ଓଡ଼ିଶା ସମାଚାର

ତୁରନ୍ତ ବିଦ୍ୟୁତ ସେବା ଯୋଗାଇବା ଦାବି ନେଇ କଟକ ପାରାଦୀପ ରାସ୍ତା ଅବରୋଧ

 Breaking News
  • ପଥର ବୋଝେଇ ଟ୍ରକକୁ ଧକ୍କା ଦେଲା ବୋଲେରୋ, ଜଣେ ମୃତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଏକ ପଥର ବୋଝେଇ ଟ୍ରକକୁ ଦ୍ରୁତଗାମୀ ବୋଲେରୋ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ନାବାଳକର ମୃତ୍ୟୁ ହୋଇଯାଇଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ରାଜନଗର ଥାନା ରାଜରାଜଶ୍ୱେରପୁର ଗ୍ରାମର ରବିନ୍ଦ୍ର ମାଝିଙ୍କ ପୁଅ ବିଶ୍ୱଜିତ ମାଝି (୧୫)...
  • ଜିଲ୍ଲାକୁ ଗୌରବାନ୍ୱିତ କଲେ ସମୀକ୍ଷା ଓ ଶାନ୍ତ୍ୱନା କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତ ମାଟ୍ରିକ ପରୀକ୍ଷାର ଫଳ ମଙ୍ଗଳବାର ଦିନ ପ୍ରକାଶିତ ହୋଇଛି । ଏଥିରେ ୨ ଜଣ ଛାତ୍ରୀ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ଜଣାପଡିଛି । ପୌରାଂଚଳ ଅନ୍ତର୍ଗତ ଭାରତୀ ବିଦ୍ୟା ମନ୍ଦିରର ଛାତ୍ରୀ...
  • ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ପ୍ରତିଶତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ ପ୍ରତିଶତ ହୋଇଛି । ରାଜ୍ୟରେ ଚଳିତ ବର୍ଷ ରେଗୁଲାର ପରୀକ୍ଷାର୍ଥୀ ୫ଲକ୍ଷ ୪୫ହଜାର ୩୬୨ ଫର୍ମ ପୁରଣ କରିଥିବା ବେଳେ ସେଥିରୁ ୯ହଜାର...
  • ପ୍ଲଟିଂ ଜମି ବ୍ୟବସାୟ ପାଇଁ ସରକାରୀ ଗୋଚର ଜମିକୁ ପୋତାଯାଉଛି କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ପ୍ଲଟିଂ  ଜମି ବ୍ୟବସାୟ ନିମନ୍ତେ ଏକ ସରକାରୀ ଗୋଚର କିଷମ ଜମିକୁ ମାଟି ପକାଯାଇ ପୋତାଯାଉଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ତହସିଲ ଅନ୍ତର୍ଗତ ପଂଚାଣପୁର ମୈାଜାର ଖାତା ନମ୍ବର ୯୧...
  • ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ ଗୃହରେ ଆଜି ପୂର୍ବାହ୍ନରେ ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ...
May 14
20:23 2019

Tarpur Photo 14 May Rasta Roko
ରଘୁନାଥପୁର,୧୪/୦୫/୨୦୧୯ (ଓଡ଼ିଶା ସମାଚାର)- ଫନି ବାତ୍ୟାର ୧୧ ଦିନ ପରେ ମଧ୍ୟ ରଘୁନାଥପୁର ବ୍ଲକ୍ ଅଂଚଳରେ ବିଦ୍ୟୁତ ସମସ୍ୟାର ସୁଧାର ଆସିନାହିଁ । ଏପରିକି ଗ୍ରାମାଂଚଳରେ ପବନରେ ଧରାଶାୟୀ ହୋଇଥିବା ଖୁଂଟ ଓ ତାର ସେହିପରି ପଡ଼ି ରହିଛି ।  ୧୧ କେଭି ତାର ଓ ଖଂଟ ଓ ତାର ମଧ୍ୟ ସମାନ ଅବସ୍ଥାରେ ପଡ଼ି ରହିଛି ।  ସେସୁ ଓ ଏନଜେନ୍ କମ୍ପାନୀର କର୍ମଚାରୀଙ୍କ ଦେଖା ମିଳୁନି ।  ଅନ୍ୟ ପକ୍ଷରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଓ ତାତିରେ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇ ପଡ଼ୁଥିବାବେଳେ  ସେସୁ ଓ ଏନଜେନ୍ ବିଭାଗର କାର୍ଯ୍ୟ ଦକ୍ଷତାକୁ ଦାୟୀ କରି ସାଧାରଣ ଜନତା ସେମାନଙ୍କର ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଜି ସକାଳ ସାୋଢ଼ ୬ ଠାରୁ  ତାରପୁର, ଚିକିଣିଆ ଓ ଗୁଆଳିପୁର ପଂଚାୟତର ବିଦ୍ୟୁତ ଉପଭୋକ୍ତାମାନେ କଟକ ପାରାଦୀପ ରାସ୍ତାର ତାରପୁର ବାଇପାସ ଠାରେ ରାସ୍ତା ଅବରୋଧ କରି ନିଜର ପ୍ରତିବାଦ ଜଚ୍ଚାଇଛନ୍ତି ।  ସେମାନଙ୍କ କହିବା କଥା ହେଲା ରଘୁନାଥପୁର ଠାରୁ ଖଣ୍ଡତରୀ ପର୍ଯ୍ୟନ୍ତ ୧୦ କିମି ଅଂଚଳକୁ  ସେସୁ ୧୧ କେଭି ଦାୟିତ୍ୱରେ ଏବଂ ଏନଜେନ୍ ଏଲଟି ଲାଇନ୍ ଦାୟିତ୍ୱରେ ରହିଛନ୍ତି ।  ଯେଉଁପରିମାଣରେ ଖୁଂଟ ଓ ତାର ପଡ଼ି ରହିଛି , ତାହାର ପୁନରୁଦ୍ଧାର କାର୍ଯ୍ୟ କରିବା ପାଇଁ ଏନଜେନ୍ କମ୍ପାନୀ ଖାମଖିଆଲ କରୁଛି ।  ଫଳରେ ଅବସ୍ଥା ଜଟିଳକୁ ଗତି କରୁଛି ।  ଏକ ହଜାରରୁ ଉଦ୍ଧ୍ୱର୍ ଜନତା  ଦୀର୍ଘ ସମୟ ରାଜରାସ୍ତା ଅବରୋଧ କରିବା ପରେ  ତିର୍ତୋଲ ଏସଡ଼ିପିଓ ଡ଼ିଆର ଜେନା ଘଟଣାସ୍ଥଳରେ ପହଂଚିଥିଲେ ।  ପରେ ସେସୁ ଜେଇ ଭାବନୀ ପ୍ରସାଦ ମହାନ୍ତି ସେଠାରେ ପହଂଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ ।  ଜନତାଙ୍କ ଦାବି ଅନୁଯାୟୀ ସେସୁ ଏସଡ଼ିଓ ବିଶ୍ୱର ରଂଜନ ଦେହୁରୀ ଓ ଏନଜେନ୍ ଏସଡ଼ିଓ ସୁନୀଲ କୁମାର ସାହୁ ପହଂଚି ଲୋକଙ୍କ ସହ ଆଲୋଚନା କରିଥିଲେ ।  ତେବେ ଉଭୟ ୪ ଦିନ ପରେ ବିଦ୍ୟୁତ ଯୋଗାଣ ହେବ ବୋଲି ଲିଖିତ ପ୍ରତିଶୃତି ଦେବା ପରେ ଲୋକମାନେ ରାସ୍ତା ଅବରୋଧରୁ ହଟିଥିଲେ ।  ଯଦି ଏଥିରେ ବ୍ୟତିକ୍ରମ ଦେଖାଯାଏ ତେବେ ଲୋକମାନେ ପୁଣି ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାଇ ଦେଇଥିଲେ । ତାରପୁର ସମିତି ସଭ୍ୟ ସରୋଜ କୁମାର ଦାଶ,  ଚେସଧୁରୀ ଇନ୍ଦୁଭୁଷଣ ଲେଙ୍କା,  ପ୍ରତାପ ଚନ୍ଦ୍ର ରାଉତ, ଅଶୋକ ନାୟକ, ପୁରସ୍ତମ ଦାସ,  ମଧୁସୂଦନ ସାହୁ, ଉମାକାନ୍ତ ପରିଡ଼ା ପ୍ରମୁଖ ସାମିଲ ଥିଲେ ।  ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment