ଓଡ଼ିଶା ସମାଚାର

ସାଲେପୁରରେ ଲକ୍ଷାଧିକ ଟଙ୍କାର ଜମି ଜାଲିଆତି ଘଟଣା:

 Breaking News
  • ପଥର ବୋଝେଇ ଟ୍ରକକୁ ଧକ୍କା ଦେଲା ବୋଲେରୋ, ଜଣେ ମୃତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଏକ ପଥର ବୋଝେଇ ଟ୍ରକକୁ ଦ୍ରୁତଗାମୀ ବୋଲେରୋ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ନାବାଳକର ମୃତ୍ୟୁ ହୋଇଯାଇଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ରାଜନଗର ଥାନା ରାଜରାଜଶ୍ୱେରପୁର ଗ୍ରାମର ରବିନ୍ଦ୍ର ମାଝିଙ୍କ ପୁଅ ବିଶ୍ୱଜିତ ମାଝି (୧୫)...
  • ଜିଲ୍ଲାକୁ ଗୌରବାନ୍ୱିତ କଲେ ସମୀକ୍ଷା ଓ ଶାନ୍ତ୍ୱନା କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତ ମାଟ୍ରିକ ପରୀକ୍ଷାର ଫଳ ମଙ୍ଗଳବାର ଦିନ ପ୍ରକାଶିତ ହୋଇଛି । ଏଥିରେ ୨ ଜଣ ଛାତ୍ରୀ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ଜଣାପଡିଛି । ପୌରାଂଚଳ ଅନ୍ତର୍ଗତ ଭାରତୀ ବିଦ୍ୟା ମନ୍ଦିରର ଛାତ୍ରୀ...
  • ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ପ୍ରତିଶତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ ପ୍ରତିଶତ ହୋଇଛି । ରାଜ୍ୟରେ ଚଳିତ ବର୍ଷ ରେଗୁଲାର ପରୀକ୍ଷାର୍ଥୀ ୫ଲକ୍ଷ ୪୫ହଜାର ୩୬୨ ଫର୍ମ ପୁରଣ କରିଥିବା ବେଳେ ସେଥିରୁ ୯ହଜାର...
  • ପ୍ଲଟିଂ ଜମି ବ୍ୟବସାୟ ପାଇଁ ସରକାରୀ ଗୋଚର ଜମିକୁ ପୋତାଯାଉଛି କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ପ୍ଲଟିଂ  ଜମି ବ୍ୟବସାୟ ନିମନ୍ତେ ଏକ ସରକାରୀ ଗୋଚର କିଷମ ଜମିକୁ ମାଟି ପକାଯାଇ ପୋତାଯାଉଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ତହସିଲ ଅନ୍ତର୍ଗତ ପଂଚାଣପୁର ମୈାଜାର ଖାତା ନମ୍ବର ୯୧...
  • ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ ଗୃହରେ ଆଜି ପୂର୍ବାହ୍ନରେ ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ...
May 15
04:35 2019

ଜମି ଜାଲିଆତିର ମୁଖ୍ୟ ଅଭିଯୁକ୍ତ ବିକ୍ରେତା ଓ ଦଲିଲ ଲେଖକ ଜେଲ୍ ଗଲେ

ସାଲେପୁର, ୧୫/୦୫/୨୦୧୯ (ଓଡ଼ିଶା ସମାଚାର /ଅଭୟ ଜେନା)- ଜଣେ ବ୍ୟକ୍ତିର ନକଲି ପରିଚୟପତ୍ର ଦେଇ ସଂପୃକ୍ତ ବ୍ୟକ୍ତିର ଜମିକୁ ଅନ୍ୟକୁ ଲକ୍ଷାଧିକ ଟଙ୍କାରେ ବିକ୍ରୟ କରି ଅର୍ଥ ଆତ୍ମସାତ୍ କରିଥିବା ମୁଖ୍ୟ ଅଭିଯୁକ୍ତକୁ ସାଲେପୁର ପୋଲିସ ଗିରଫ କରିବା ସହ ଜମି  ଜାଲିଆତିରେ ସଂପୃକ୍ତ ଥିବା ମୋହରିରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଖବରରୁ ପ୍ରକାଶ ଯେ  ଗତ ୨୦୦୩ ମସିହାରେ ସାଲେପୁର ତହସିଲ ଅନ୍ତର୍ଗତ ସିଂହମାପୁର ମୌଜାର ଭଗବାନ ବାରିକ, ରବିନାୟକ ଓ ସୁକାନ୍ତ ବାରିକଙ୍କ ଠାରୁ କୈଳାସ ଚନ୍ଦ୍ର ନାୟକ ଏ୦.୨୭୫ଡି. ଜମି କ୍ରୟ କରି ନିଜ ନାମରେ ପଟ୍ଟା ହାସଲ କରିଥିଲେ ।  ଏହି ଚକ ଜମିକୁ ଘରବାରି କିସମରେ ପରିଣତ କରିବାପାଇଁ ସେ କିଛିମାସ ତଳେ ସାଲେପୁର ତହସିଲରେ ଦରଖାସ୍ତ କରିଥିଲେ । ପଟ୍ଟା ମିଳିବାକୁ ଡ଼େରି ହେବାରୁ କୈଳାସଙ୍କ ଜ୍ୱାଇଁ ମାନସ କୁମାର ଲେଙ୍କା ତହସିଲର ରେକର୍ଡ଼ ରୁମରେ ଯାଇ ପଟ୍ଟା ବିଷୟରେ ପଚାରି ବୁଝିଥିଲେ । ସେଠାରୁ ଜାଣିବାକୁ ପାଇଲେ ଯେ ତାଙ୍କର ଅସଲି ପଟ୍ଟାକୁ କେହି ଜାଲିଆତି କରି ନେଇଯାଇଛି । ଏହି ଘଟଣା ଜାଣିବା ପରେ ଜମି ମାଲିକ କୈଳାସ ସାଲେପୁର ସବରେଜିଷ୍ଟାରଙ୍କ କାର୍ଯ୍ୟାଳୟକୁ ଆସି ଜମି ବିଷୟରେ ପଚାରି ବୁଝିବା ସହ ସେହି ଜମିର  ନକଲ ଦଲିଲ ବାହାର କରିଥିଲେ । ଏହି ନକଲ ଦଲିଲରୁ ଜାଣିବାକୁ ପାଇଲେ ଯେ ତାଙ୍କର ଥିବା ଏ୦.୨୭୫ଡ଼ି. ଜମି ମଧ୍ୟରୁ ଏ୦.୧୨୦ଡି. ଜମିକୁ ତାଙ୍କର ନକଲି ପରିଚୟ ପତ୍ର ଦେଇ ମଦନ କୁମାର ବେହେରା, ପିତା-କହ୍ନେଇ ଚରଣ ବେହେରା, ସା-ବାସୁଦେବପୁରଙ୍କୁ ବିକ୍ରୟ କରାଯାଇଛି । ଏହି ଜମି ଜାଲିଆତି ସଂପର୍କରେ କୈଳାସ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସାଲେପୁର ପୋଲିସ ଅଭିଯୋଗକୁ ଗ୍ରହଣ କରି ସାଲେପୁର ଥାନା କେଶ୍ ନଂ୨୭୨/୧୮ରେ ମାମଲା ରୁଜୁ କରି ଗତ ଜାନୁୟାରୀ ମାସ ୧୮ତାରିଖରେ  ତହସିଲ କାର୍ଯ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ସୁନିଲ ବାରିକ, ଜାଲିଆତି କରିଥିବା ଠକ ବାଲିସାହି ମାଛୁଆତି ଗ୍ରାମର ରାମଚନ୍ଦ୍ର ମଲ୍ଲିକ, ମାହାଙ୍ଗା ଜଇପୁର ଅଂଚଳର ସେକ୍ ସଲିମ୍ ମହମ୍ମଦ, ସିଙ୍ଗମାପୁର  ଅଂଚଳର ବଲ୍ଲଭ ମହାନ୍ତି, ଜଗବନ୍ଧୁ ନାଥଙ୍କୁ ଗିରଫ କରି ସେମାନଙ୍କ ବିରୁଦ୍ଧରେ ଦଫା ୪୧୯, ୪୨୦, ୪୬୩, ୪୬୮, ୪୭୧, ୧୨୦ ବି.ରେ ମାମଲା ରୁଜୁ କରି ଅଭିଯୁକ୍ତ ଠକମାନଙ୍କୁ କୋର୍ଟ ଚାଲାଣ କରିଥିଲେ । ଉକ୍ତ ଦିନ ଠାରୁ ଏହି ଜମି ହେରଫେର ଘଟଣାର ମୁଖ୍ୟଅଭିଯୁକ୍ତ ଫେରାର ଥିବାବେଳେ ସାଲେପୁର ପୋଲିସ ଗତକାଲି ରାତିରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବଡ଼ଚଣା ଥାନା ଅନ୍ତର୍ଗତ ଧାନମଣ୍ଡଳ ଅଂଚଳର ତ୍ରିଲୋଚନ ବରାଳ ଓ ଦଲିଲ ଲେଖକ ସପନପୁର ଗ୍ରାମର ପ୍ରସନ୍ନ କୁମାର ଦାଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । କୋର୍ଟରେ ସେମାନଙ୍କ ଜାମିନ୍ ଆବେଦନ ନାମଂଜୁର ହେବାରୁ ତାଙ୍କୁ ଜେଲ୍ ହାଜତକୁ ପଠାଯାଇଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ ଏହି ଜମି ହେରଫେର ଘଟଣାର ଖୋଳତାଡ଼ ପୁନର୍ବାର ଆରମ୍ଭ ହେବାରୁ ଏହି ଘଟଣାରେ ସଂପୃକ୍ତ ଥିବା ତହସିଲ ଓ ସବ୍ରେଜିଷ୍ଟ୍ରାର କାର୍ଯ୍ୟାଳୟର କେତେକ କର୍ମଚାରୀମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ପୋଲିସ କେଉଁ ମୁହୂର୍ତରେ ସେମାନଙ୍କୁ ଉଠାଇନେବ ସେହି ଭୟରେ ଅଗ୍ରୀମ ଜାମିନ୍ ପାଇଁ ଓକିଲ ପରାମର୍ଶ କରୁଥିବା ଶୁଣାଯାଉଛି । ସାଲେପୁର ସବ୍ରେଜିଷ୍ଟର ଅଧିନରେ ଦଲାଲମାନଙ୍କ ଜରିଆରେ ଏହିଭଳି ବ୍ୟାପକ ଜମି ହେରଫେର ହେଉଥିବା ଶୁଣାଯାଉଛି । ଯଦି ପୋଲିସ ପ୍ରଶାସନ ପକ୍ଷରୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ତେବେ ଏହିଭଳି ବହୁ ହେରଫେର ଲୋକଲୋଚନକୁ ଆସିପାରନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment