ଓଡ଼ିଶା ସମାଚାର

ଶୋଷକଙ୍କୁ ଦିଅନା – ଶୋଷିତଙ୍କୁ ଦିଅ – ମାୟାଧର

 Breaking News
  • ପଥର ବୋଝେଇ ଟ୍ରକକୁ ଧକ୍କା ଦେଲା ବୋଲେରୋ, ଜଣେ ମୃତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଏକ ପଥର ବୋଝେଇ ଟ୍ରକକୁ ଦ୍ରୁତଗାମୀ ବୋଲେରୋ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ନାବାଳକର ମୃତ୍ୟୁ ହୋଇଯାଇଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ରାଜନଗର ଥାନା ରାଜରାଜଶ୍ୱେରପୁର ଗ୍ରାମର ରବିନ୍ଦ୍ର ମାଝିଙ୍କ ପୁଅ ବିଶ୍ୱଜିତ ମାଝି (୧୫)...
  • ଜିଲ୍ଲାକୁ ଗୌରବାନ୍ୱିତ କଲେ ସମୀକ୍ଷା ଓ ଶାନ୍ତ୍ୱନା କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତ ମାଟ୍ରିକ ପରୀକ୍ଷାର ଫଳ ମଙ୍ଗଳବାର ଦିନ ପ୍ରକାଶିତ ହୋଇଛି । ଏଥିରେ ୨ ଜଣ ଛାତ୍ରୀ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ଜଣାପଡିଛି । ପୌରାଂଚଳ ଅନ୍ତର୍ଗତ ଭାରତୀ ବିଦ୍ୟା ମନ୍ଦିରର ଛାତ୍ରୀ...
  • ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ପ୍ରତିଶତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ ପ୍ରତିଶତ ହୋଇଛି । ରାଜ୍ୟରେ ଚଳିତ ବର୍ଷ ରେଗୁଲାର ପରୀକ୍ଷାର୍ଥୀ ୫ଲକ୍ଷ ୪୫ହଜାର ୩୬୨ ଫର୍ମ ପୁରଣ କରିଥିବା ବେଳେ ସେଥିରୁ ୯ହଜାର...
  • ପ୍ଲଟିଂ ଜମି ବ୍ୟବସାୟ ପାଇଁ ସରକାରୀ ଗୋଚର ଜମିକୁ ପୋତାଯାଉଛି କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ପ୍ଲଟିଂ  ଜମି ବ୍ୟବସାୟ ନିମନ୍ତେ ଏକ ସରକାରୀ ଗୋଚର କିଷମ ଜମିକୁ ମାଟି ପକାଯାଇ ପୋତାଯାଉଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ତହସିଲ ଅନ୍ତର୍ଗତ ପଂଚାଣପୁର ମୈାଜାର ଖାତା ନମ୍ବର ୯୧...
  • ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ ଗୃହରେ ଆଜି ପୂର୍ବାହ୍ନରେ ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ...
ଶୋଷକଙ୍କୁ ଦିଅନା – ଶୋଷିତଙ୍କୁ ଦିଅ – ମାୟାଧର
May 16
15:06 2019

‘ଫଣୀ’ ବିରୁଦ୍ଧରେ ଆଜାଦୀ ଠେଙ୍ଗାବାହିନୀର ମହାଯୁଦ୍ଧ ଘୋଷଣା  – ୧୫ରୁ ପୁରୀ ସହର ଓ ସଦର ଅଂଚଳରେ ରିଲିଫ୍ ସହାୟତା ଅଭିଯାନ
a ଦାସଙ୍କ ମହାଯୁଦ୍ଧ ଘୋଷଣାରେ ଉଦ୍ବୋଧ  ହୋଇ ବହୁ ବଦାନ୍ୟ ବ୍ୟକ୍ତ ଚୂଡା, ଚିନି, ଅମୂଲ, ବିସ୍ତୁଟ, ଡିଆସିଲ, ମଶାଧୂପ, ଦେହଲୁଗା ସାବୁନ, ଲୁଗାଧୁଆ ସାବୁନ, ଶାଢୀ, ଲୁଙ୍ଗୀ ଓ ଅର୍ଥ ଯୋଗାଉଛନ୍ତି । ଗତ ୧୪ ତାରିଖରେ ଆଜାଦୀ ଠେଙ୍ଗାବାହିନୀର ସ୍ୱେଛାସେବୀମାନେ ପୁରୀ, ଖୋର୍ଦ୍ଦ।।, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା. ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ସମ୍ବଲପୁର, ସୋନପୁର, ପ୍ରମୂଖ ଜିଲ୍ଲାରୁ ଆସି ଯାଜପୁରରୋଡ ଠାରେ ସମବେତ ହୋଇ ରାତିସାରା ଉଜାଗର ରହି ରିଲିଫ୍ ସାମଗ୍ରୀକୁ ବ୍ୟାଗ୍ ମାନଙ୍କରେ ଭର୍ତିକରି ବିପନ୍ନ ପରିବାରକୁ ପରିବେଷଣ କରିବାପାଇଁ ପ୍ରସ୍ତୁତି କରିଥିଲେ । ୧୫ ତାରିଖ ପ୍ରଭାତରୁ ସ୍ୱେଛାସେବୀମାନେ ରିଲିଫ୍ ସାମଗ୍ରୀକୁ ବିଭିନ୍ନ ଗାଡିରେ ଭର୍ତିକରି ପୁରୀ ଜିଲ୍ଲାର ବିଭିନ୍ନ  ଅଂଚଳର  ବିପନ୍ନ ପରିବାରକୁ ବଂଟନ କରିବାପାଇଁ ପ୍ରସ୍ତୁତ ହୋଇ ରହିଥିଲେ । ପ୍ରଥମେ ଉତ୍କଳମଣୀ ଗୋପବନ୍ଧୁଙ୍କ ପ୍ରତିମୂର୍ତୀର ପାଦରେ ମେଜର ଜେନେରାଲ ମାୟାଧର ବାବୁ ପୁଷ୍ପମାଲ୍ୟ ଅର୍ପଣ କରି ସେô୍ଛାସେବୀ ଓ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇଥିଲେ । ସେଠାରେ ଚିଫ୍ କମାଣ୍ଡର କୃଷକ ଲକ୍ଷ୍ଣଣ ଦାସ, ସମାଜସେବୀ କୁମାର ନାୟକ, ଅଧ୍ୟାପକ ଅସିମ ନାୟକ, ମଞ୍ଜୁଲତା ମଲ୍ଲିକ୍, ଜୟନ୍ତୀ ଜେନ, ସନ୍ତୋଷୀ ଦେଓ, ମମତା ଜେନା ଓ ବଂଶୀଧର କର ପ୍ରମୂଖ ଉଦ୍ବୋଧନ ଦେଇଥିଲେ । ‘ରିଲିଫ୍ ସହାୟତା’ ଗାଡିକୁ ବିଶିଷ୍ଟ ଶ୍ରମିକନେତା ମାୟାଧର ନାୟକ ସବୁଡ ପତାକା ଦେଖାଇ ଅଭିଯାନର ଶୁଭାରମ୍ଭ କରିଥିଲେ ।
Thenga bahini 3
ଏବେବି ପୁରୀ ଜିଲ୍ଲାର ୧୧ଟି ବ୍ଲକ୍ ‘ଫଣୀ’ର ଫୁତ୍କାରରେ ନିସ୍ତଦ୍ଧ ଶ୍ମଶାନରେ ପରିଣତ ହୋଇଯାଇଛି । ବର୍ଷବର୍ଷର ସଂଚିତ ସମ୍ବଳ – ବିଶାଳ ବୃକ୍ଷ ସମ୍ପଦ – ସବୁଜ ଶସ୍ୟଶ୍ୟାମଳ ପଲ୍ଲୀ ଜୀବନ – ଗୃହପାଳିତ ପଶୁପକ୍ଷୀ – ରାସ୍ତାକଡ ସହରବଜାରର ଛୋଟବଡ ଦୋକାନ – ଶିକ୍ଷାନୁଷ୍ଠାନ, ମନ୍ଦିର – ବିଶେଷକରି ପରିବାରର ରୋଜଗାରିଆ ପୁଅଭଳି ନଡିଆଗଛ ଧରାଶାୟୀ । ଗ୍ରାମ ଓ ସହର – ସବୁ ଧ୍ୱସ୍ତ – ସବୁ ବିଧ୍ୱସ୍ତ – ଯାହା ଗଢିଉଠିବା ପାଇଁ ଲାଗିଥିଲା ବର୍ଷବର୍ଷ – ମାତ୍ର କେତୋଟି ମୁହୂର୍ତ ମଧ୍ୟରେ ସେସବୁ ଆଜି ବିକଳ ଭଗ୍ନସ୍ତୁପ । ଭୌଗୋଳିକ ସ୍ଥିତି ଆଜି ଏକ ମହାଦୁଃସ୍ଥିତି । ବିପନ୍ନଙ୍କୁ ସହାୟତା ଦେବାପାଇଁ ଏଣିକି ‘ଶୋଷକଙ୍କୁ ଦିଅନା – ଶୋଷିତଙ୍କୁ ଦିଅ’ । କେନ୍ଦ୍ର ଓ ରାଜ୍ୟ ସରକାର, କର୍ପୋରେଟ୍ ହାଉସ୍, ବ୍ୟବସାୟୀ, ବିଭିନ୍ନ ସରକାରୀ/ଅର୍ଦ୍ଧସରକାରୀ/ବେସରକାରୀ ସଂସ୍ଥା, ସକ୍ରିୟ ରାଜନୈତିକ ଦଳ, ଛାତ୍ରଯୁବ – କୃଷକଶ୍ରମିକ – ମହିଳା ସଂଗଠନ ଓ ଏନ୍.ଜି.ଓ. ମାନେ ନିଜ ନିଜ ଉଦ୍ୟମରେ ଯୁଦ୍ଧକାଳୀନ ଭିତିରେ ପ୍ରୟୋଜନ ସାମଗ୍ରୀ ସଂଗ୍ରହକରି ତୁରନ୍ତ ବାତ୍ୟାବିଧ୍ୱସ୍ତ ଅଂଚଳକୁ ଯାଇ ଉତ୍ସର୍ଗୀକୃତ ସଂକଳ୍ପବଦ୍ଧ ଭୂମିକାରେ ଅବତୀର୍ଣ୍ଣ ହୁଅନ୍ତୁ – ଧ୍ୱଂସ ଓ ବିପର୍ଯ୍ୟୟ ବିରୁଦ୍ଧରେ, ଦୁଃଖକଷ୍ଟ, ରୋଗବ୍ୟାଧି, ଅନଟନ-ଅନାହାର, ଦାରିଦ୍ର‌୍ୟ-ଦୁଃସ୍ଥିତିର ଦୁର୍ଦ୍ଧଶା ବିରୁଦ୍ଧରେ, ଭୟ ଓ ମୃତ୍ୟୁ ବିରୁଦ୍ଧରେ ଐକ୍ୟବଦ୍ଧ ସଂଗ୍ରାମର ନୂଆନିଆରା ଅଧ୍ୟାୟ ଆରମ୍ଭ କରିବାପାଇଁ ମାୟାଧର ବାବୁ ଆହ୍ୱାନ ଦେଇଥିଲେ ।

୧୫ ଓ ୧୬ ତାରିଖରେ ଯାଜପୁରରୋଡରୁ ପାଣିକୋଇଲି, କଟକ, ଭୁବନେଶ୍ୱର ବାଟ ଦେଇ  ପୁରୀ ଅଠରନଳା ଠାରେ ପହଂଚିବା କ୍ଷଣି ଆଜାଦୀ ଠେଙ୍ଗାବାହିନୀର ପୁରୀ ଜିଲ୍ଲା କମାଣ୍ଡର ଲଲାଟେନ୍ଦୁ ମିଶ୍ରଙ୍କ ନେତୃତ୍ୱରେ ରିଲିଫ୍ ସାମଗ୍ରୀନେଇ ଯାଇଥିବା ଆଜାଦୀ ଠେଙ୍ଗାବାହିନୀର ସ୍ୱେଛାସେବୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ତତ୍ପରେ ଭାଗଭାଗ ହୋଇ ରିଲିଫ୍ ଗାଡିକୁଡିକ ବିଭିନ୍ନ ଅଂଚଳକୁ ବାହାରିଯାଇଥିଲେ ।  ‘ଫଣୀ’ରେ ସର୍ବାଧିକ କ୍ଷତିଗ୍ରସ୍ତ ଓଡିଶାର ଉପକୂଳବର୍ତୀ ଭୂଖଣ୍ଡ – ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର ଜିଲ୍ଲା ପ୍ରମୂଖରେ ବିପନ୍ନଙ୍କୁ ତୁରନ୍ତ ସହାୟତା ଦେବାପାଇଁ ସରକାରୀ/ବେସରକାରୀ ସ୍ତରରେ ଯୁଦ୍ଧକାଳୀନ ଭିତିରେ କାର୍ଯ୍ୟକ୍ରମ ଆରମ୍ଭ କରିବା ନିମିତ ଶ୍ରମିକନେତା ମାୟାଧର ନାୟକ ଆହ୍ୱାନ ଦେଇଛନ୍ତି । ରିଲିଫ୍ ସାମଗ୍ରୀ ଯୋଗାଡ ଚାଲିଛି । ୧୭ ତାରିଖରୁ ଅନ୍ୟାନ୍ୟ ବିପନ୍ନ ଜିଲ୍ଲାମାନଙ୍କୁ ସ୍ୱେଛାସେବୀମାନେ ରିଲିଫ୍ ସହାୟତା କାର୍ଯ୍ୟକ୍ରମ ଚାଲୁରହିବବୋଲି ଶ୍ରୀ ନାୟକ କହିଛନ୍ତି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment