ଓଡ଼ିଶା ସମାଚାର

ପିଇବା ପାଣି ପାଇଁ ହିନସ୍ତା ଭୋଗୁଛନ୍ତି ଇଟାଟିକ୍ରି ଗ୍ରାମବାସୀ

 Breaking News
  • ପଥର ବୋଝେଇ ଟ୍ରକକୁ ଧକ୍କା ଦେଲା ବୋଲେରୋ, ଜଣେ ମୃତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଏକ ପଥର ବୋଝେଇ ଟ୍ରକକୁ ଦ୍ରୁତଗାମୀ ବୋଲେରୋ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ନାବାଳକର ମୃତ୍ୟୁ ହୋଇଯାଇଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ରାଜନଗର ଥାନା ରାଜରାଜଶ୍ୱେରପୁର ଗ୍ରାମର ରବିନ୍ଦ୍ର ମାଝିଙ୍କ ପୁଅ ବିଶ୍ୱଜିତ ମାଝି (୧୫)...
  • ଜିଲ୍ଲାକୁ ଗୌରବାନ୍ୱିତ କଲେ ସମୀକ୍ଷା ଓ ଶାନ୍ତ୍ୱନା କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତ ମାଟ୍ରିକ ପରୀକ୍ଷାର ଫଳ ମଙ୍ଗଳବାର ଦିନ ପ୍ରକାଶିତ ହୋଇଛି । ଏଥିରେ ୨ ଜଣ ଛାତ୍ରୀ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ଜଣାପଡିଛି । ପୌରାଂଚଳ ଅନ୍ତର୍ଗତ ଭାରତୀ ବିଦ୍ୟା ମନ୍ଦିରର ଛାତ୍ରୀ...
  • ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ପ୍ରତିଶତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ ପ୍ରତିଶତ ହୋଇଛି । ରାଜ୍ୟରେ ଚଳିତ ବର୍ଷ ରେଗୁଲାର ପରୀକ୍ଷାର୍ଥୀ ୫ଲକ୍ଷ ୪୫ହଜାର ୩୬୨ ଫର୍ମ ପୁରଣ କରିଥିବା ବେଳେ ସେଥିରୁ ୯ହଜାର...
  • ପ୍ଲଟିଂ ଜମି ବ୍ୟବସାୟ ପାଇଁ ସରକାରୀ ଗୋଚର ଜମିକୁ ପୋତାଯାଉଛି କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ପ୍ଲଟିଂ  ଜମି ବ୍ୟବସାୟ ନିମନ୍ତେ ଏକ ସରକାରୀ ଗୋଚର କିଷମ ଜମିକୁ ମାଟି ପକାଯାଇ ପୋତାଯାଉଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ତହସିଲ ଅନ୍ତର୍ଗତ ପଂଚାଣପୁର ମୈାଜାର ଖାତା ନମ୍ବର ୯୧...
  • ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ ଗୃହରେ ଆଜି ପୂର୍ବାହ୍ନରେ ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ...
May 16
20:07 2019

ତାରପୁର, ୧୬/୦୫/୨୦୧୯ (ଓଡ଼ିଶା ସମାଚାର)- ରାଜ୍ୟ ସରକାରଙ୍କ ୧୯ ବର୍ଷ ଶାସନ କଲା ପରେ ବି ଉପକୂଳ ଅଂଚଳରେ ପହଂଚି ପାରିନି ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ । ଫଳରେ ହଜାରରୁ ଉଦ୍ଧ୍ୱର୍ ଗ୍ରାମବାସୀ ସ୍ୱଛ ପିଇବା ପାଣି ପାଇଁ ନଦୀ ଉପରେ ନିର୍ଭର କରୁଛନ୍ତି ।  ବାରମ୍ବାର ଅଭିଯୋଗ କଲେ ମଧ୍ୟ ନେତା କମ୍ବା ପ୍ରଶାସନ  କେହି କର୍ଣ୍ଣପାତ କରୁନାହାନ୍ତି । ଏପରି ସମସ୍ୟା ଦେଖାଦେଇଛି ତିର୍ତୋଲ ବ୍ଲକ୍ କ୍ରିଷ୍ଣାନନ୍ଦପୁର ପଂଚାୟତ ଇଟାଟିକ୍ରୀ ଗ୍ରାମରେ ।  ଗ୍ରାମରେ ହଜାରରୁ ଉଦ୍ଧ୍ୱର୍ ଗ୍ରାମବାସୀ ବସବାସ କରୁଥିଲେ ବି  ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ ଏଠାରେ ଫେଲ ମାରିଛି ।  ଏହି ଜନସାଧାରଣଙ୍କ ପାଇଁ ଗ୍ରାମରେ କୌଣସି ପାଣି ପାଇପ ଲାଇନ ବିଛାଯାଇନଥିବାବେଳେ ଓଭରହେଡ଼ ଟାଙ୍କି ମଧ୍ୟ ନାହିଁ । ଫଳରେ ସାଧାରଣ ଜନତା କେତୋଟି ହାତ ଗଣତି ନଳକୂପ ପାଣିରେ ରୋଷେଇ ପାଇଁ ନିର୍ଭର କରୁଥିବାବେଳେ ଅନ୍ୟ ସମସ୍ତ କାର୍ଯ୍ୟ ପାଇଁ ମହାନଦୀ ପାଣି ଉପରେ ନିର୍ଭର କରିଥାନ୍ତି । ବର୍ତମାନ ନଦୀ ଶଯ୍ୟା ଶୁଖିଲା ପଡ଼ିଥିବାବେଳେ  ଅସହ୍ୟ ଗ୍ରୀଷ୍ମ ପ୍ରବାହ ହେଉଅଛି ।  ଫଳରେ ନିତ୍ୟ ବ୍ୟବହାର କାର୍ଯ୍ୟ ପାଇଁ ପାଣି ପାଇବା ଅସମ୍ଭବ ହୋଇ ପଡ଼ୁଥିବାରୁ ଲୋକମାନେ ନାହିଁ ନଥିବା ହିନସ୍ତା ଭୋଗୁଛନ୍ତି । ସେମାନେ ବାରମ୍ବାର ବ୍ଲକ୍ ଠାରୁ ଜିଲା ସ୍ତର ପର୍ଯ୍ୟନ୍ତ ଅଭିଯୋଗ କଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ବନ୍ଦୋବସ୍ତ କରାଯାଉନାହିଁ ।  ଜଳ ଜନିତ ରୋଗର ସମସ୍ୟାରେ ପଡ଼ି ଲୋକମାନେ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତ୍ି ।  ଏହି ପଂଚାୟତ ଦାୟିତ୍ୱରେ ଥିବା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଯନ୍ତ୍ରୀ ସ୍ୱାଗତିକା ସ୍ୱାଇଁ ଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇନଥିଲେ ।  ଏହି ଗ୍ରାମରେ ପାନୀୟ ଜଳ ବ୍ୟବସ୍ଥା କରିବା ପାଇଁ ଗ୍ରାମବାସୀଙ୍କ ତରଫରୁ ମହମ୍ମଦ ଆଜମିର ଆଲାମ,  ଜନତ ହୁସେନ୍,  ଉମେଶ ଖଟୁଆ, ମିର ରିଆସତ ଅଲୀ,  ମିର ମୁଲତଜା ଆଲାମ,  ପ୍ରମୁଖ ଜିଲାପାଳ ଜଗତସିଂହପୁର,  ବିଭାଗୀୟ ସଚୀବ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅନୁରୋଧ କରିଛନ୍ତି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment