ଓଡ଼ିଶା ସମାଚାର

ଡ଼ହ ଡ଼ହ ଟାଣ ଖରା,ଟ୍ରକ ଚାଳକମାନଙ୍କ ଜୀବନ ଦୁର୍ବିସହ

 Breaking News
  • ପଥର ବୋଝେଇ ଟ୍ରକକୁ ଧକ୍କା ଦେଲା ବୋଲେରୋ, ଜଣେ ମୃତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଏକ ପଥର ବୋଝେଇ ଟ୍ରକକୁ ଦ୍ରୁତଗାମୀ ବୋଲେରୋ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ନାବାଳକର ମୃତ୍ୟୁ ହୋଇଯାଇଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ରାଜନଗର ଥାନା ରାଜରାଜଶ୍ୱେରପୁର ଗ୍ରାମର ରବିନ୍ଦ୍ର ମାଝିଙ୍କ ପୁଅ ବିଶ୍ୱଜିତ ମାଝି (୧୫)...
  • ଜିଲ୍ଲାକୁ ଗୌରବାନ୍ୱିତ କଲେ ସମୀକ୍ଷା ଓ ଶାନ୍ତ୍ୱନା କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତ ମାଟ୍ରିକ ପରୀକ୍ଷାର ଫଳ ମଙ୍ଗଳବାର ଦିନ ପ୍ରକାଶିତ ହୋଇଛି । ଏଥିରେ ୨ ଜଣ ଛାତ୍ରୀ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ଜଣାପଡିଛି । ପୌରାଂଚଳ ଅନ୍ତର୍ଗତ ଭାରତୀ ବିଦ୍ୟା ମନ୍ଦିରର ଛାତ୍ରୀ...
  • ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ପ୍ରତିଶତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ ପ୍ରତିଶତ ହୋଇଛି । ରାଜ୍ୟରେ ଚଳିତ ବର୍ଷ ରେଗୁଲାର ପରୀକ୍ଷାର୍ଥୀ ୫ଲକ୍ଷ ୪୫ହଜାର ୩୬୨ ଫର୍ମ ପୁରଣ କରିଥିବା ବେଳେ ସେଥିରୁ ୯ହଜାର...
  • ପ୍ଲଟିଂ ଜମି ବ୍ୟବସାୟ ପାଇଁ ସରକାରୀ ଗୋଚର ଜମିକୁ ପୋତାଯାଉଛି କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ପ୍ଲଟିଂ  ଜମି ବ୍ୟବସାୟ ନିମନ୍ତେ ଏକ ସରକାରୀ ଗୋଚର କିଷମ ଜମିକୁ ମାଟି ପକାଯାଇ ପୋତାଯାଉଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ତହସିଲ ଅନ୍ତର୍ଗତ ପଂଚାଣପୁର ମୈାଜାର ଖାତା ନମ୍ବର ୯୧...
  • ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ ଗୃହରେ ଆଜି ପୂର୍ବାହ୍ନରେ ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ...
May 16
17:03 2019

Patakura
ପାଟକୁରା ୧୬/୦୫/୨୦୧୯ (ଓଡ଼ିଶା ସମାଚାର)- ଡ଼ହ ଡ଼ହ ଟାଣ ଖରା ସାଙ୍ଗକୁ ମଝିରେ ମଝିରେ ଝାଞ୍ଜି ପବନ ପଥଚାରୀମାନଙ୍କ ଜୀବନକୁ ଯନ୍ତ୍ରଣା  ଦେଉଛି । ପାରାଦ୍ୱିପ-ଚଣ୍ଡିଖୋଲ ଜାତୀୟ ରାଜପଥରେ ପାରାଦ୍ୱୀପ ବନ୍ଦର ଅଭିମୂଖେ ହଜାର ହଜାର ଲୁହାପଥର ବୋଝେଇ ଟ୍ରକ୍ ଗୁଡିକ ରାଜପଥରେ ଦିନ ଦିନ ଧରି ଅଟକି ରହୁଛନ୍ତି । ଧିର ମନ୍ଥର ଗତିରେ କ୍ରମାନ୍ୱୟରେ ଅଟକି ରହୁଥିବାଟ୍ରକ ଗୁଡିକ ବନ୍ଦର ଅଭିମୂଖେ ଯାଉଥିବାର ଦେଖାଯାଉଛି । ମାତ୍ର ଏବେ କିଛି ଦିନ ହେଲା ଡ଼ହ ଡ଼ହ ଟାଣ ଖରାରେ ରାଜପଥରେ ଅପେକ୍ଷା ରତ ଟ୍ରକ୍ ଗୁଡିକର ଡ୍ରାଇଭର ଓ ଖଲାସିମାନଙ୍କ ଜୀବନ ଦୁର୍ବିସହ ହୋଇପଡିଛି । ମଧ୍ୟାହ୍ନ ସମୟରେ ଟାଣ ଖରାରେ ଟ୍ରକ୍ର କ୍ୟାବିନ୍ ମଧ୍ୟରେ ବସି ରହିବା ସମ୍ଭବ ହେଉ ନ ଥିବାରୁ ସେମାନେ ଟ୍ରକ ତଳେ ସୃଷ୍ଟି ହୋଇଥିବା ଛାଇକୁ ଓହ୍ଲାଇ ଆସି ଖରା ଦାଉରୁ ରକ୍ଷା ପାଉଛନ୍ତି । ଗୋଟିଏ ପକ୍ଷରେ ରାଜପଥର କେବଳ ନିଦ୍ଧିଷ୍ଟ ଥିବା ସ୍ଥାନମାନଙ୍କରେ ଦୋକାନ ବଜାର ରହିଥିବାବେଳେ, ଅନ୍ୟ ରାଜପଥ ସ୍ଥାନ ଗୁଡିକ ଖାଲି ରହୁଛି । ସେହି ସବୁ ଦୋକାନ ବଜାର ନ ଥିବା ସ୍ଥାନମାନଙ୍କରେ ଟ୍ରକ୍ ଚାଳକ ଓ ଖଲାସୀମାନେ ଖରା ସମୟରେ ବିଭିନ୍ନ ପ୍ରକାର ଝାଞ୍ଜି ଯନ୍ତ୍ରଣା ଅନୁଭବ କରୁଥିବାବେଳେ,ପାନୀୟ ଜଳ ସଂଗ୍ରହ କରିବା ପାଇଁ  ସେମାନଙ୍କ ପାଇଁ ଅନ୍ୟତମ ମୂଖ୍ୟ ବାଧକ ସାଜିଥିବାର ଦେଖାଯାଇଛି । ଟାଣ ଖରାରେ ଯାତାୟତ କରିବା ଠାରୁ ରାଜପଥର ଡ଼ହ ଡ଼ହ ଖରାରେ ରାଜପଥର ପିଚୁ ଉପରୁ ଯେଉଁ ଗରମ ବାହାରୁଛି ସେଥିରୁ ରକ୍ଷା ମିଳିବା ଅତ୍ୟନ୍ତ କଷ୍ଟକର ବୋଲି କେନ୍ଦୁଝର, ବଡବିଲ, ଯୋଡା ଅଂଚଳରୁ ଆସିଥିବା ଟ୍ରକ୍ କର୍ମଚାରୀମାନେ ପ୍ରକାଶ କରିଛନ୍ତି ।   ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment