ଓଡ଼ିଶା ସମାଚାର

ପାଟକୁରା ବିଧାନସଭା ମତଦାନ ତାରିଖ ଘୋଷଣା ପାଇଁ ନିର୍ବାଚନ କମିଶନଙ୍କୁ ସ୍ୱାଧୀନ ପ୍ରାର୍ଥୀ ଦିବ୍ୟସିଂହଙ୍କ ନିବେଦନ

 Breaking News
  • ପଥର ବୋଝେଇ ଟ୍ରକକୁ ଧକ୍କା ଦେଲା ବୋଲେରୋ, ଜଣେ ମୃତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଏକ ପଥର ବୋଝେଇ ଟ୍ରକକୁ ଦ୍ରୁତଗାମୀ ବୋଲେରୋ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ନାବାଳକର ମୃତ୍ୟୁ ହୋଇଯାଇଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ରାଜନଗର ଥାନା ରାଜରାଜଶ୍ୱେରପୁର ଗ୍ରାମର ରବିନ୍ଦ୍ର ମାଝିଙ୍କ ପୁଅ ବିଶ୍ୱଜିତ ମାଝି (୧୫)...
  • ଜିଲ୍ଲାକୁ ଗୌରବାନ୍ୱିତ କଲେ ସମୀକ୍ଷା ଓ ଶାନ୍ତ୍ୱନା କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତ ମାଟ୍ରିକ ପରୀକ୍ଷାର ଫଳ ମଙ୍ଗଳବାର ଦିନ ପ୍ରକାଶିତ ହୋଇଛି । ଏଥିରେ ୨ ଜଣ ଛାତ୍ରୀ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ଜଣାପଡିଛି । ପୌରାଂଚଳ ଅନ୍ତର୍ଗତ ଭାରତୀ ବିଦ୍ୟା ମନ୍ଦିରର ଛାତ୍ରୀ...
  • ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ପ୍ରତିଶତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ ପ୍ରତିଶତ ହୋଇଛି । ରାଜ୍ୟରେ ଚଳିତ ବର୍ଷ ରେଗୁଲାର ପରୀକ୍ଷାର୍ଥୀ ୫ଲକ୍ଷ ୪୫ହଜାର ୩୬୨ ଫର୍ମ ପୁରଣ କରିଥିବା ବେଳେ ସେଥିରୁ ୯ହଜାର...
  • ପ୍ଲଟିଂ ଜମି ବ୍ୟବସାୟ ପାଇଁ ସରକାରୀ ଗୋଚର ଜମିକୁ ପୋତାଯାଉଛି କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ପ୍ଲଟିଂ  ଜମି ବ୍ୟବସାୟ ନିମନ୍ତେ ଏକ ସରକାରୀ ଗୋଚର କିଷମ ଜମିକୁ ମାଟି ପକାଯାଇ ପୋତାଯାଉଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ତହସିଲ ଅନ୍ତର୍ଗତ ପଂଚାଣପୁର ମୈାଜାର ଖାତା ନମ୍ବର ୯୧...
  • ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ ଗୃହରେ ଆଜି ପୂର୍ବାହ୍ନରେ ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ...
May 15
04:49 2019

କେନ୍ଦ୍ରାପଡା ୧୫/୦୫/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାରେ ବାତ୍ୟା ବିପର୍ଯ୍ୟୟ ପାଇଁ  ୬୦ଦିନ ପାଇଁ ଘୁଁଚାଇ ଦିଆଯାଇଥିବା ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳିର ମତଦାନ ନିମନ୍ତେ ତାରିଖ ଧାର୍ଯ୍ୟ କରିବାକୁ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଦିବ୍ୟସିଂହ ଦାସ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପ୍ରେମ ଚନ୍ଦ୍ର ଚୈାଧୁରୀଙ୍କ ଜରିଆରେ ଭାରତର ମୁଖ୍ୟ ନିର୍ବାଚନ କମିଶନନଙ୍କୁ ଲିଖିତ ନିବେଦନ କରିଥିବା ଜଣାପଡିଛି । ଫନି ବାତ୍ୟା ପରେ ପାଟକୁରାରେ ଉପୁଡି ପଡିଥିବା ବିଦ୍ୟୁତ ଖୁଂଟ ଗୁଡିକୁ ଉଠାଯିବା ସହିତ  ବିଦ୍ୟୁତ ଗ୍ରାହକମାନଙ୍କୁ ସ୍ୱାଭାବିକ ଭାବେ ବିଦ୍ୟୁତ ଯୋଗାଣ ହୋଇଛି । ରାସ୍ତା ଉପରେ ଭାଙ୍ଗି ପଡିଥିବା କିମ୍ବା ଉପୁଡି ପଡିଥିବା ଗଛ ଗୁଡିକ କଟାଯାଇ ରାସ୍ତାରେ ଗମନାଗମନ ସ୍ୱାଭାବିକ ହେବା ସହିତ ପାନୀୟ ଜଳ ଯୋଗାଣ ମଧ୍ୟ ସ୍ୱାଭାବିକ ହୋଇଛି  । ପାଟକୁରାରେ ପରିସ୍ଥିତି ସ୍ୱାଭାବିକ ହୋଇଥିବା ବେଳେ ଲୋକମାନେ ସାଧାରଣ ଭାବେ ସେମାନଙ୍କର କାର୍ଯ୍ୟ କରୁଛନ୍ତି ତେଣୁ ଏଭଳି ପରିସ୍ଥିତିରେ ଆଉ ଅଧିକ ସମୟ ପାଟକୁରାର ନିର୍ବାଚନକୁ ନଘୁଁଚାଇ ଯେତେ ଶୀଘ୍ର ନିର୍ବାଚନ ତାରିଖ ଘୋଷଣା କରିବାକୁ ପ୍ରାର୍ଥୀ ଶ୍ରୀ ଦାସ ନିବେଦନ କରିଛନ୍ତି । ଏତଦଭିନ୍ନ ପାଟକୁରାର ବେଡାରୀ ଗ୍ରାମରେ ଯାତ୍ରାପାର୍ଟିକୁ ଅପେରା ପରିବେଷଣ  କରିବା ପାଇଁ  ଜିଲ୍ଲା ପ୍ରଶାସନର ଅନୁମତି ପ୍ରଦାନ କରିଥିବା ବେଳେ ଏଥିରୁ ସେଠାରେ ସ୍ୱାଭାବିକତା ଫେରିଥିବା ପ୍ରମାଣିତ ହୋଇଥିବା ବେଳେ ଆଉ ନିର୍ବାଚନକୁ ଘୁଁଚାଇବାର କୈାଣସି ଯଥାଯଥ କରଣ ଦେଖାଯାଉ ନାହିଁ । ତେଣୁ ୯୬-ପାଟକୁରା ବିଧାନସଭା ନିର୍ବାଚନ କ୍ଷେତ୍ରରେ ମତଦାନ ନିମନ୍ତେ  ତାରିଖ ଘୋଷଣା କରିବା ସମ୍ପର୍କରେ ପୁର୍ନବିଚାର କରିବାକୁ ସ୍ୱାଧୀନ ପ୍ରାର୍ଥୀ ଶ୍ରୀ ଦାସ ନିର୍ବାଚନ କମିଶନଙ୍କୁ ନିବେଦନ କରିଛନ୍ତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ମଧ୍ୟ ପ୍ରାର୍ଥୀ ଶ୍ରୀ ଦାସ ଏ ସମ୍ପର୍କରେ  ଜଣାଇଥିବା ସୂଚନା ଦେଇଛନ୍ତି ।  ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment