୍ଷାର୍ଥୀ ୫ଲକ୍ଷ ୪୫ହଜାର ୩୬୨ ଫର୍ମ ପୁରଣ କରିଥିବା ବେଳେ ସେଥିରୁ ୯ହଜାର...
  • ପ୍ଲଟିଂ ଜମି ବ୍ୟବସାୟ ପାଇଁ ସରକାରୀ ଗୋଚର ଜମିକୁ ପୋତାଯାଉଛି କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ପ୍ଲଟିଂ  ଜମି ବ୍ୟବସାୟ ନିମନ୍ତେ ଏକ ସରକାରୀ ଗୋଚର କିଷମ ଜମିକୁ ମାଟି ପକାଯାଇ ପୋତାଯାଉଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ତହସିଲ ଅନ୍ତର୍ଗତ ପଂଚାଣପୁର ମୈାଜାର ଖାତା ନମ୍ବର ୯୧...
  • ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ ଗୃହରେ ଆଜି ପୂର୍ବାହ୍ନରେ ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ...
ଭାଇଚାରାରେ ଫନୀ ମୁକାବିଲା
May 16
20:30 2019

                              ରିଲିଫ ଓ ଥଇଥାନ ପ୍ରକ୍ରିୟାରେ ସାମିଲ ଯୁବଗୋଷ୍ଠୀ
ଭୁବନେଶ୍ୱର, ୧୬/୦୫/୨୦୧୯ (ଓଡ଼ିଶା ସମାଚାର)- ବାତ୍ୟା ଫନୀ ରାଜ୍ୟର ୧୪ଟି ଜିଲ୍ଲାରେ ଏହାର ଛାପ ଛାଡିଯାଇଛି । ସର୍ବାଧିକ କ୍ଷତିଗ୍ରସ୍ତ ପୁରୀ ଜିଲ୍ଲାରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ସରକାରଙ୍କ ପ୍ରୟାସରେ ରିଲିଫ ଓ ଥଇଥାନ କାର୍ଯ୍ୟ ମଧ୍ୟ ତ୍ୱାରିନ୍ୱିତ ହେଉଛି । ଫନୀ ମୁକାବିଲା ପାଇଁ ବିଭିନ୍ନ ସାମାଜିକ ଅନୁଷ୍ଠାନମାନଙ୍କ ନେଇ ଗଠିତ ନାଗରିକ ସମୁହର ଅଗ୍ରଣୀ ଅନୁଷ୍ଠାନ ସିୱାଇଏସଡି ପୁରୀ ଜିଲ୍ଲାର ସତ୍ୟବାଦୀ ଓ ବ୍ରହ୍ମଗିରି ବ୍ଲକରେ ବିଭିନ୍ନ ଲୋକ ସଙ୍ଗଠନ, ସଂସ୍ଥା ଆଦିମାନଙ୍କ ସହଯୋଗରେ ରିଲିଫ ଓ ଥଇଥାନ କାର୍ଯ୍ୟ ତ୍ୱରାନ୍ୱିତ କରୁଛି । ଏହି ବ୍ଲକଗୁଡିକର ବିଭିନ୍ନ ଗ୍ରାମରେ ଯୁବକ ସଙ୍ଘ, ଲୋକ ସଙ୍ଗଠନ ଓ ସ୍ଥାନୀୟ ସ୍ୱେଚ୍ଛାସାବୀମାନଙ୍କୁ ପ୍ରୋତ୍ସାହିତ କରି ଦୈନିକ ବିଭିନ୍ନ ଗ୍ରାମରେ ‘ଶ୍ରମଦାନ’ ଜରିଆରେ ୱାର୍କ କ୍ୟାମ୍ପ ଆୟୋଜିତ କରାଯାଉଛି । ଏହି କ୍ୟାମ୍ପରେ ପ୍ରତିଟି ଗ୍ରାମର ଯୁବକ ଓ ଲୋକ ସଙ୍ଗଠନର କର୍ମକର୍ତାମାନେ ସ୍ୱେଚ୍ଛାସେବୀମାନଙ୍କ ସହ ମିଶି ବାତ୍ୟାରେ ଭାଙ୍ଗିଥିବା ଗଛ କାଟି ଗ୍ରାମ ରାସ୍ତା ସଫା କରିବା, ମୂଳରୁ ଉପୁଡି ପଡିଥିବା ଗଛଗୁଡିକୁ ପୁର୍ନଜୀବନ ଦେବା, ପୋଖରୀ ସଫା କରିବା ଏବଂ ଜଳ ଉତ୍ସଗୁଡିକୁ ବିଶୋଧନ କରିବା କାର୍ଯ୍ୟ ଆଦି ଦୃତ ଗତିରେ କରାଯାଉଛି । ଲୋକମାନଙ୍କ ଆବଶ୍ୟକତାକୁ ନଜରରେ ରଖି ରିଲିଫ କାର୍ଯ୍ୟ ସହ ସ୍ୱାସ୍ଥ୍ୟ ଶିବିର ମଧ୍ୟ ଆୟୋଜିତ କରାଯାଉଛି । ସ୍ୱେଚ୍ଛାସେବୀ ଓ ସ୍ଥାନୀୟ ଯୁବଗୋଷ୍ଠୀ ରିଲିଫ କାର୍ଯ୍ୟ ଓ ସ୍ୱାସ୍ଥ୍ୟ ଶିବିରଗୁଡିକୁ ଶାନ୍ତି ଶୃଙ୍ଖଳାରେ ସୂଚାରୁରୂପେ ପରିଚାଳନା ମଧ୍ୟ କରୁଛନ୍ତି ।CYSD 1

ସୂଚନା ଯୋଗ୍ୟ ଯେ, ବ୍ରହ୍ମଗିରି ବ୍ଲକ ର ପଳଙ୍କ ପଂଚାୟତରେ ପ୍ଲାନ ଇଣ୍ଡିଆ ସହଯୋଗରେ ପ୍ରାଥମିକ ଆକଳନ କରାଯାଇ ରିଲିଫ କାର୍ଯ୍ୟ କରାଯାଉଥିବା ବେଳେ ଦିବ୍ୟାଙ୍ଗ, ବିଧବା, ଦୂରାରୋଗ୍ୟରେ ପୀଡିତ ବ୍ୟକ୍ତି, ଅତି ବୟସ୍କ ପରିବାର, ଏକାକୀନି ମହିଳା ଆଦିଙ୍କୁ ଅଗ୍ରାଧିକାର ଭିତିିରେ ୧୫୦୦ ପ୍ରଭାବିତ ପରିବାରମାନଙ୍କୁ ୧୦ ଦିନର ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି । ଆବଶ୍ୟକତା ଓ ପ୍ରାଥମିକତା ଭିତିିରେ ପ୍ଲାନ ଇଣ୍ଡଆ ପ୍ରତି ପରିବାରକୁ ବିଭିନ୍ନ ରାସନ ସାମଗ୍ରୀ ୧୦ ଦିନ ପାଇଁ ଯୋଗାଇଦେଇଛି । ଆଗାମୀ ଦିନରେ ଅଧିକ କ୍ଷତିଗ୍ରସ୍ତ ପରିବାରମାନଙ୍କୁ ମଧ୍ୟ ସହଯୋଗ କରାଯିବା ସହ ପୁର୍ନରୁଦ୍ଧାର କାର୍ଯ୍ୟକ୍ରମ ମଧ୍ୟ କରାଯିବ । ମୁଖ୍ୟତଃ ପିଲାମାନଙ୍କ ଅଧିକାର ଓ ସୁରକ୍ଷା ଉପରେ କାର୍ଯ୍ୟ କରୁଥିବାରୁ ପ୍ରଭାବିତ ପରିବାର ନିଜ ବାସସ୍ଥାନଗୁଡିକୁ ଶୀଘ୍ର ସଜାଡି ପିଲାମାନଙ୍କୁ ସୁରକ୍ଷା ପ୍ରଦାନ ପାଇଁ ତତ୍ପରତା ଦେଖାଇପାରିବେ ବୋଲି ପ୍ଲାନ ଇଣ୍ଡଆ ରିଲିଫ ସହଯୋଗ କରୁଛି ବୋଲି ଏହାର ଓଡିଶା ରାଜ୍ୟ ଶାଖା ମୁଖ୍ୟ ତୁସାରକାନ୍ତି ଦାସ କହିଛନ୍ତି । ସିୱାଇଏସଡିର କର୍ମୀମାନଙ୍କ ସହ ସୁଦୂର କନ୍ଧମାଳର ଅନ୍ତରଙ୍ଗ ଓ ଜାତୀୟ ଯୁବ ପ୍ରକଳ୍ପର ଯୁବ ସ୍ୱେଚ୍ଛାସେବୀମାନେ ସ୍ଥାନୀୟ ଅଂଚଳରେ ରହି ଲୋକମାନଙ୍କୁ ପ୍ରୋତ୍ସାହିତ କରି ପୋଖରୀ ଓ ରାସ୍ତା ସଫେଇ, ଗଛ କଟା ଓ ଉପୁଡି ପଡିଥିବା ଗଛଗୁଡିକର ପୁର୍ନଜୀବନ ପ୍ରକ୍ରିୟା ଏବଂ ଜଳ ଉତ୍ସଗୁଡିକୁ ବିଶୋଧନ କରିବା କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଆମେରି କେୟାର ସହଯୋଗରେ ଉକ୍ତ ଅଂଚଳରେ ସ୍ୱାସ୍ଥ୍ୟ ଶିବିର ଆୟୋଜିତ କରାଯାଉଥିବା ବେଳେ ଅତ୍ୟାବଶ୍ୟକୀୟ ଔଷଧ ମଧ୍ୟ ବିତରଣ କରାଯାଉଛି ।CYSD 2

ସେହିପରି ସତ୍ୟବାଦୀ ବ୍ଲକ ରେ ସିୱାଇଏସଡିର କର୍ମୀ ଓ ସ୍ୱେଚ୍ଛାସେବୀମାନଙ୍କର ଅନ୍ୟ ଏକ ଦଳ ଶ୍ରମଦାନ ଜରିଆରେ ବିଭିନ୍ନ ଗ୍ରାମରେ ୱାର୍କ କ୍ରାମ୍ପ ଓ ସ୍ୱାସ୍ଥ୍ୟ ଶିବିର ଆୟୋଜିତ କରାଯାଉଛି । ଏହି ଅଂଚଳରେ ଏବେ ବି ପାନୀୟ ଜଳ ସମସ୍ୟା ଥିବାରୁ ଟାଟା ଟ୍ରଷ୍ଟ ସହଯୋଗରେ ଭ୍ରାମ୍ୟମାଣ ଜଳ ବିଶୋଧନ ପ୍ଲାଂଟ ଜରିଆରେ ବିଭିନ୍ନ ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ମଧ୍ୟ ଯେଗ।।ଇ ଦିଆଯାଉଛି । ସେହିପରି ଗୁଞ୍ଜ ସହଯୋଗରେ ସେଠାରେ ପ୍ରଭାବିତ ପରିମାରମାନଙ୍କୁ ଅତ୍ୟାବଶ୍ୟକୀୟ ରିଲିଫ ସାମଗ୍ରୀ ମଧ୍ୟ ବଂଟନ କରାଯାଇଛି । ଏହି କାର୍ଯ୍ୟକ୍ରମଗୁଡିକୁ ଅତି ସୂଚାରୁରୂପେ ଓ ଶାନ୍ତି ଶୃଙ୍ଖଳା ସହ ପରିଚାଳନା କରାଯାଇପାରୁଥିବାରୁ ବିଭିନ୍ନ ଲୋକ ସଙ୍ଗଠନ, ଯୁବକ ସଙ୍ଘ ଓ ସ୍ୱେଚ୍ଛାସେବୀମାନଙ୍କୁ ସିୱାଇଏସଡିର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସାହୁ ଧନ୍ରବାଦ ଜଣାଇଛନ୍ତି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment