ଓଡ଼ିଶା ସମାଚାର

କ୍ରାନ୍ତିକାରୀ ଶ୍ରମିକ ନେତା ତଥା ପୂର୍ବତନ ସାଂସଦ ଦୂତୀକୃଷ୍ଣ ପଣ୍ଡାଙ୍କ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

 Breaking News
  • ପଥର ବୋଝେଇ ଟ୍ରକକୁ ଧକ୍କା ଦେଲା ବୋଲେରୋ, ଜଣେ ମୃତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଏକ ପଥର ବୋଝେଇ ଟ୍ରକକୁ ଦ୍ରୁତଗାମୀ ବୋଲେରୋ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ନାବାଳକର ମୃତ୍ୟୁ ହୋଇଯାଇଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ରାଜନଗର ଥାନା ରାଜରାଜଶ୍ୱେରପୁର ଗ୍ରାମର ରବିନ୍ଦ୍ର ମାଝିଙ୍କ ପୁଅ ବିଶ୍ୱଜିତ ମାଝି (୧୫)...
  • ଜିଲ୍ଲାକୁ ଗୌରବାନ୍ୱିତ କଲେ ସମୀକ୍ଷା ଓ ଶାନ୍ତ୍ୱନା କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତ ମାଟ୍ରିକ ପରୀକ୍ଷାର ଫଳ ମଙ୍ଗଳବାର ଦିନ ପ୍ରକାଶିତ ହୋଇଛି । ଏଥିରେ ୨ ଜଣ ଛାତ୍ରୀ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ଜଣାପଡିଛି । ପୌରାଂଚଳ ଅନ୍ତର୍ଗତ ଭାରତୀ ବିଦ୍ୟା ମନ୍ଦିରର ଛାତ୍ରୀ...
  • ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ପ୍ରତିଶତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ ପ୍ରତିଶତ ହୋଇଛି । ରାଜ୍ୟରେ ଚଳିତ ବର୍ଷ ରେଗୁଲାର ପରୀକ୍ଷାର୍ଥୀ ୫ଲକ୍ଷ ୪୫ହଜାର ୩୬୨ ଫର୍ମ ପୁରଣ କରିଥିବା ବେଳେ ସେଥିରୁ ୯ହଜାର...
  • ପ୍ଲଟିଂ ଜମି ବ୍ୟବସାୟ ପାଇଁ ସରକାରୀ ଗୋଚର ଜମିକୁ ପୋତାଯାଉଛି କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ପ୍ଲଟିଂ  ଜମି ବ୍ୟବସାୟ ନିମନ୍ତେ ଏକ ସରକାରୀ ଗୋଚର କିଷମ ଜମିକୁ ମାଟି ପକାଯାଇ ପୋତାଯାଉଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ତହସିଲ ଅନ୍ତର୍ଗତ ପଂଚାଣପୁର ମୈାଜାର ଖାତା ନମ୍ବର ୯୧...
  • ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ ଗୃହରେ ଆଜି ପୂର୍ବାହ୍ନରେ ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ...
କ୍ରାନ୍ତିକାରୀ ଶ୍ରମିକ ନେତା ତଥା ପୂର୍ବତନ ସାଂସଦ ଦୂତୀକୃଷ୍ଣ ପଣ୍ଡାଙ୍କ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ
May 15
04:19 2019

ଭୁବନେଶ୍ୱର, ୧୫/୦୫/୨୦୧୯ (ଓଡ଼ିଶା ସମାଚାର)- ଓଡ଼ିଶାର କ୍ରାନ୍ତିକାରୀ ଶ୍ରମିକ ନେତା, ଏ.ଆଇ.ଟି.ୟୁ.ସି.ର ପୂର୍ବତନ ରାଜ୍ୟ ସଭାପତି, ସି.ପି.ଆଇ.ର ପୂର୍ବତନ ରାଜ୍ୟ ସମ୍ପାଦକ, ପୂର୍ବତନ ସାଂସଦ ତଥା ପୂର୍ବତନ ବିଧାୟକ ଦୂତୀକୃଷ୍ଣ ପଣ୍ଡାଙ୍କର ଗତ ମଇଁ ୫ ତାରିଖରେ ଅକାଳ ବିୟୋଗ ପରେ ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀସଂଘ ଓ ନିଖିଳ ଓଡ଼ିଶା ଆଶାକର୍ମୀ ସଂଘ ପକ୍ଷରୁ ମିଳିତଭାବେ ଏ.ଆଇ.ଟି.ୟୁ.ସି. ରାଜ୍ୟ କାର୍ଯ୍ୟାଳୟ ପରିସରରେ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି  । ଦୂତିକୃଷ୍ଣ ପଣ୍ଡା ଛାତ୍ର ଜୀବନରୁ ଏ.ଆଇ.ଏସ୍.ଏଫ୍. ନେତୃତ୍ୱରେ ଦେଶର ମୁକ୍ତି ଆନ୍ଦୋଳନରେ ଝାସ ଦେଇ ରାଜନୈତିକ ଜୀବନ ଆରମ୍ଭ କରିଥିବା ବେଳେ ନିଜ ଜନ୍ମମାଟି ଆସ୍କା ଅଂଚଳର ଚିନିକଳ ଶ୍ରମିକ, ଆଖୁ ଚାଷୀ ମାନଙ୍କର ସଂଗଠନ, ଗଞ୍ଜାମ ଜିଲ୍ଲାର ବିଭିନ୍ନ ଛୋଟବଡ଼ ଶ୍ରମିକ ସଂଗଠନ କରାଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ସୁଦୃଢ ସଂଗଠନ କରାଇଥିଲେ  । ୧୯୭୧ ମସିହାରେ ଓଡ଼ିଶାର ବଳିଷ୍ଠ ଜନନେତା ବିଜୁ ପଟ୍ଟନାୟକଙ୍କୁ  ପରାଜିତ କରି ଆସ୍କା ଲୋକସଭା ଆସନରୁ ସି.ପି.ଆଇ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇ ତାଙ୍କର ସାଙ୍ଗଠନିକ ଦକ୍ଷତା ଓ ଲୋକପ୍ରିୟତାର ଚରମ ନିଦର୍ଶନ କରିବା ସହ ‘ଲଙ୍ଗଳ ଯାହାର ଜମି ତାହାର’ ଆନ୍ଦୋଳନକୁ ତ୍ୱରାନ୍ୱିତ କରାଇଥିଲେ  । ସେହିଭଳି ଚିନିକଳ ଶ୍ରମିକ ଓ ଆଖୁଚାଷୀମାନଙ୍କର ସଂଗଠନ ନିଜ ଅଂଚଳଠାରୁ ଆନ୍ତର୍ଜାତିକ ସ୍ତର ପର୍ଯ୍ୟନ୍ତ ନେତୃତ୍ୱ ନେଇଥିଲେ  । ବିଦ୍ୟୁତ୍ ଶ୍ରମିକମାନଙ୍କର ଲଢୁଆ ଶକ୍ତି ପ୍ରଦର୍ଶନ କରାଇଥିଲେ  । ୧୯୯୦ ମସିହାରେ ଆସ୍କା ବିଧାନସଭା ଆସନରୁ ସି.ପି.ଆଇ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ  । ୧୯୮୯ ମସିହାରେ ଏ.ଆଇ.ଟି.ୟୁ.ସି.ର ରାଜ୍ୟ ସାଧାରଣ ସମ୍ପାଦକ ଦାୟିତ୍ୱ ନେବାପରେ ଏ.ଆଇ.ଟି.ୟୁ.ସି.ର ରାଜ୍ୟ ସାଙ୍ଗଠନିକ ଢାଂଚାକୁ ଲୋକାଭିମୁଖୀ କରାଇଥିଲେ  । ଓଡ଼ିଶାରେ ଅଙ୍ଗନୱାଡ଼ି କର୍ମୀ, ମିନିକର୍ମୀ ଓ ସହାୟିକା, ଆଶା କର୍ମୀ, ମଧ୍ୟାହ୍ନଭୋଜନ ପାଚିକା ସହାୟିକା, ଗାଁ ସାଥୀ, ସବୁଜ ପତ୍ରିକାଧାରୀ, ପାଇପ୍ଜଳ କର୍ମଚାରୀ, ଉଠା ଜଳସେଚନ କର୍ମଚାରୀ ସଂଘ ଇତ୍ୟାଦିର ଏ୍ୟ÷ତିହାସିକ ଆନ୍ଦୋଳନ କରାଇ ଶ୍ରମିକ ଶ୍ରେଣୀର ଅଧିକାରକୁ ସାବ୍ୟସ୍ତ କରିବା ତାଙ୍କ ଜୀବନର ପ୍ରମୁଖ ଅଙ୍ଗୀକାର ଥିଲା  । ଜୀବନ ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ଶ୍ରମିକ ଶ୍ରେଣୀ ପ୍ରତି ଏହି ନିଷ୍ଠା ପ୍ରଦର୍ଶନ କରିଥିବା ବେଳେ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଏ.ଆଇ.ଟି.ୟୁ.ସି. କାର୍ଯ୍ୟାଳୟରେ ହିଁ ନିରାଡମ୍ବର ଜୀବନଯାପନ କରିଆସିଥିଲେ  । Sradhanjalli 1ଏ.ଆଇ.ଟି.ୟୁ.ସି. ରାଜ୍ୟ ସଭାପତି ଅଶୋକ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ସି.ପି.ଆଇ. ରାଜ୍ୟ ସମ୍ପାଦକ ଆଶିଷ କାନୁନ୍ଗୋ, ଏ.ଆଇ.ଟି.ୟୁ.ସି.ର ରାଜ୍ୟ ସାଧାରଣ ସମ୍ପାଦକ ଡଃ ସୌରୀବନ୍ଧୁ କର, ଅଖିଳ ଭାରତ କୃଷକ ସଭାର ରାଜ୍ୟ ସଭାପତି କ୍ଷୀରୋଦ ପ୍ରସାଦ ସିଂହଦେଓ, ବରିଷ୍ଠ ସାମ୍ବାଦିକ ଜୀମୁତ ମଙ୍ଗରାଜ, ନିଖିଳ ଓଡ଼ିଶା ଅଙ୍ଗନୱାଡି କର୍ମୀସଂଘର ସାଧାରଣ ସମ୍ପାଦିକା ହରପ୍ରିୟା ସ୍ୱାଇଁ, ନିଖିଳ ଓଡ଼ିଶା ଆଶାକର୍ମୀ ସଂଘର ସାଧାରଣ ସମ୍ପାଦିକା ନିମତା ସାହୁ, ଏ.ଆଇ.ଟି.ୟୁ.ସି.ର ଜାତୀୟ ପରିଷଦ ସଦସ୍ୟ ଜୟନ୍ତ ଦାସ, ଭାରତୀୟ କ୍ଷେତ ମଜ୍ଦୁର ୟୁନିୟନ୍ର ରାଜ୍ୟ ସମ୍ପାଦକ ସୁର ଜେନା, ଶ୍ରମିକ ନେତା ଶରତ ସାହୁ, ବିଦ୍ୟୁତ କର୍ମଚାରୀ ଫେଡେରେସନ୍ର ଆକୁଳି ନାଥ, ସତ୍ୟବାଦୀ ବାଗ, ଶ୍ରମିକ ନେତା ଦେବାଶିଷ ବାବୁ, ଅଙ୍ଗନାୱାଡ଼ି କର୍ମୀସଂଘର ମମତାଜ୍ ଖୁଂଟିଆ, ପ୍ରତିଭା ପାଲ, ସୌଦାମିନି ଦାସ, ଲକ୍ଷ୍ମୀପ୍ରିୟା ମହାପାତ୍ର, ବିଷ୍ଣୁପ୍ରିୟା ଜେନା, ନିର୍ଝରବାଳା ସାହୁ, ମଳୟ ମଞ୍ଜରୀ ଜେନା, ସୁଜାତା ନାୟକ, ନର୍ମଦା ନାହାକ, ଦମୟନ୍ତୀ ଦୋରା, ଆଶାକର୍ମୀ ସଂଘର ମାଥିଲଦା କୁଲୁ, ମଞ୍ଜୁ ଭୋଇ, ନିରୁପମା ନାୟକ, ମଞ୍ଜୁଲତା ସାହୁ, ପ୍ରେମାବତୀ ମାଝି ଓ ଲକ୍ଷ୍ମୀ ନାରଙ୍ଗ ପ୍ରମୁଖ ଏହି କ୍ରାନ୍ତିକାରୀ ନେତାଙ୍କର ସ୍ମୃତିଚାରଣ କରିବା ସହ ତାଙ୍କ ପ୍ରଦର୍ଶିତ ମାର୍ଗ ଅନୁସରଣ କରିବା ପାଇଁ ସଂକଳ୍ପ ନେଇଥିଲେ  । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment