ଓଡ଼ିଶା ସମାଚାର

ବାତ୍ୟା ଜନିତ କ୍ଷୟକ୍ଷତିର ଆକଳନ ଠିକ୍ ରୂପେ ହେଉନଥିବା ସି.ପି.ଆଇ.ର ଅଭିଯୋଗ, ତହସିଲ ଘେରାଓ ପାଇଁ ଚେତାବନୀ

 Breaking News
  • ପଥର ବୋଝେଇ ଟ୍ରକକୁ ଧକ୍କା ଦେଲା ବୋଲେରୋ, ଜଣେ ମୃତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଏକ ପଥର ବୋଝେଇ ଟ୍ରକକୁ ଦ୍ରୁତଗାମୀ ବୋଲେରୋ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ନାବାଳକର ମୃତ୍ୟୁ ହୋଇଯାଇଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ରାଜନଗର ଥାନା ରାଜରାଜଶ୍ୱେରପୁର ଗ୍ରାମର ରବିନ୍ଦ୍ର ମାଝିଙ୍କ ପୁଅ ବିଶ୍ୱଜିତ ମାଝି (୧୫)...
  • ଜିଲ୍ଲାକୁ ଗୌରବାନ୍ୱିତ କଲେ ସମୀକ୍ଷା ଓ ଶାନ୍ତ୍ୱନା କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତ ମାଟ୍ରିକ ପରୀକ୍ଷାର ଫଳ ମଙ୍ଗଳବାର ଦିନ ପ୍ରକାଶିତ ହୋଇଛି । ଏଥିରେ ୨ ଜଣ ଛାତ୍ରୀ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ଜଣାପଡିଛି । ପୌରାଂଚଳ ଅନ୍ତର୍ଗତ ଭାରତୀ ବିଦ୍ୟା ମନ୍ଦିରର ଛାତ୍ରୀ...
  • ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ପ୍ରତିଶତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ ପ୍ରତିଶତ ହୋଇଛି । ରାଜ୍ୟରେ ଚଳିତ ବର୍ଷ ରେଗୁଲାର ପରୀକ୍ଷାର୍ଥୀ ୫ଲକ୍ଷ ୪୫ହଜାର ୩୬୨ ଫର୍ମ ପୁରଣ କରିଥିବା ବେଳେ ସେଥିରୁ ୯ହଜାର...
  • ପ୍ଲଟିଂ ଜମି ବ୍ୟବସାୟ ପାଇଁ ସରକାରୀ ଗୋଚର ଜମିକୁ ପୋତାଯାଉଛି କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ପ୍ଲଟିଂ  ଜମି ବ୍ୟବସାୟ ନିମନ୍ତେ ଏକ ସରକାରୀ ଗୋଚର କିଷମ ଜମିକୁ ମାଟି ପକାଯାଇ ପୋତାଯାଉଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ତହସିଲ ଅନ୍ତର୍ଗତ ପଂଚାଣପୁର ମୈାଜାର ଖାତା ନମ୍ବର ୯୧...
  • ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ ଗୃହରେ ଆଜି ପୂର୍ବାହ୍ନରେ ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ...
May 15
04:33 2019

ସାଲେପୁର, ୧୫/୦୫/୨୦୧୯ (ଓଡ଼ିଶା ସମାଚାର /ଅଭୟ ଜେନା)- ବାତ୍ୟା ଫନିର ୧୦ଦିନ ବିତିଯାଇଥିଲେ ମଧ୍ୟ ମୁତାରିଫା ପଂଚାୟତରେ ପ୍ରଶାସନ ନପହଂଚିବା ଓ ବାତ୍ୟା ଜନିତ କ୍ଷୟକ୍ଷତି ଆକଳନରେ ରାଜସ୍ୱ ନିରୀକ୍ଷକ କ୍ଷୟକ୍ଷତିର ଆକଳନ ଠିକ୍ ଭାବେ କରୁନଥିବା ଓ ସ୍ଥାନୀୟ କୁଜିନେତାଙ୍କୁ ଧରି ଆକଳନ କରୁଥିବା ଦେଇ ଆଜି ସି.ପି.ଆଇ. ନେତା ଉଦୟ କେଶରୀ ବର୍ମା ସାଲେପୁର ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି । ଅଭିଯୋଗରୁ ପ୍ରକାଶ ଯେ ବାତ୍ୟା ଫନିରେ ସାଲେପୁର ତହସିଲ ଅନ୍ତର୍ଗତ ମୁତାରିଫା, ଚମ୍ପତି, ମଧ୍ୟକଚ୍ଛ, ତ୍ରିଲୋଚନପୁର ପ୍ରଭୃତି ଅଂଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ଅଦ୍ୟାବଧି ଜନସାଧାରଣଙ୍କ ନିକଟରେ ପ୍ରଶାସନ ପହଂଚିପାରିନାହିଁ । ସେହିପରି ଏହି ପଂଚାୟତ ଗୁଡିକୁ କ୍ଷୟକ୍ଷତି ଆକଳନ ପାଇଁ ଯେଉଁ ରାଜସ୍ୱ ନିରୀକ୍ଷକ ନିଯୁକ୍ତ ଅଛନ୍ତି, ସେ ସଠିକ୍ ଭାବେ ଆକଳନ କରୁନାହାଁନ୍ତି । ସ୍ଥାନୀୟ ଅଂଚଳର କେତେକ କୁଜିନେତାଙ୍କ ଇଂଗିତରେ କ୍ଷୟକ୍ଷତିର ଆକଳନ କରୁଥିବା ମୁତାରିଫା ସମିତିସଭ୍ୟ ତଥା ସି.ପି.ଆଇ. କଟକ ଜିଲ୍ଲା ସଂପାଦକ ଉଦୟ କେଶରୀ ବର୍ମା ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଅପର ପକ୍ଷରେ ବାତ୍ୟାରେ ସମସ୍ତ ଲୋକଙ୍କର ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ସରକାର କେବଳ ରାଶନ୍ କାର୍ଡଧାରୀମାନଙ୍କୁ ରିଲିଫ୍ ବଂଟନ କରୁଛନ୍ତି । ଫଳରେ ଯେଉଁମାନଙ୍କର କାର୍ଡ ନାହିଁ ସେମାନେ ସରକାରୀ ସହାୟତାରୁ ବଂଚିତ ହେଉଛନ୍ତି । ସେହିପରି ବିଭିନ୍ନ ପଂଚାୟତର ସମିତିସଭ୍ୟଙ୍କୁ ରିଲିଫ୍ ବଂଟନ ସମୟରେ ସେମାନଙ୍କ ପରାମର୍ଶ ନିଆଯାଉନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ଯଦି ପ୍ରଶାସନ ଏ ଦିଗରେ ତୁରନ୍ତ ଦୃଷ୍ଟି ଦେଇ ବାତ୍ୟାରେ କ୍ଷୟକ୍ଷତି ଲୋକମାନଙ୍କର ଆକଳନ କରିବା ଓ ସମସ୍ତଙ୍କୁ ରିଲିଫ୍ ବଂଟନ ନକରନ୍ତି, ତେବେ ସି.ପି.ଆଇ. ପକ୍ଷରୁ ତହସିଲ କାର୍ଯ୍ୟାଳୟ ଘେରାଓ କରାଯିବ ବୋଲି ସେ ଲିଖିତ ଭାବେ ଜଣାଇଛନ୍ତି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment