ଓଡ଼ିଶା ସମାଚାର

ମହାମାରୀ ରୋକିବାକୁ ହାଇ ଆଲର୍ଟରେ ପାଂଚ ଜିଲ୍ଲା

 Breaking News
  • ପଥର ବୋଝେଇ ଟ୍ରକକୁ ଧକ୍କା ଦେଲା ବୋଲେରୋ, ଜଣେ ମୃତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଏକ ପଥର ବୋଝେଇ ଟ୍ରକକୁ ଦ୍ରୁତଗାମୀ ବୋଲେରୋ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ନାବାଳକର ମୃତ୍ୟୁ ହୋଇଯାଇଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ରାଜନଗର ଥାନା ରାଜରାଜଶ୍ୱେରପୁର ଗ୍ରାମର ରବିନ୍ଦ୍ର ମାଝିଙ୍କ ପୁଅ ବିଶ୍ୱଜିତ ମାଝି (୧୫)...
  • ଜିଲ୍ଲାକୁ ଗୌରବାନ୍ୱିତ କଲେ ସମୀକ୍ଷା ଓ ଶାନ୍ତ୍ୱନା କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତ ମାଟ୍ରିକ ପରୀକ୍ଷାର ଫଳ ମଙ୍ଗଳବାର ଦିନ ପ୍ରକାଶିତ ହୋଇଛି । ଏଥିରେ ୨ ଜଣ ଛାତ୍ରୀ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ଜଣାପଡିଛି । ପୌରାଂଚଳ ଅନ୍ତର୍ଗତ ଭାରତୀ ବିଦ୍ୟା ମନ୍ଦିରର ଛାତ୍ରୀ...
  • ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ପ୍ରତିଶତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ ପ୍ରତିଶତ ହୋଇଛି । ରାଜ୍ୟରେ ଚଳିତ ବର୍ଷ ରେଗୁଲାର ପରୀକ୍ଷାର୍ଥୀ ୫ଲକ୍ଷ ୪୫ହଜାର ୩୬୨ ଫର୍ମ ପୁରଣ କରିଥିବା ବେଳେ ସେଥିରୁ ୯ହଜାର...
  • ପ୍ଲଟିଂ ଜମି ବ୍ୟବସାୟ ପାଇଁ ସରକାରୀ ଗୋଚର ଜମିକୁ ପୋତାଯାଉଛି କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ପ୍ଲଟିଂ  ଜମି ବ୍ୟବସାୟ ନିମନ୍ତେ ଏକ ସରକାରୀ ଗୋଚର କିଷମ ଜମିକୁ ମାଟି ପକାଯାଇ ପୋତାଯାଉଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ତହସିଲ ଅନ୍ତର୍ଗତ ପଂଚାଣପୁର ମୈାଜାର ଖାତା ନମ୍ବର ୯୧...
  • ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ ଗୃହରେ ଆଜି ପୂର୍ବାହ୍ନରେ ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ...
May 16
16:52 2019

ଭୁବନେଶ୍ୱର, ୧୬/୦୫/୨୦୧୯ (ଓଡ଼ିଶା ସମାଚାର)- ବାତ୍ୟା ପରବର୍ତୀ ଅବସ୍ଥାରେ ଯେଭଳି କୌଣସି ଠାରେ ମହାମାରୀ ନବ୍ୟାପେ ସେଥିପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୫ଟି ଜିଲ୍ଲାକୁ ହାଇ ଆଲର୍ଟରେ ରଖାଯାଇଛି । ଏହିସବୁ ଜିଲ୍ଲାରେ ଥିବା ଡାକ୍ତରଖାନକୁ ଆସୁଥିବା ଝାଡାବାନ୍ତି ଆକ୍ରାନ୍ତ କିମ୍ବା ଜ୍ୱର ଆଦିରେ ପୀଡିତ ରୋଗୀ ଯଦି ଚିକିତ୍ସପାଇଁ ଭର୍ତି ହୁଅନ୍ତି ତେବେ ନିଶ୍ଚିତ ଭାବେ ତାଙ୍କର ନମୂନା ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନମୂନା ପରୀକ୍ଷାରୁ କୌଣସି ଅଂଚଳରେ କି ପ୍ରକାର ରୋଗ ଦେଖାଦେଇଛି ତାହା ସହଜରେ ଜଣାପଡିବ ସହିତ ସେ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇ ପାରିବ । ବର୍ତମାନ ସୁଦ୍ଧା କୌଣସି ସ୍ଥାନରେ ମହାମାରୀର ସୂଚନା ନଥିବାବେଳେ କାଁ ଭାଁ ଲୋକମାନେ ସାଧାରଣ ଝାଡାବାନ୍ତିରେ ଆକ୍ରନ୍ତ ହୋଇ ଆସୁଛନ୍ତି । ବାତ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ପୁରୀ ଜିଲ୍ଲାର ୬ଟି ବ୍ଲକ ଯଥା ଗୋପ, ପୁରୀସଦର, କଣାସ, ସତ୍ୟବାଦୀ, ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକ ଅଂଚଳରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିଟିସ୍କାନ, ଆଇସିୟୁ, ଏସଏନସିୟୁ ଏବଂ ଡାଏଲିସିସ ବ୍ୟବସ୍ଥା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିଛି । ଉପରୋକ୍ତ ସମସ୍ତ ସ୍ଥାନରେ ଯଥେଷ୍ଟ ପରିମାଣର ଆବଶ୍ୟକ ଔଷଧ, ହାଲୋଜେନ ଓ କ୍ଲୋରିନ ବଟିକା, ସାଲାଇନ, ସାପକାମୁଡା ଇଞ୍ଜେକସନ ଆଦି ମହଜୁଦ ରହିଛି । ୧୨୦ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟକେନ୍ଦ୍ର ଏହି ବ୍ଲକ ଗୁଡିକରେ ଲୋକଙ୍କ ଘର ନିକଟରେ ସ୍ୱାସ୍ଥ୍ୟସେବା ଯୋଗାଉଛନ୍ତି । Health-Logo-1-1

ଉପରେକ୍ତ ୫ଟି ଜିଲ୍ଲାରେ ୭୪ଜଣ ଡାକ୍ତର ଓ ୨୩୪ ଜଣ ପାରାମେଡିକ ମୁତୟନ ହୋଇଥିବାବେଳେ ପୁରୀ ଓ ଖୋରଧା ଜିଲ୍ଲାରେ ସ୍ୱତନ୍ତ୍ର ଭାବେ ୨୦ଜଣ ଡାକ୍ତର ଓ ୨୦୦ ପାରାମେଡିକ ନିୟୋଜିତ ହୋଇଛନ୍ତି । ପୁରୀ ଜିଲ୍ଲାର ୧୫ରୁ ୪୫ ବର୍ଷ ବୟସର ବାଳିକା ଓ ମହିଳାମାନଙ୍କୁ ମାଗଣାରେ ସାନିଟାରୀ ନାପକିନ ଯୋଗାଇ ଦିଆଯାଇଛି । ଆସନ୍ତା ୨ମାସ ପର୍ଯ୍ୟନ୍ତ ସେମାନଙ୍କୁ ଏହା ମାଗଣାରେ ମିଳିବ । ପୁରୀ ଜିଲ୍ଲାର ସମସ୍ତ ଗାଁ କଲ୍ୟାଣ ସମିତି ଗୁଡିକୁ ସେମାନଙ୍କ ଅଂଚଳକୁ ସଫାସୁତୁରା ରଖିବାପାଇଁ ଅଧିକ ୧୦ହଜାର ଟଙ୍କା କରି ଯୋଗାଇ ଦିଆଯାଇଛି । ବାତ୍ୟାଂଚଳରେ ଜଳ ଓ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ଲାଗି ଗାଁ କଲ୍ୟାଣ ସମିତି ଜରିଆରେ ବର୍ତମାନ ସୁଦ୍ଧା ୧୮,୫୩୬ ଟି ସଫେଇ କାର୍ଯ୍ୟ ହୋଇଥିବାବେଳେ ପ୍ରାୟ ୬୯,୬୭୨ ମୁକ୍ତ ପାନୀୟଜଳ ଉତ୍ସ ଗୁଡିକୁ ବିଶୋଧନ କରାଯାଇଛି । ଏହି ବିଶୋଧନ ସମୟରେ ପ୍ରାୟ ୧୫ଟି ଜଳଉତ୍ସରେ ମୃତ ପଶୁ ପକ୍ଷୀ ଭାସୁଥିବା ପରିଲକ୍ଷିତ ହେବାରୁ ସେହି ଉତ୍ସ ଗୁଡିକୁ ବ୍ୟବହାର ନକରିବାକୁ ପରାମର୍ଶ ଦିଆଯାଇଛି । କୌଣସି ରୋଗର ପୂର୍ବ ସୂଚନା ଜାଣିବାପାଇଁ କେନ୍ଦ୍ରରୁ ଆସିଥିବା ୧୨ଜଣିଆ ବିଶେଷଜ୍ଞ ଦଳ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୧୦ଜଣିଆ ଦଳ ବାତ୍ୟା କ୍ଷତିଗ୍ରସ୍ତ ଅଂଚଳରେ ସର୍ବେକ୍ଷଣ ଜାରି ରହିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ଜଣାପଡିଛି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment