ଓଡ଼ିଶା ସମାଚାର

ପାଟକୁରା ନିର୍ବାଚନ ମଣ୍ଡଳୀରେ ରିଲିଫ୍ ବଂଟନରେ ଅନିୟମିତତା ଅଭିଯୋଗ କରି ଜିଲାପାଳଙ୍କୁ ଭେଟିଲେ କଂଗ୍ରେସ ନେତା

 Breaking News
  • ପଥର ବୋଝେଇ ଟ୍ରକକୁ ଧକ୍କା ଦେଲା ବୋଲେରୋ, ଜଣେ ମୃତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଏକ ପଥର ବୋଝେଇ ଟ୍ରକକୁ ଦ୍ରୁତଗାମୀ ବୋଲେରୋ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ନାବାଳକର ମୃତ୍ୟୁ ହୋଇଯାଇଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ରାଜନଗର ଥାନା ରାଜରାଜଶ୍ୱେରପୁର ଗ୍ରାମର ରବିନ୍ଦ୍ର ମାଝିଙ୍କ ପୁଅ ବିଶ୍ୱଜିତ ମାଝି (୧୫)...
  • ଜିଲ୍ଲାକୁ ଗୌରବାନ୍ୱିତ କଲେ ସମୀକ୍ଷା ଓ ଶାନ୍ତ୍ୱନା କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତ ମାଟ୍ରିକ ପରୀକ୍ଷାର ଫଳ ମଙ୍ଗଳବାର ଦିନ ପ୍ରକାଶିତ ହୋଇଛି । ଏଥିରେ ୨ ଜଣ ଛାତ୍ରୀ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ଜଣାପଡିଛି । ପୌରାଂଚଳ ଅନ୍ତର୍ଗତ ଭାରତୀ ବିଦ୍ୟା ମନ୍ଦିରର ଛାତ୍ରୀ...
  • ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ପ୍ରତିଶତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ ପ୍ରତିଶତ ହୋଇଛି । ରାଜ୍ୟରେ ଚଳିତ ବର୍ଷ ରେଗୁଲାର ପରୀକ୍ଷାର୍ଥୀ ୫ଲକ୍ଷ ୪୫ହଜାର ୩୬୨ ଫର୍ମ ପୁରଣ କରିଥିବା ବେଳେ ସେଥିରୁ ୯ହଜାର...
  • ପ୍ଲଟିଂ ଜମି ବ୍ୟବସାୟ ପାଇଁ ସରକାରୀ ଗୋଚର ଜମିକୁ ପୋତାଯାଉଛି କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ପ୍ଲଟିଂ  ଜମି ବ୍ୟବସାୟ ନିମନ୍ତେ ଏକ ସରକାରୀ ଗୋଚର କିଷମ ଜମିକୁ ମାଟି ପକାଯାଇ ପୋତାଯାଉଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ତହସିଲ ଅନ୍ତର୍ଗତ ପଂଚାଣପୁର ମୈାଜାର ଖାତା ନମ୍ବର ୯୧...
  • ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ ଗୃହରେ ଆଜି ପୂର୍ବାହ୍ନରେ ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ...
May 14
06:29 2019

Congress Deligatyion meet collector
କେନ୍ଦ୍ରାପଡା, ୧୪/୦୫/୨୦୧୯ (ଓଡ଼ିଶା ସମାଚାର)-ବାତ୍ୟାଦ୍ୱାରା ପ୍ରଭାବିତ ପାଟକୁରା ନିର୍ବାଚନ ମଣ୍ଡଳୀରେ ରିଲିଫ ଯୋଗାଣ ଓ କ୍ଷତିଗ୍ରସ୍ତ କୃଷକଙ୍କୁ ସରକାରୀ ସାହାଯ୍ୟ ପ୍ରଦାନରେ ଅନିୟମିତତା ଅଭିଯୋଗକରି ପାଟକୁରା କଂଗ୍ରେସର ବରିଷ୍ଠ ନେତାମାନେ ସୋମବାର ଜିଲାପାଳଙ୍କୁ ଭେଟି ଏକ ଦାବିତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ ଦାବି ଗୁଡିକଥିଲା ବାତ୍ୟା (ଫଣି)ଦ୍ୱାରା ନଷ୍ଟ ହୋଇଥିବା ମୁଗ,ବିରି ଫସଲ ଓ ପରିବା ଚାଷର ସଠିକ୍ କ୍ଷୟକ୍ଷତି ଆକଳନ କରାଯାଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ପ୍ରଦାନ କରାଯାଉ । ବାତ୍ୟା ପରବର୍ତୀ ସମୟରେ ଅମଳ ହୋଇଥିବା ମୁଗ ଓ ବିରିକୁ ସରକାର ଉଚିତ ମୂଲ୍ୟ ପ୍ରଦାନପାଇଁ ସରକାରୀ ମଣ୍ଡି ଖୋଲି ସେହି ଫସଲକୁ ଚାଷୀଙ୍କଠାରୁ କ୍ରୟ କରାଯିବାର ବ୍ୟବସ୍ଥା କରାଯାଉ;ଯାହାଦ୍ୱାରାକି ଚାଷୀମାନେ ଅଭାବୀ ବିକ୍ରିରୁ ରକ୍ଷା ପାଇବେ । ବାତ୍ୟା ଦ୍ୱାରା ଉପୁଡି ପଡିଥିବା ଓ ଭାଙ୍ଗିଡିଥିବା ଫଳ ବୃକ୍ଷ ଓ ଜାଳେଣୀ କାଠଗଛ ଗୁଡିକର ପୁନରୁଦ୍ଧାର ନିମନ୍ତେ ସଂପୃକ୍ତ ଚାଷୀମାନଙ୍କୁ ବିନା ମୂଲ୍ୟରେ ଉନ୍ନତମାନର ଚାରା ଓ ରକ୍ଷଣାବେକ୍ଷଣାର ଖର୍ଚ୍ଚ ଦେବାପାଇଁ ଉଦ୍ୟାନ କୃଷି ବିଭାଗକୁ ନିର୍ଦ୍ଧେଶ ଦିଆଯାଉ । ଡେରାବିଶ ବ୍ଲକ ନରସିଂହପୁର ପଂଚାୟତର ତିଲଙ୍ଗ ଗ୍ରାମର ପାନଚାଷ ସଂପୂର୍ଣ୍ଣ ଉଜୁଡି ଯାଇଥିବାରୁ ସେହି ଗ୍ରାମର ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି । କରଜ ଶୁଝିବା ଓ ପୁନର୍ବାର ପାନ ଚାଷ ପାଇଁ ଚାଷୀଙ୍କୁ ସରକାରୀ ସାହାଯ୍ୟ ପ୍ରଦାନ କରାଯାଉ । ବାତ୍ୟାରେ ମରିଯାଇଥିବା ଗୃହପାଳିତ ପ୍ରାଣୀମାନଙ୍କର ଆକଳନ କରାଯିବା ସହିତ ଉପଯୁକ୍ତ କ୍ଷତିୂରଣ ସଂପୃକ୍ତ ଗୃହକର୍ତାଙ୍କୁ ଦିଆଯାଉ । କ୍ଷତିଗ୍ରସ୍ତ ମସô୍ୟଜୀବୀଙ୍କୁ ସରକାରୀ ସାହାଯ୍ୟ ତୁରନ୍ତ ପ୍ରଦାନ କରାଯାଉ । ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସଂଖ୍ୟାଲଘୁମାନଙ୍କର ପବିତ୍ର ରୋଜାମାସ ଚାଲୁଥିବା ବେଳେ ପର୍ବପାଳନରେ ଆବଶ୍ୟକତା ଦୃଷ୍ଟିରୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମିଳିବାରେ ଅସୁବିଧା ଓ ପିଇବା ପାଣି ଅଭାବର ସମାଧାନ, ବିଜୁଳି ନଥିବାରୁ କିରାସିନିକୁ ପ୍ରାଥମିକତା ଦେବାପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉ । ବାସହୀନ ପରିବାରଗୁଡିକର ମୁଣ୍ଡ ଗୁଞ୍ଜିବାପାଇଁ ପଲିଥିନ ଯୋଗାଇ ଦିଆଯିବା ସହିତ ଅଗ୍ରାଧିକାର ଭିତିରେ ସେମାନଙ୍କୁ ପକ୍କାଘର ଯୋଗାଇଦିଆଯାଉ ଏବଂ ବାଛ ବିଚାର ନରଖି ବାତ୍ୟା କ୍ଷତିଗ୍ରସ୍ତ ସମସ୍ତ ରାସନକାର୍ଡଧାରୀ ଓ ରାସନକାର୍ଡ ନଥିବା ପରିବାରଙ୍କୁ ସରକାରୀ ସାହାଯ୍ୟ ପ୍ରଦାନ କରାଯାଉ ବୋଲି ଦାବି କରାଯାଇଛି ।
ଏହି ପ୍ରତିନିଧି ଦଳରେ ପାଟକୁରା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି, ଜିଲା କଂଗ୍ରେସ କମିଟିର ଦୁଇ ସାଧାରଣ ସମ୍ପାଦକ ଅଜିତ କୁମାର ମହାନ୍ତି ଓ ପ୍ରଫୁଲ୍ଲ କୁମାର ଦାସ, ଜିଲା କଂଗ୍ରେସ କମିଟିର ପୂର୍ବତନ ସଭାପତି ଅନନ୍ତ ଚରଣ ପାତ୍ର, ମାର୍ଶାଘାଇ ବ୍ଲକ କଂଗ୍ରେସ କମିଟିର ୨୪ନମ୍ବର ଜୋନର ସଭାପତି ଦୈତାରୀ ନାୟକ,୧୧ନମ୍ବର ଜୋନର ସଭାପତି ସଂଗ୍ରାମ କେଶରୀ ପୃଷ୍ଟି,୯ନମ୍ବର ଜୋନର ସଭାପତି (ଗରଦପୁର) ରଞ୍ଜନ କୁମାର ରାଉତ,୧୦ନମ୍ବର ଜୋନର (ଗରଦପୁର) ସଭାପତି ଦିଲ୍ଲୀପ କୁମାର ରାଉତ,କଂଗ୍ରେସ ନେତା ଚିତରଞ୍ଜନ ରାଉତରାୟ,ପାଟକୁରା ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତି ବିଜୟ କୁମାର ବିଶ୍ୱାଳ,ମହିଳା କଂଗ୍ରେସ ସଭାନେତ୍ରୀ ରଶ୍ମୀତା ମହାନ୍ତି,ନଡିଆବରାଇ ପଂଚାୟତର ବିକାଶ ପଟ୍ଟନାୟକ, ନରସିଂହପୁର ପଂଚାୟତର ରନôାକର ରାଉତ, ବଙ୍ଗାଳପୁର ପଂଚାୟତର ଯୁଧିଷ୍ଠିର ସ୍ୱାଇଁ,ପଳସୁଧା ପଂଚାୟତର ବ୍ରଜ କିଶୋର ସାହୁ ପ୍ରମୁଖ ପ୍ରାୟ ୫୦ରୁ ଅଧିକ କଂଗ୍ରେସ ନେତା ଜିଲାପାଳଙ୍କୁ ଭେଟିଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment