ଓଡ଼ିଶା ସମାଚାର

ମହାକାଳପଡା ବିଧାୟକଙ୍କ ଉନ୍ନୟନ ପାଣ୍ଠିରେ ନିର୍ମିତ ପ୍ରକଳ୍ପ ନିମ୍ନମାନର ଅଭିଯୋଗ

 Breaking News
  • ପଥର ବୋଝେଇ ଟ୍ରକକୁ ଧକ୍କା ଦେଲା ବୋଲେରୋ, ଜଣେ ମୃତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଏକ ପଥର ବୋଝେଇ ଟ୍ରକକୁ ଦ୍ରୁତଗାମୀ ବୋଲେରୋ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ନାବାଳକର ମୃତ୍ୟୁ ହୋଇଯାଇଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ରାଜନଗର ଥାନା ରାଜରାଜଶ୍ୱେରପୁର ଗ୍ରାମର ରବିନ୍ଦ୍ର ମାଝିଙ୍କ ପୁଅ ବିଶ୍ୱଜିତ ମାଝି (୧୫)...
  • ଜିଲ୍ଲାକୁ ଗୌରବାନ୍ୱିତ କଲେ ସମୀକ୍ଷା ଓ ଶାନ୍ତ୍ୱନା କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତ ମାଟ୍ରିକ ପରୀକ୍ଷାର ଫଳ ମଙ୍ଗଳବାର ଦିନ ପ୍ରକାଶିତ ହୋଇଛି । ଏଥିରେ ୨ ଜଣ ଛାତ୍ରୀ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ଜଣାପଡିଛି । ପୌରାଂଚଳ ଅନ୍ତର୍ଗତ ଭାରତୀ ବିଦ୍ୟା ମନ୍ଦିରର ଛାତ୍ରୀ...
  • ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ପ୍ରତିଶତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ ପ୍ରତିଶତ ହୋଇଛି । ରାଜ୍ୟରେ ଚଳିତ ବର୍ଷ ରେଗୁଲାର ପରୀକ୍ଷାର୍ଥୀ ୫ଲକ୍ଷ ୪୫ହଜାର ୩୬୨ ଫର୍ମ ପୁରଣ କରିଥିବା ବେଳେ ସେଥିରୁ ୯ହଜାର...
  • ପ୍ଲଟିଂ ଜମି ବ୍ୟବସାୟ ପାଇଁ ସରକାରୀ ଗୋଚର ଜମିକୁ ପୋତାଯାଉଛି କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ପ୍ଲଟିଂ  ଜମି ବ୍ୟବସାୟ ନିମନ୍ତେ ଏକ ସରକାରୀ ଗୋଚର କିଷମ ଜମିକୁ ମାଟି ପକାଯାଇ ପୋତାଯାଉଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ତହସିଲ ଅନ୍ତର୍ଗତ ପଂଚାଣପୁର ମୈାଜାର ଖାତା ନମ୍ବର ୯୧...
  • ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ ଗୃହରେ ଆଜି ପୂର୍ବାହ୍ନରେ ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ...
May 15
04:53 2019

Mahakalpada

କେନ୍ଦ୍ରାପଡା ୧୫/୦୫/୨୦୧୯ (ଓଡ଼ିଶା ସମାଚାର)-ମହାକାଳପଡା ବିଧାୟକଙ୍କ ଉନ୍ନୟନ ପାଣ୍ଠିରେ ନିର୍ମିତ ବିଭିନ୍ନ ପ୍ରକଳ୍ପ ଗୁଡିକ ଅତ୍ୟନ୍ତ ନିମ୍ନମାନର ହୋଇଥିବା ସୋମବାର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ ମହାକାଳପଡା ବ୍ଲକ ଅନ୍ତର୍ଗତ ବଳିପାଳ ପଂଚାୟତର ଅନ୍ଦୁଳି ଗ୍ରାମର ଅଧିବାସୀମାନେ ଜିଲ୍ଲାପାଳ ପ୍ରେମଚନ୍ଦ୍ର ଚୈାଧୁରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ଅନ୍ଦୁଳି ଛକ  ଠାରୁ ହାଇସ୍କୁଲ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ,ଅନ୍ଦୁଳି ଦଣ୍ଡାରେ ଖେଳପଡିଆ ନିର୍ମାଣ,ସେହି ଗ୍ରାମର ୟୁଏନଡିପି ଦ୍ୱାରା ନିର୍ମିତ ବାତ୍ୟା ଆଶ୍ରୟ ସ୍ଥଳି ମରାମତି,ସିମେଂଟ ଙ୍କକ୍ରିଟ ରାସ୍ତା ନିର୍ମାଣର ୧୫ଦିନ ମଧ୍ୟରେ ରାସ୍ତା ଫାଟିବା,ପୋଖରୀ ତୁଠ ଓ ଗାଧୁଆ ତୁଠ ନିର୍ମାଣ ପ୍ରଭୃତି ପ୍ରକଳ୍ପ ଗୁଡିକର କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବା ସମ୍ପର୍କରେ ଗ୍ରାମର ଯୁବକସଙ୍ଘ ଓ ଗ୍ରାମବାସୀଙ୍କ ପକ୍ଷରୁ ମହାକାଳପଡା ବ୍ଲକର ମଣ୍ଡଳ ଉନ୍ନୟନ ଅଧିକାରୀ (ବିଡିଓ)ଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲେ ବି ସେ କୈାଣସି ପଦକ୍ଷେପ ଗ୍ରହଣ ନକରିବାରୁ ଗ୍ରାମବାସୀଙ୍କ ପକ୍ଷରୁ ସମୀର  କୁମାର ବେହେରା,ଦୀପକ ମଲ୍ଲିକ,ହରିଶଚନ୍ଦ୍ର,ଚିତ ମଲ୍ଲିକ,ସୁଦର୍ଶନ ବେହେରା,ଅଭୟ ମଲ୍ଲିକ,ସତ୍ୟଜିତ ମହାନ୍ତି,ସନାତନ ମଲ୍ଲିକ,ସୁଧିର ସେଠୀ,ପିନୁଆ ମଲ୍ଲିକ,ପ୍ରଭାତ ପରାନ୍ଦର ପ୍ରମୁଖ ଜିଲ୍ଲାପାଳ ପ୍ରେମ ଚନ୍ଦ୍ର ଚୈାଧୁରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଏତଦଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳିକୁ ଜବରଦଖଲ ମୁକ୍ତ କରାଯିବା,ଗ୍ରାମର ପାନୀୟ ଜଳ ସମସ୍ୟାର ସମାଧାନ କରାଯିବା,ପଂଚାୟତ ସମ୍ପତି ନିଲାମରେ ବାଧା ସୃଷ୍ଟିକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ସେମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଥିଲେ । ଜିଲ୍ଲାପାଳ ଶ୍ରୀ ଚୈାଧୁରୀ ସେମାନଙ୍କ ଅଭିଯୋଗ ଉପରେ ଆବଶ୍ୟକ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଥିବା ଅଭିଯୋଗକାରୀ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment