ଓଡ଼ିଶା ସମାଚାର

“ବର୍ଷା’ ଅନୁଷ୍ଠାନର ନୂତନ ଆଧୁନିକ ନୃତ୍ୟ ଶିକ୍ଷାକେନ୍ଦ୍ର ଉଦ୍ଘାଟିତ

 Breaking News
  • ପଥର ବୋଝେଇ ଟ୍ରକକୁ ଧକ୍କା ଦେଲା ବୋଲେରୋ, ଜଣେ ମୃତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଏକ ପଥର ବୋଝେଇ ଟ୍ରକକୁ ଦ୍ରୁତଗାମୀ ବୋଲେରୋ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ନାବାଳକର ମୃତ୍ୟୁ ହୋଇଯାଇଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ରାଜନଗର ଥାନା ରାଜରାଜଶ୍ୱେରପୁର ଗ୍ରାମର ରବିନ୍ଦ୍ର ମାଝିଙ୍କ ପୁଅ ବିଶ୍ୱଜିତ ମାଝି (୧୫)...
  • ଜିଲ୍ଲାକୁ ଗୌରବାନ୍ୱିତ କଲେ ସମୀକ୍ଷା ଓ ଶାନ୍ତ୍ୱନା କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତ ମାଟ୍ରିକ ପରୀକ୍ଷାର ଫଳ ମଙ୍ଗଳବାର ଦିନ ପ୍ରକାଶିତ ହୋଇଛି । ଏଥିରେ ୨ ଜଣ ଛାତ୍ରୀ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ଜଣାପଡିଛି । ପୌରାଂଚଳ ଅନ୍ତର୍ଗତ ଭାରତୀ ବିଦ୍ୟା ମନ୍ଦିରର ଛାତ୍ରୀ...
  • ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ପ୍ରତିଶତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ ପ୍ରତିଶତ ହୋଇଛି । ରାଜ୍ୟରେ ଚଳିତ ବର୍ଷ ରେଗୁଲାର ପରୀକ୍ଷାର୍ଥୀ ୫ଲକ୍ଷ ୪୫ହଜାର ୩୬୨ ଫର୍ମ ପୁରଣ କରିଥିବା ବେଳେ ସେଥିରୁ ୯ହଜାର...
  • ପ୍ଲଟିଂ ଜମି ବ୍ୟବସାୟ ପାଇଁ ସରକାରୀ ଗୋଚର ଜମିକୁ ପୋତାଯାଉଛି କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ପ୍ଲଟିଂ  ଜମି ବ୍ୟବସାୟ ନିମନ୍ତେ ଏକ ସରକାରୀ ଗୋଚର କିଷମ ଜମିକୁ ମାଟି ପକାଯାଇ ପୋତାଯାଉଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ତହସିଲ ଅନ୍ତର୍ଗତ ପଂଚାଣପୁର ମୈାଜାର ଖାତା ନମ୍ବର ୯୧...
  • ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ ଗୃହରେ ଆଜି ପୂର୍ବାହ୍ନରେ ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ...
May 16
04:54 2019

Kendujhar Barsa

କେନ୍ଦୁଝର, ୧୬/୦୫/୨୦୧୯ (ଓଡ଼ିଶା ସମାଚାର)- ସ୍ଥାନୀୟ ପ୍ରେମଲତିକା କଳାଭବନଠାରେ ବର୍ଷା ସଂଗୀତ, ନୃତ୍ୟ, ଅଭିନୟ ଓ ତାଇକୋଣ୍ଡ ଅନୁଷ୍ଠାନର ନୂତନ ଆଧୁନିକ ନୃତ୍ୟ ଶିକ୍ଷାକେନ୍ଦ୍ର ଉଦ୍ଘାଟିତ ହୋଇଛି । ବର୍ତମାନ ସମାଜରେ ଟେଲିଭିଜନ,  ସିନେମା ଭିତିକ ସିରିଏଲ, ସଂଗୀତ, ନୃତ୍ୟ, ଅଭିନୟର ସ୍ୱତନ୍ତ୍ର ଆକର୍ଷଣକୁ ଲକ୍ଷ୍ୟ ରଖି ଏହି ନୃତ୍ୟ ଶିକ୍ଷା କେନ୍ଦ୍ର ଗତ ରବିବାର ସନ୍ଧ୍ୟାରେ ଉଦ୍ଘାଟିତ ହୋଇଛି । ନୃତ୍ୟ ଶିକ୍ଷାକେନ୍ଦ୍ରର ଉଦ୍ଘାଟନୀ ଉତ୍ସବରେ ସାର୍ଥକ ଟିଭିର ଅଭିନେତା କୈଳାଶ ଚନ୍ଦ୍ର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଟିଭି ଓ ଚଳଚ୍ଚିତ୍ର ନିର୍ଦେଶକ ଏସ୍. ସତ୍ୟପ୍ରକାଶ, ଓଟିଭିର ଘୋଷକ ଅରବିନ୍ଦ ଜେନା ଓ କେନ୍ଦୁଝର ଜିଲା କଳାକାର ସଂଘର ସମ୍ପାଦକ ନିର୍ମଳ ଚନ୍ଦ୍ର ନାୟକ ଉପସ୍ଥିତ ଥିଲେ । ଏହି ଉଦ୍ଘାଟନୀ ଉତ୍ସବକୁ ବର୍ଷା ଅନୁଷ୍ଠାନର ସଂପାଦିକା ଶୁଭଶ୍ରୀ ପଟ୍ଟନାୟକ ସଂଯୋଜନା କରିଥିବାବେଳେ ଅନୁଷ୍ଠାନର ନିର୍ଦ୍ଦେଶକ ଗୁରୁ ଦାସଙ୍କ ନିର୍ଦେଶନାରେ କଳାକାରଙ୍କ ଦ୍ୱାରା ନୃତ୍ୟ ଓ ସଂଗୀତ ପରିବେଷଣ କରାଯାଇଥିଲା । ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲାର ବର୍ଷା ଅନୁଷ୍ଠାନ ବିଗତ ୧୯୯୫ ମସିହାରୁ ଓଡିଶୀ ନୃତ୍ୟ କ୍ଷେତ୍ରରେ ଜିଲା,ରାଜ୍ୟ ତଥା ରାଜ୍ୟ ବାହାରେ ବହୁ ସୁନାମଧନ୍ୟ ଶିଳ୍ପୀ, କଳାକାର ସୃଷ୍ଟି କରିବା ସହିତ ବହୁ ଓଙ୍ଗିଶୀ ନୃତ୍ୟଗୁରୁ ସୃଷ୍ଟି କରିପାରିଛି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment