ଓଡ଼ିଶା ସମାଚାର

ବେଦାନ୍ତ ଲାଞ୍ଜିଗଡ଼ ୟୁନିଟ୍ ପକ୍ଷରୁ ଗୋଷ୍ଠୀ ତଥା କର୍ମଚାରୀ ଉନ୍ନୟନ କାର୍ଯ୍ୟକ୍ରମ

 Breaking News
  • ପଥର ବୋଝେଇ ଟ୍ରକକୁ ଧକ୍କା ଦେଲା ବୋଲେରୋ, ଜଣେ ମୃତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଏକ ପଥର ବୋଝେଇ ଟ୍ରକକୁ ଦ୍ରୁତଗାମୀ ବୋଲେରୋ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ନାବାଳକର ମୃତ୍ୟୁ ହୋଇଯାଇଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ରାଜନଗର ଥାନା ରାଜରାଜଶ୍ୱେରପୁର ଗ୍ରାମର ରବିନ୍ଦ୍ର ମାଝିଙ୍କ ପୁଅ ବିଶ୍ୱଜିତ ମାଝି (୧୫)...
  • ଜିଲ୍ଲାକୁ ଗୌରବାନ୍ୱିତ କଲେ ସମୀକ୍ଷା ଓ ଶାନ୍ତ୍ୱନା କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତ ମାଟ୍ରିକ ପରୀକ୍ଷାର ଫଳ ମଙ୍ଗଳବାର ଦିନ ପ୍ରକାଶିତ ହୋଇଛି । ଏଥିରେ ୨ ଜଣ ଛାତ୍ରୀ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ଜଣାପଡିଛି । ପୌରାଂଚଳ ଅନ୍ତର୍ଗତ ଭାରତୀ ବିଦ୍ୟା ମନ୍ଦିରର ଛାତ୍ରୀ...
  • ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ପ୍ରତିଶତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ ପ୍ରତିଶତ ହୋଇଛି । ରାଜ୍ୟରେ ଚଳିତ ବର୍ଷ ରେଗୁଲାର ପରୀକ୍ଷାର୍ଥୀ ୫ଲକ୍ଷ ୪୫ହଜାର ୩୬୨ ଫର୍ମ ପୁରଣ କରିଥିବା ବେଳେ ସେଥିରୁ ୯ହଜାର...
  • ପ୍ଲଟିଂ ଜମି ବ୍ୟବସାୟ ପାଇଁ ସରକାରୀ ଗୋଚର ଜମିକୁ ପୋତାଯାଉଛି କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ପ୍ଲଟିଂ  ଜମି ବ୍ୟବସାୟ ନିମନ୍ତେ ଏକ ସରକାରୀ ଗୋଚର କିଷମ ଜମିକୁ ମାଟି ପକାଯାଇ ପୋତାଯାଉଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ତହସିଲ ଅନ୍ତର୍ଗତ ପଂଚାଣପୁର ମୈାଜାର ଖାତା ନମ୍ବର ୯୧...
  • ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ ଗୃହରେ ଆଜି ପୂର୍ବାହ୍ନରେ ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ...
ବେଦାନ୍ତ ଲାଞ୍ଜିଗଡ଼ ୟୁନିଟ୍ ପକ୍ଷରୁ ଗୋଷ୍ଠୀ ତଥା  କର୍ମଚାରୀ ଉନ୍ନୟନ କାର୍ଯ୍ୟକ୍ରମ
May 16
14:50 2019

ଲାଞ୍ଜିଗଡ଼, ୧୬/୦୫/୨୦୧୯ (ଓଡ଼ିଶା ସମାଚାର)-ବେଦାନ୍ତ ଲିମିଟେଡ୍  ଲାଞ୍ଜିଗଡ଼ ୟୁନିଟ୍ ପକ୍ଷରୁ ୨ ଦିନ ବ୍ୟାପି  ଗୋଷ୍ଠୀ ତଥା କର୍ମଚାରୀଙ୍କ ପାଇଁ ଅବସର ବିନୋଦନ ତଥା ଉନ୍ନୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲାରେ ପ୍ଲାଂଟ୍ରେ ନିୟୋଜିତ ଥିବା କର୍ମଚାରୀ ଏବଂ ସେମାନଙ୍କର ପରିବାର ସଦସ୍ୟ ଯୋଗ ଦେଇଥିଲେ । ବେଦାନ୍ତ ଆଲୁମିନା ବିଜନେସ୍ର ନବ ନିଯୁକ୍ତ ସିଇଓ ରାହୁଲ ଶର୍ମା ଏହାର ଉଦ୍ଘାଟନ କରିଥିଲେ । ଏଥିରେ ପ୍ଳାଂଟ୍ରେ କାର୍ଯ୍ୟରତ ଓଡ଼ିଶା ଶିଳ୍ପ ସୁରକ୍ଷା ବଳ(ଓଆଇଏସ୍ଏଫ୍) କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟ ଯୋଗଦେଇଥିଲେ ।

ପ୍ରଥମ ଦିନ କାର୍ଯ୍ୟକ୍ରମର ଉଦ୍ଘାଟନ ହୋଇଥିବାବେଳେ ଦ୍ୱିତୀୟ ଦିନ କର୍ମଚାରୀଙ୍କ ପରିବାର ସଦସ୍ୟ ସେମାନଙ୍କ ସଫଳତାର କାହାଣୀ ସମବେତ ଲୋକଙ୍କ ସମ୍ମୁଖରେ ବଖାଣିଥିଲେ । ସେମାନେ ବେଦାନ୍ତ ପରିବାରର ସଦସ୍ୟ ହୋଇଥିବାରୁ ଗର୍ବିତ ବୋଲି ସ୍ୱୀକାର କରିଥିଲେ ।
Vedanta 1
ଏହି ଅବସରରେ ବେଦାନ୍ତ ଲିମିଟେଡ୍ ଆଲୁମିନା ବିଜନେସ୍ ସିଇଓ ରାହୁଲ ଶର୍ମା କହିଲେ, ଏଭଳି ଏକ ଅନନ୍ୟ କାର୍ଯ୍ୟକ୍ରମ ଆୟୋଜନ କରି ଆମେ ବେଶ୍ ଆନନ୍ଦିତ । ଏହାଦ୍ୱାରା କମ୍ପାନୀ ଏବଂ କର୍ମଚାରୀଙ୍କ ମଧ୍ୟରେ ବନ୍ଧନ ସୁଦୃଢ଼ ହୋଇପାରିବ । ଏହି କାର୍ଯ୍ୟକ୍ରମ ଦ୍ୱାରା ସଂସ୍କୃତି ସୁରକ୍ଷା ସମ୍ଭବ ହୋଇପାରିବ । ଆମେ କର୍ମଚାରୀ ପରିବାର ସଦସ୍ୟଙ୍କୁ ଏଥିରେ ଯୋଗଦେଇଥିବାରୁ ଧନ୍ୟବାଦ୍ ଜଣାଉଛୁ ।  ଏହାଦ୍ୱାରା କର୍ମଚାରୀଙ୍କ ପତ୍ନୀ, ପୁଅ ଝିଅମାନଙ୍କର କିଭଳି ବିକାଶ ହୋଇପାରିବ ସେମାନଙ୍କ ନିଜ ମୁଖରୁ ଶୁଣିବାର ଅବସର ଲାଭ କରିଛୁ ।

ସିଇଓ ଶର୍ମା ଯୋଗଦେଇଥିବା ଶତାଧିକ ସଦସ୍ୟଙ୍କ ସହିତ ବାର୍ତାଳାପ କରି ଗତ ୧୪ ବର୍ଷ ମଧ୍ୟରେ କଳାହାଣ୍ଡିରେ ବେଦାନ୍ତ ଦ୍ୱାରା କିଭଳି ଉନ୍ନତି ମୂଳକ କାର୍ଯ୍ୟକ୍ରମ ହୋଇପାରିଛି ସେ ସମ୍ପର୍କରେ ଆଲୋଚନା କରିଥିଲେ । ଉପସ୍ଥିତ ସଦସ୍ୟ ବେଦାନ୍ତ ଦ୍ୱାରା ସ୍ଥାନୀୟ ଅଂଚଳରେ ବିକାଶ ମୂଳକ କାର୍ଯ୍ୟକ୍ରମ ହେଉଥିବା ମୁକ୍ତ କଣ୍ଠରେ ସ୍ୱୀକାର କରିଥିଲେ । ଏହାଦ୍ୱାରା ସ୍ଥାନୀୟ ଅଂଚଳର ଆର୍ଥିକ ବିକାଶ ସମ୍ଭବ ହୋଇଥିବା ପ୍ରକାଶ କରିଥିଲେ ।

ବେଦାନ୍ତ ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ଅଂଚଳର ତଥା କର୍ମଚାରୀଙ୍କ ବିକାଶକୁ ଗୁରୁତ୍ୱ ଦେଇଥାଏ । ଏହା ଆଗାମୀ ଦିନରେ ମଧ୍ୟ ଜାରି ରହିବ ।

ସୂଚନାଯୋଗ୍ୟ, ବେଦାନ୍ତ ଅଏଲ୍ ଓ ଗ୍ୟାସ୍, ଜିଙ୍କ୍, ଲେଡ୍, ସିଲଭର, କପର, ଆଇରନ୍ ଓର୍, ଆଲୁମିନିୟମ୍ ଏବଂ କମରସିଆଲ ପାୱାର କ୍ଷେତ୍ରରେ କାର୍ଯ୍ୟକରିଥାଏ । ଏହାର ଭାରତ ସହିତ ଦକ୍ଷିଣ ଆଫ୍ରିକା, ନାମିବିଆ, ଅଷ୍ଟ୍ରେଲିଆ, ଅୟାରଲାଣ୍ଡ୍, ଲାଇବେରିଆ ଏବଂ ଶ୍ରୀଲଙ୍କାରେ ନିଜର ଉପସ୍ଥିତି ଜାହିର କରିପାରିଛି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment