ଓଡ଼ିଶା ସମାଚାର

ଚିତ୍ରୋତ୍ପଳା ମହୋତ୍ସବ ଉଦଯାପିତ

 Breaking News
  • ପଥର ବୋଝେଇ ଟ୍ରକକୁ ଧକ୍କା ଦେଲା ବୋଲେରୋ, ଜଣେ ମୃତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଏକ ପଥର ବୋଝେଇ ଟ୍ରକକୁ ଦ୍ରୁତଗାମୀ ବୋଲେରୋ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ନାବାଳକର ମୃତ୍ୟୁ ହୋଇଯାଇଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ରାଜନଗର ଥାନା ରାଜରାଜଶ୍ୱେରପୁର ଗ୍ରାମର ରବିନ୍ଦ୍ର ମାଝିଙ୍କ ପୁଅ ବିଶ୍ୱଜିତ ମାଝି (୧୫)...
  • ଜିଲ୍ଲାକୁ ଗୌରବାନ୍ୱିତ କଲେ ସମୀକ୍ଷା ଓ ଶାନ୍ତ୍ୱନା କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତ ମାଟ୍ରିକ ପରୀକ୍ଷାର ଫଳ ମଙ୍ଗଳବାର ଦିନ ପ୍ରକାଶିତ ହୋଇଛି । ଏଥିରେ ୨ ଜଣ ଛାତ୍ରୀ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ଜଣାପଡିଛି । ପୌରାଂଚଳ ଅନ୍ତର୍ଗତ ଭାରତୀ ବିଦ୍ୟା ମନ୍ଦିରର ଛାତ୍ରୀ...
  • ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ପ୍ରତିଶତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ ପ୍ରତିଶତ ହୋଇଛି । ରାଜ୍ୟରେ ଚଳିତ ବର୍ଷ ରେଗୁଲାର ପରୀକ୍ଷାର୍ଥୀ ୫ଲକ୍ଷ ୪୫ହଜାର ୩୬୨ ଫର୍ମ ପୁରଣ କରିଥିବା ବେଳେ ସେଥିରୁ ୯ହଜାର...
  • ପ୍ଲଟିଂ ଜମି ବ୍ୟବସାୟ ପାଇଁ ସରକାରୀ ଗୋଚର ଜମିକୁ ପୋତାଯାଉଛି କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ପ୍ଲଟିଂ  ଜମି ବ୍ୟବସାୟ ନିମନ୍ତେ ଏକ ସରକାରୀ ଗୋଚର କିଷମ ଜମିକୁ ମାଟି ପକାଯାଇ ପୋତାଯାଉଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ତହସିଲ ଅନ୍ତର୍ଗତ ପଂଚାଣପୁର ମୈାଜାର ଖାତା ନମ୍ବର ୯୧...
  • ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ ଗୃହରେ ଆଜି ପୂର୍ବାହ୍ନରେ ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ...
ଚିତ୍ରୋତ୍ପଳା ମହୋତ୍ସବ ଉଦଯାପିତ
May 16
17:19 2019

  ‘ମହୋତ୍ସବ’ ହେଉଛି କଳା,ସାହିତ୍ୟ,ସଂସ୍କୃିତି ଓ ଉନ୍ନତିର ତୃଣମୂଳସ୍ତରରେ ଏକ ଅଭିଯାନ
ପାଟକୁରା,୧୬/୦୫/୨୦୧୯ (ଓଡ଼ିଶା ସମାଚାର)- ମହୋତ୍ସବ ମାଧ୍ୟମରେ ଲୋକମାନଙ୍କ ମଧ୍ୟରେ ଭାଇଚାରାର ଭାବ ସୃଷ୍ଟି କରିଥାଏ,ମହୋତ୍ସବ ହେଉଛି ସଂସ୍କୃତିର ଏକ ଅଭିଯାନ ଓ ସଂକଳ୍ପ ନେବାର ମୂଳ ପିଣ୍ଡ ହେଉଛି ମହୋତ୍ସବ ବୋଲି ‘ଚିତ୍ରୋତ୍ପଳା ମହୋତ୍ସବ’ର ଉଦ୍ଯାପନୀ ଉତ୍ସବରେ ଯୋଗ ଦେଇ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଗରଦପୁର ବ୍ଲକ ଅନ୍ତର୍ଗତ ବେଡାରୀ ପଂଚାୟତର ହରିଦାସପୁର ଗ୍ରାମ ନିକଟସ୍ଥ ପବିତ୍ର ଚିତ୍ରୋତ୍ପଳା ନଦୀ ପଠାସ୍ଥିତ ଶନିଦେବଙ୍କ ମନ୍ଦିର ପରିସର ମଧ୍ୟରେ ଗତ ୧୦ ତାରିଖ ଠାରୁ ଆରମ୍ଭ ହୋଇ ୫ ଦିନ ବ୍ୟାପି ଅନୁଷ୍ଠିତ ୪ର୍ଥ ବାର୍ଷିକ ‘ଚିତ୍ରୋତ୍ପଳା ମହୋତ୍ସବ’ ଉଦ୍ଯାପିତ୍ ହୋଇଯାଇଛି । ‘ଚିତ୍ରୋତ୍ପଳା ମହୋତ୍ସବ’କମିଟର ସଭାପତି ଚିତରଞ୍ଜନ ଚୌଧୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ ମୂଖ୍ୟ ଅତିଥି ଭାବରେ ରାଜ୍ୟ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଦୀପ୍ତିକାନ୍ତ ପରିଜା ଯୋଗ ଦେଇ ବାତ୍ୟା ଫନି ପ୍ରଭାବ ଯୋଗୁଁ ଚଳିତ ବର୍ଷ ଏହି ମହୋତ୍ସବକୁ ସିମିତ କାର୍ଯ୍ୟକ୍ରମରେ ରଖାଯାଇଥିବା ସମ୍ପର୍କରେ କହିଥିଲେ । ମୂଖ୍ୟ ବକ୍ତା ଭାବରେ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ଉପ-ସଭାପତି ରାକେଶ ମହାପାତ୍ର ଯୋଗ ଦେଇ ମହୋତ୍ସବ ହେଉଛି କଳା, ସାହିତ୍ୟ, ସଂସ୍କୃତି ଓ ଉନ୍ନତିର ତୃଣମୂଳ ସ୍ତରରେ ଏକ ଅଭିଯାନ, ମହୋତ୍ସବ କେବଳ ମଜା ନୂହେଁ ,କିମ୍ବା କେବଳ ଖୁସି, ଆନନ୍ଦ, ଉଲ୍ଲାସକୁ ବୁଝାଯାଏ ନାହିଁ,ଏହା ହେଉଛି ସଂକଳ୍ପ ଓ ବିଶ୍ୱାସର ଏକ ଅଙ୍ଗ ବୋଲି କହିଥିଲେ । ଏଡା ଦ୍ୱାରା ଭାଇଚାରାର  ପରିବେଶ ସୃଷ୍ଟି ହୋଇଥାଏ । ପବିତ୍ର ଚିତ୍ରୋତ୍ପଳା ନଦୀ ହେଉଛି ଆମର ମା’,ଏହି ନଦୀ କୂଳର ପ୍ରତି ବାଙ୍କରେ ରହିଛି  ବିଭିନ୍ନ ମହାପୁରୁଷମାନଙ୍କର ପୀଠସ୍ଥଳୀ । ଏହି ନଦୀ କୂଳରେ ରାଜ୍ୟର ପ୍ରତିଷ୍ଠିତ ରାଜନିତିଜ୍ଞ, ସାହିତ୍ୟକ, ସମାଜସେବୀ, ଆଇଏଏସ୍ ଓ ଆଇପିଏସ୍ ଭଳି ଯୋଗ୍ୟତା ହାସଲ କରିଥିବା ଯୋଗଜନ୍ମା ପୁରୁଷମାନେ ଜନ୍ମ ନେଇଥିବାର ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ । ଏହି ଅବସରରେ ସ୍ଥାନୀୟ ଅଂଚଳର ଚିତ୍ରୋତ୍ପଳା ଡ୍ୟାନ୍ସଗୃପ୍ର କଳାକାରମାନଙ୍କ ସହିତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୧୫ ଜଣ ପ୍ରତିଭା ମାନଙ୍କୁ ମାନପତ୍ର ଦିଆଯାଇ ସମ୍ମାନିତ କରାଯାଇଥିଲା । ସଭାରେ ପବିତ୍ର କୁମାର ମହାପାତ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ , ପ୍ରସାଦ ମହାନ୍ତି ଧନ୍ୟବାଦ ଦେଇଥିଲେ । ‘ଚିତ୍ରୋତ୍ପଳା ମହୋତ୍ସବ’କମିଟର ସମ୍ପାଦକ ଅସିତ୍ ମହାପାତ୍ର, ଅଜୟ କୁମାର ପରିଡା, ତପନ କୁମାର ମହାନ୍ତି ,କୈଳାଶ ଚନ୍ଦ୍ର ପରିଡା, ଆକାଶ ମହାପାତ୍ର ଓ ଅମରେନ୍ଦ୍ର ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସଭା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ କରାଯାଇଥିଲା । ଏହି ମହୋତ୍ସବକୁ ଦେଖିବା ପାଇଁ ସ୍ଥାନୀୟ ଅଂଚଳରୁ ୫ ହଜାରରୁ ଉଦ୍ଧ୍ୱର୍ ଲୋକମାନେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ରହିଥିବାର ଦେଖାଯାଇଥିଲା । ଓଡ଼ିଶା ସମାଚାର                                                                                                                                                               Chitroptola Mahotsav 1

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment