ଓଡ଼ିଶା ସମାଚାର

ପାଟକୁରା ବିଧାନସଭା କ୍ଷେତ୍ର : ବିଜେଡି ପ୍ରାର୍ଥୀନୀ ସାବିତ୍ରୀ ଅଗ୍ରୱାଲଙ୍କ ଦ୍ୱାରା ନିର୍ବାଚନ ଆଚରଣ ବିଧି ଉଲଙ୍ଘନ ଅଭିଯୋଗ

 Breaking News
  • ପଥର ବୋଝେଇ ଟ୍ରକକୁ ଧକ୍କା ଦେଲା ବୋଲେରୋ, ଜଣେ ମୃତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଏକ ପଥର ବୋଝେଇ ଟ୍ରକକୁ ଦ୍ରୁତଗାମୀ ବୋଲେରୋ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ନାବାଳକର ମୃତ୍ୟୁ ହୋଇଯାଇଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ରାଜନଗର ଥାନା ରାଜରାଜଶ୍ୱେରପୁର ଗ୍ରାମର ରବିନ୍ଦ୍ର ମାଝିଙ୍କ ପୁଅ ବିଶ୍ୱଜିତ ମାଝି (୧୫)...
  • ଜିଲ୍ଲାକୁ ଗୌରବାନ୍ୱିତ କଲେ ସମୀକ୍ଷା ଓ ଶାନ୍ତ୍ୱନା କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତ ମାଟ୍ରିକ ପରୀକ୍ଷାର ଫଳ ମଙ୍ଗଳବାର ଦିନ ପ୍ରକାଶିତ ହୋଇଛି । ଏଥିରେ ୨ ଜଣ ଛାତ୍ରୀ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ଜଣାପଡିଛି । ପୌରାଂଚଳ ଅନ୍ତର୍ଗତ ଭାରତୀ ବିଦ୍ୟା ମନ୍ଦିରର ଛାତ୍ରୀ...
  • ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ପ୍ରତିଶତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ ପ୍ରତିଶତ ହୋଇଛି । ରାଜ୍ୟରେ ଚଳିତ ବର୍ଷ ରେଗୁଲାର ପରୀକ୍ଷାର୍ଥୀ ୫ଲକ୍ଷ ୪୫ହଜାର ୩୬୨ ଫର୍ମ ପୁରଣ କରିଥିବା ବେଳେ ସେଥିରୁ ୯ହଜାର...
  • ପ୍ଲଟିଂ ଜମି ବ୍ୟବସାୟ ପାଇଁ ସରକାରୀ ଗୋଚର ଜମିକୁ ପୋତାଯାଉଛି କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ପ୍ଲଟିଂ  ଜମି ବ୍ୟବସାୟ ନିମନ୍ତେ ଏକ ସରକାରୀ ଗୋଚର କିଷମ ଜମିକୁ ମାଟି ପକାଯାଇ ପୋତାଯାଉଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ତହସିଲ ଅନ୍ତର୍ଗତ ପଂଚାଣପୁର ମୈାଜାର ଖାତା ନମ୍ବର ୯୧...
  • ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ ଗୃହରେ ଆଜି ପୂର୍ବାହ୍ନରେ ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ...
May 15
04:48 2019

କେନ୍ଦ୍ରାପଡା ୧୫/୦୫/୨୦୧୯ (ଓଡ଼ିଶା ସମାଚାର)-୯୬-ପାଟକୁରା ବିଧାନସଭା ନିର୍ବାଚନ କ୍ଷେତ୍ରର ବିଜେଡି ବିଧାୟିକା ପ୍ରାର୍ଥୀନୀ ତୁଳସୀ ଅଗ୍ରୱାଲ,ଡେରାବିଶ ବ୍ଲକ ବିଡିଓ ଏବଂ ଅନ୍ୟ ସରକାରୀ ଅଧିକାରୀମାନଙ୍କ ଦ୍ୱାରା ମଡେଲ କୋଡ ଅଫ କଣ୍ଡକ୍ଟ ବା ନିର୍ବାଚନ ଆଚରଣ ବିଧି ଉଲଙ୍ଘନ ହୋଇଥିବା ପାଟକୁରାର ରିଟର୍ଣ୍ଣିଂ ଅଫିସର ତଥା ଉପଜିଲ୍ଲାପାଳ ସଞ୍ଜୟ କୁମାର ମିଶ୍ରଙ୍କ ନିକଟରେ ବିଜେପି ଦଳର ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ନିର୍ବାଚନୀ ଏଜେଂଟ ସୁଧାଂଶୁ ଶେଖର ରାୟ ଅଭିଯୋଗ ହୋଇଛି । ଶ୍ରୀ ରାୟ ଅଭିଯୋଗ କରିଛନ୍ତି ଯେ ବିଜେଡି ପ୍ରାର୍ଥୀନୀ ଶ୍ରୀମତୀ ଅଗ୍ରୱାଲଙ୍କ ସମେତ ଡେରାବିଶ ବ୍ଲକ ବିଡିଓ ଏବଂ ଅନ୍ୟ ସରକାରୀ ଅଧିକାରୀମାନେ କେବଳ ମଡେଲ କୋଡ ଅଫ କଣ୍ଡକ୍ଟ ଉଲଙ୍ଘନ କରି ନାହାଁନ୍ତି ସେମାନେ ପାଟକୁରାର ଭୋଟରମାନଙ୍କୁ ଲାଂଚ ଦେଇ ପ୍ରାର୍ଥୀ ଶ୍ରୀମତୀ  ଅଗ୍ରୱାଲଙ୍କ ସପକ୍ଷରେ ଭୋଟ ନେବାକୁ ପ୍ରଭାବିତ କରିବା ଭଳି ଅପରାଧୀକ ଘଟଣାରେ ସାମିଲ ହୋଇଛନ୍ତି ଯାହା ଆଇପିସିର ଧାରା ୧୭୧(ବି) ଓ ୧୭୧(ସି) ଅନୁଯାଇ  ଦଣ୍ଡନୀୟ  । ଡେରାବିଶ ବ୍ଲକ ବିଡିଓ ଗୋପବନ୍ଧୁ ଭୋସାଗର,ରିଲିଫ ଦାୟିତ୍ୱରେ ଥିବା ବ୍ଲକ ନୋଡାଲ ଅଫିସରଙ୍କ ସମେତ ଅନ୍ୟ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ସରକାରୀ ବିଜେଡି ଦଳର ବିଧାୟିକା ପ୍ରାର୍ଥୀନୀ ଶ୍ରୀମତୀ  ଅଗ୍ରୱାଲଙ୍କ ସପକ୍ଷରେ ଭୋଟ ଦେବାକୁ ପାଟକୁରା ବିଧାନସଭା ନିର୍ବାଚନ କ୍ଷେତ୍ରର ଭୋଟରମାନଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗ କରିଛନ୍ତି ଶ୍ରୀ ରାୟ  । ଶ୍ରୀ ରାୟ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ ପ୍ରାର୍ଥୀନୀ ଶ୍ରୀମତୀ  ଅଗ୍ରୱାଲଙ୍କ ଦ୍ୱାରା ଘଟଣାର ଫଟୋଗ୍ରାଫ ଉଠାଯିବା ଓ ଏକ ଦୈନିକ ସମ୍ବାଦପତ୍ରରେ ପ୍ରକାଶ ପାଇଥିବା ସମ୍ବାଦ ଅନୁଯାଇ ଶ୍ରୀମତୀ  ଅଗ୍ରୱାଲ  ସହାୟତା ବାବଦ ୫ଶହ ଟଙ୍କିଆ ନୋଟ ସହିତ ଚାଉଳ ଜଣେ ମହିଳାଙ୍କୁ ଉପରୋକ୍ତ ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ଦେଉଛନ୍ତି  ।  ଏହି ସମ୍ବାଦପତ୍ରରେ ପ୍ରକାଶିତ ଫଟୋ ଓ ସମ୍ବାଦ ଅନୁଯାଇ  ସରକାରଙ୍କ ରିଲିଫ ଅପରେସନ ସମ୍ପୂର୍ଣ୍ଣ ବିଜେଡି ଦଳର ପ୍ରାର୍ଥୀନୀଙ୍କ କବଜାରେ ରହିଛି ବୋଲି ଶ୍ରୀ ରାୟ ଅଭିଯୋଗ କରିଛନ୍ତି । ଏଭଳି ଘଟଣା ଦ୍ୱାରା ପ୍ରାର୍ଥୀନୀ ଶ୍ରୀମତୀ ଅଗ୍ରୱାଲ ଓ ଉପରୋକ୍ତ ସମସ୍ତ ସରକାରୀ ଅଧିକାରୀମାନେ ଆଇପିସିର ଧାରା ୧୭୧(ବି) ଓ ୧୭୧(ସି) ଅନୁଯାଇ  ଅପରାଧ କରିଛନ୍ତି ଯାହା ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୭୦(ଇ) ଓ ୧୭୧(ଏଫ) ଅନୁଯାଇ ଦଣ୍ଡନୀୟ ଅଟେ । ଏଭଳି ଘଟଣା ମଡେଲ କୋଡ ଅଫ କଣ୍ଡକ୍ଟର ଗୁରୁତ୍ତର ଉଲଙ୍ଘନ କାରଣ ବିଜେଡି ବିଧାୟିକା ପ୍ରାର୍ଥୀନୀଙ୍କ ଦ୍ୱାରା  ସରକାରୀ ଅଧିକାରୀଙ୍କ ସହାୟତାରେ  ସରକାରୀ ରିଲିଫ ବଂଟନ  କରାଯିବା ଏକ ଦଣ୍ଡନୀୟ ଅପରାଧ ବୋଲି କହିଛନ୍ତି ଶ୍ରୀ ରାୟ । ତେଣୁ ଭାରତୀୟ ଦଣ୍ଡବିଧି ଆଇନ ଓ ଲୋକପ୍ରତିନିଧି ଆଇନ ୧୯୫୦ ଅନୁଯାଇ ଅବାଧ୍ୟ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ନିମନ୍ତେ ବିଜେଡି ବିଧାୟିକା ପ୍ରାର୍ଥୀନୀ ଶ୍ରୀମତୀ  ଅଗ୍ରୱାଲଙ୍କ ସମେତ ଘଟଣାରେ ସଂପୃକ୍ତ ସମସ୍ତ ସରକାରୀ ଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଶ୍ରୀ ରାୟ ନିର୍ବାଚନ ଅଧିକାରୀ,ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ବାଚନ ପର୍ଯ୍ୟବେକ୍ଷକ ଓ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛନ୍ତି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment