ଓଡ଼ିଶା ସମାଚାର

ବାଲିଅନ୍ତାରେ ମହାତ୍ମାଗାନ୍ଧୀଙ୍କ ୮୫ତମ ଅବସ୍ଥାନ ବାର୍ଷିକୀ ପାଳନ ବାଲିଅନ୍ତାରେ ମହାତ୍ମାଗାନ୍ଧୀଙ୍କ ୮୫ତମ ଅବସ୍ଥାନ ବାର୍ଷିକୀ ପାଳନ

 Breaking News
  • ପଥର ବୋଝେଇ ଟ୍ରକକୁ ଧକ୍କା ଦେଲା ବୋଲେରୋ, ଜଣେ ମୃତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଏକ ପଥର ବୋଝେଇ ଟ୍ରକକୁ ଦ୍ରୁତଗାମୀ ବୋଲେରୋ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ନାବାଳକର ମୃତ୍ୟୁ ହୋଇଯାଇଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ରାଜନଗର ଥାନା ରାଜରାଜଶ୍ୱେରପୁର ଗ୍ରାମର ରବିନ୍ଦ୍ର ମାଝିଙ୍କ ପୁଅ ବିଶ୍ୱଜିତ ମାଝି (୧୫)...
  • ଜିଲ୍ଲାକୁ ଗୌରବାନ୍ୱିତ କଲେ ସମୀକ୍ଷା ଓ ଶାନ୍ତ୍ୱନା କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତ ମାଟ୍ରିକ ପରୀକ୍ଷାର ଫଳ ମଙ୍ଗଳବାର ଦିନ ପ୍ରକାଶିତ ହୋଇଛି । ଏଥିରେ ୨ ଜଣ ଛାତ୍ରୀ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ଜଣାପଡିଛି । ପୌରାଂଚଳ ଅନ୍ତର୍ଗତ ଭାରତୀ ବିଦ୍ୟା ମନ୍ଦିରର ଛାତ୍ରୀ...
  • ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ପ୍ରତିଶତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ ପ୍ରତିଶତ ହୋଇଛି । ରାଜ୍ୟରେ ଚଳିତ ବର୍ଷ ରେଗୁଲାର ପରୀକ୍ଷାର୍ଥୀ ୫ଲକ୍ଷ ୪୫ହଜାର ୩୬୨ ଫର୍ମ ପୁରଣ କରିଥିବା ବେଳେ ସେଥିରୁ ୯ହଜାର...
  • ପ୍ଲଟିଂ ଜମି ବ୍ୟବସାୟ ପାଇଁ ସରକାରୀ ଗୋଚର ଜମିକୁ ପୋତାଯାଉଛି କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ପ୍ଲଟିଂ  ଜମି ବ୍ୟବସାୟ ନିମନ୍ତେ ଏକ ସରକାରୀ ଗୋଚର କିଷମ ଜମିକୁ ମାଟି ପକାଯାଇ ପୋତାଯାଉଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ତହସିଲ ଅନ୍ତର୍ଗତ ପଂଚାଣପୁର ମୈାଜାର ଖାତା ନମ୍ବର ୯୧...
  • ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ ଗୃହରେ ଆଜି ପୂର୍ବାହ୍ନରେ ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ...
ବାଲିଅନ୍ତାରେ ମହାତ୍ମାଗାନ୍ଧୀଙ୍କ ୮୫ତମ ଅବସ୍ଥାନ ବାର୍ଷିକୀ ପାଳନ ବାଲିଅନ୍ତାରେ ମହାତ୍ମାଗାନ୍ଧୀଙ୍କ ୮୫ତମ ଅବସ୍ଥାନ ବାର୍ଷିକୀ ପାଳନ
May 16
15:42 2019

ଭୁବନେଶ୍ୱର, ୧୬/୦୫/୨୦୧୯ (ଓଡ଼ିଶା ସମାଚାର)- ଜାତିର ପିତା ମହାତ୍ମାଗାନ୍ଧୀ ଓଡ଼ିଶା ପଦଯାତ୍ରା କରିବା ସମୟରେ ୧୯୩୪ ମସିହା ମଇଁ ମାସ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ କୁଆଖାଇ ନଦୀରୁ କୁଶଭଦ୍ରା ନଦୀର ଉତ୍ପତି ସ୍ଥଳ ବାଲିଅନ୍ତା ହାଟ ପଡ଼ିଆ ଆମ୍ବତୋଟାରେ ସମର୍ଥକ ସହଯାତ୍ରୀଙ୍କ ସହ ଅବସ୍ଥାନ କରି ଦେଶପ୍ରେମର ବାର୍ତା, ସ୍ୱାଧୀନତା ସଂଗ୍ରାମ, ଅସ୍ପୃଶ୍ୟତା ନିବାରଣ ଓ ଅହିଂସାବ୍ରତ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିଥିଲେ  । ବାପୁଙ୍କ ନେତୃତ୍ୱରେ ଭାରତବର୍ଷରେ ପ୍ରଥମଥର ପାଇଁ ସ୍ଥାନୀୟ ଏ୍ୟ÷ତିହାସିକ ନିକୁଞ୍ଜ ବିହାରୀଙ୍କ ମନ୍ଦିରରେ ଦଳିତମାନେ ପ୍ରବେଶ କରି ପୂଜାର୍ଚ୍ଚନା କରିବାର ସୁଯୋଗ ପାଇବା ସହ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆବାଳ ବୃଦ୍ଧବନିତା ସମୂହ ପଂକ୍ତି ଭୋଜନରେ ଏକତ୍ରିତ ହୋଇଥିଲେ  । ଗାନ୍ଧୀ ଅବସ୍ଥାନର ସ୍ମୃତି ଜାଗରିତ କରିବା ଉଦ୍ଦେଶ୍ୟରେ ନିକୁଞ୍ଜବିହାରୀ ମନ୍ଦିର ପରିସରରେ ଗାନ୍ଧୀ ପ୍ରତିମୂର୍ତ୍ତି ସହ ଗାନ୍ଧୀପୀଠ ନିର୍ମାଣ ହୋଇଅଛି  । ୨୦୦୪ ମସିହାରୁ ସ୍ଥାନୀୟ ବିଧାୟକ ତଥା ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଉଦ୍ୟମରେ ଗାନ୍ଧୀ ପୀଠରେ ଗାନ୍ଧୀ କାର୍ଯ୍ୟକ୍ରମ ହାତକୁ ନିଆଯାଇ ଏହାର ପର୍ଯ୍ୟଟନ ଭିତିଭୂମି ଉନ୍ନୟନ କରାଯାଉଅଛି  । Balianta Gandhi 1ଗତକାଲି ଶିକ୍ଷାବିତ ନବୀନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ବିଶିଷ୍ଟ ପାଲାଗାୟକ ସୁରେନ୍ଦ୍ରନାଥ ଛୋଟରାୟ, ଉକ୍ରଳ ଯାଦବ ମହାସଭା ସାଂସ୍କୃତିକ ସେଲ୍ ଅଧ୍ୟକ୍ଷ ଲକ୍ଷ୍ମୀଧର ବେହେରା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିନୋଦ କୁମାର ସାହୁ, ଧିରେନ୍ କର, ପୂର୍ବତନ ସରପଂଚ ପ୍ରଶାନ୍ତ କୁମାର ସାହୁ, ମନ୍ଦିର ଟ୍ରଷ୍ଟ ଅଧ୍ୟକ୍ଷ ଦିଲ୍ଲୀପ କୁମାର ସାହୁ, ଆଡ୍ଭୋକେଟ୍ ସୁରେଶ କୁମାର ଦାସ, କୃଷ୍ଣକେଶବ ଆପଟ୍ଟ, ଅଶୋକ ରାଉତରାୟ, ପ୍ରଶାନ୍ତ କୁମାର ସମର୍ଥା, ବିଭୂତି ଭୂଷଣ ମର୍ଦ୍ଦରାଜରାୟ, ସମରେନ୍ଦ୍ର ଜେନା, ନିଲୁ ବେହେରା, ସେକ୍ ଉମରଅଲ୍ଲୀ, କୃଷ୍ଣଚନ୍ଦ୍ର ବେହେରା, ପ୍ରମୋଦ କୁମାର ସାହୁ, ମୀର୍ଜା ସରିଫ୍, ଭାଗିରଥି ସାହୁ, ଯାଦବ ସଂଘ ସଭାପତି ଧନେଶ୍ୱର ବେହେରା, ଚିତ୍ରଶିଳ୍ପୀ ନିର୍ମଳ ନାୟକ, ଚଳଚ୍ଚିତ୍ର ଅଭିନେତା ଭିକାରୀ ସ୍ୱାଇଁ, ସଙ୍ଗୀତଜ୍ଞ ବଶିଷ୍ଠ ନାୟକ, ସୁଦର୍ଶନ ମହାପାତ୍ର, ବିଶ୍ୱନାଥ ବିଶ୍ୱାଳ ପ୍ରମୁଖ ଯୋଗଦେଇ ଗାନ୍ଧୀଙ୍କ ଅବସ୍ଥାନର ସ୍ମୃତି ଓ ବିଚାରଧାରା ସମ୍ପର୍କରେ ଆଲୋକପାତ କରିଥିଲେ  । ଅନୀଲ ଦଳେଇ ଧନ୍ୟବାଦ ଅର୍ପଣ କରିଥିଲେ  । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment