ଓଡ଼ିଶା ସମାଚାର

ଆଗାମୀ ଓଡ଼ିଶା ପକ୍ଷରୁ କବି ସଚ୍ଚି ରାଉତରାୟଙ୍କ ଜୟନ୍ତୀ

 Breaking News
  • ପଥର ବୋଝେଇ ଟ୍ରକକୁ ଧକ୍କା ଦେଲା ବୋଲେରୋ, ଜଣେ ମୃତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଏକ ପଥର ବୋଝେଇ ଟ୍ରକକୁ ଦ୍ରୁତଗାମୀ ବୋଲେରୋ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ନାବାଳକର ମୃତ୍ୟୁ ହୋଇଯାଇଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ରାଜନଗର ଥାନା ରାଜରାଜଶ୍ୱେରପୁର ଗ୍ରାମର ରବିନ୍ଦ୍ର ମାଝିଙ୍କ ପୁଅ ବିଶ୍ୱଜିତ ମାଝି (୧୫)...
  • ଜିଲ୍ଲାକୁ ଗୌରବାନ୍ୱିତ କଲେ ସମୀକ୍ଷା ଓ ଶାନ୍ତ୍ୱନା କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତ ମାଟ୍ରିକ ପରୀକ୍ଷାର ଫଳ ମଙ୍ଗଳବାର ଦିନ ପ୍ରକାଶିତ ହୋଇଛି । ଏଥିରେ ୨ ଜଣ ଛାତ୍ରୀ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ଜଣାପଡିଛି । ପୌରାଂଚଳ ଅନ୍ତର୍ଗତ ଭାରତୀ ବିଦ୍ୟା ମନ୍ଦିରର ଛାତ୍ରୀ...
  • ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ପ୍ରତିଶତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ ପ୍ରତିଶତ ହୋଇଛି । ରାଜ୍ୟରେ ଚଳିତ ବର୍ଷ ରେଗୁଲାର ପରୀକ୍ଷାର୍ଥୀ ୫ଲକ୍ଷ ୪୫ହଜାର ୩୬୨ ଫର୍ମ ପୁରଣ କରିଥିବା ବେଳେ ସେଥିରୁ ୯ହଜାର...
  • ପ୍ଲଟିଂ ଜମି ବ୍ୟବସାୟ ପାଇଁ ସରକାରୀ ଗୋଚର ଜମିକୁ ପୋତାଯାଉଛି କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ପ୍ଲଟିଂ  ଜମି ବ୍ୟବସାୟ ନିମନ୍ତେ ଏକ ସରକାରୀ ଗୋଚର କିଷମ ଜମିକୁ ମାଟି ପକାଯାଇ ପୋତାଯାଉଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ତହସିଲ ଅନ୍ତର୍ଗତ ପଂଚାଣପୁର ମୈାଜାର ଖାତା ନମ୍ବର ୯୧...
  • ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ ଗୃହରେ ଆଜି ପୂର୍ବାହ୍ନରେ ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ...
May 16
04:50 2019

Raghunathpurରଘୁନାଥପୁର, ୧୬/୦୫/୨୦୧୯ (ଓଡ଼ିଶା ସମାଚାର)-ଜାତୀୟ ଭାଷା ସାହିତ୍ୟ ସାଂସ୍କୃତିକ ଅନୁଷ୍ଠାନ ଆଗାମୀ ଓଡିଶା ପକ୍ଷରୁ ରଘୁନାଥପୁର ସ୍ଥିତ ମହାତ୍ମା ଗାନ୍ଧୀ ସଭାକକ୍ଷରେ ସୋମବାର ପୂର୍ବାହ୍ନରେ କବି ସଚ୍ଚି ରାଉତରାୟଙ୍କର ୧୦୭ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅିତିଥି ଭାବେ ମାଧ୍ୟମିକ ଶିକ୍ଷା ପରିଷଦର ପୂର୍ବତନ ଡେପୁଟି ସେକ୍ରେଟେରୀ ରବୀନ୍ଦ୍ର କୁମାର ମହାପାତ୍ର ଯୋଗଦେଇ କବି ସଚ୍ଚି ରାଉତରାୟ ଜନତାର କବି ଥିଲେ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଶରତ କୁମାର ରାଉତରାୟ କବି ସଚ୍ଚି ରାଉତରାୟ ତାଙ୍କ ରଚନା ମାଧ୍ୟମରେ ପରମ୍ପରା ସହିତ ଆଧୁନିକତାର ମହାସମନ୍ୱୟ ଆଣିଥିଲେ ବୋଲି କହିଥିଲେ । ଆଗାମୀ ଓଡିଶା ସଭାପତି ବିଜୟ କୁମାର ସ୍ୱାଇଁ ଓଡିଆ ସାରସ୍ୱତ ଜଗତରେ ସଚ୍ଚି ରାଉତରାୟ ଜଣେ ପ୍ରଗତିଶୀଳ କବି ଏବଂ ଆଧୁନିକତାର ପ୍ରବର୍ତକ ଥିଲେ ବୋଲି କହିଥିଲେ ।ତାଙ୍କ ଦ୍ୱାରା ରଚିତ ଛୋଟ ମୋର ଗାଆଁଟି କବିତା ତାଙ୍କୁ ବେଶୀ ଜନପ୍ରିୟ କରାଇ ପାରିଛି ବୋଲି ସୂଚନା ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ପ୍ୟାରୀମୋହନ ପଟ୍ଟନାୟକ ବ୍ରିଟିଶ ସରକାର ତାଙ୍କ କବିତାକୁ ନିଶିଦ୍ଧ କରିଥିଲେ ବୋଲି କହିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଏସଏଏନ କଲେଜର ପୂର୍ବତନ ଅଧ୍ୟକ୍ଷ ଅଜୟ କୁମାର ଦାସ,ବିସି କଲେଜର ପୂର୍ବତନ ଅଧ୍ୟକ୍ଷ ରମାରଂଜନ ସ୍ୱାଇଁ ସ୍ୱାଧୀନତା ଆନ୍ଦୋଳନ,ଗଡଜାତ ଆନ୍ଦୋଳନ,ଛାତ୍ର ଆନ୍ଦୋଳନ,କୃଷକ ଆନ୍ଦୋଳନରେ ଭାଗ ନେଇ ସଚ୍ଚି ରାଉତରାୟ ଜେଲ ଯାଇଥିଲେ ବୋଲି କହିଥିଲେ । ଆଗାମୀ ଓଡିଶା ସମ୍ପାଦକ ଆଶିଷ ଚକ୍ରବର୍ତୀ କହିଥିଲେ, କବି ସଚ୍ଚି ରାଉତରାୟ ତାଙ୍କ କବିତାରେ ମାନବିକତା ବୋଧକୁ ବେଶୀ ଗୁରୁତ୍ୱ ଦେଉଥିଲେ । ଏଥିରେ ଶିକ୍ଷାବିତ ସୁରେଶଚନ୍ଦ୍ର ରାଉତ ପୌରହିତ୍ୟ କରିଥିଲେ । ଶିକ୍ଷାବିତ ସଦାଶିବ ବିଶ୍ୱାଳ,ପଣ୍ଡିତ ଶ୍ରୀବତ୍ସ ଦାସ ମହାପାତ୍ର, ଶିକ୍ଷାବିତ ପ୍ରାଣକୃଷ୍ଣ ନାୟକ,ଅଧ୍ୟାପକ ଭଗବାନ ବିଶ୍ୱାଳ,ପ୍ରାଧ୍ୟାପକ ଦେବେନ୍ଦ୍ର ବାରିକ,ଅଧ୍ୟାପକ ଅକିଲ ଖାଁ, ଆଇନଜୀବୀ ଏମଏନ ହର୍ଷବର୍ଦ୍ଧନ,ଶିକ୍ଷକନେତା ଦେବାଶିଷ ବେହେରା,ଶିକ୍ଷକନେତା ଜୟପ୍ରକାଶ ପଣ୍ଡା,ଉମେଶ କୁମାର ନାୟକ, ସିଆରସିସି ନିର୍ମଳେନ୍ଦୁ ସୋମ, ସିଆରସିସି କୁଶ ମଲ୍ଲିକ,ପଣ୍ଡିତ ନିରଂଜନ ଦାସ,ଉପଭୋକ୍ତା କର୍ମୀ ଗୋବିନ୍ଦ ଓଝା,ଉପଭୋକ୍ତା କର୍ମୀ ବିଜନ ମହାପାତ୍ର ,ସାମ୍ବାଦିକ କଲ୍ୟାଣ ସେନ,ଶିକ୍ଷାବିତ ନିରଂଜନ ପାତ୍ର ପ୍ରମୁଖ ଯୋଗଦେଇ ସଚ୍ଚି ରାଉତରାୟଙ୍କ ଜୀବନି ଉପରେ ଆଲୋଚନା କରିଥିଲେ । ପ୍ରଭାତ କିରଣ ମିଶ୍ର ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ଶତାଧିକ କଲେଜ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment