ଓଡ଼ିଶା ସମାଚାର

ତୁଳସୀ ନର୍ସିଂ ଶିକ୍ଷାନୁଷ୍ଠାନରେ ଫ୍ଲୋରେନ୍ସ ନାଇଟିଙ୍ଗେଲଙ୍କ ଜୟନ୍ତୀ ଓ ନର୍ସିଂ ସପ୍ତାହ ପାଳନ

 Breaking News
  • ପଥର ବୋଝେଇ ଟ୍ରକକୁ ଧକ୍କା ଦେଲା ବୋଲେରୋ, ଜଣେ ମୃତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଏକ ପଥର ବୋଝେଇ ଟ୍ରକକୁ ଦ୍ରୁତଗାମୀ ବୋଲେରୋ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ନାବାଳକର ମୃତ୍ୟୁ ହୋଇଯାଇଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ରାଜନଗର ଥାନା ରାଜରାଜଶ୍ୱେରପୁର ଗ୍ରାମର ରବିନ୍ଦ୍ର ମାଝିଙ୍କ ପୁଅ ବିଶ୍ୱଜିତ ମାଝି (୧୫)...
  • ଜିଲ୍ଲାକୁ ଗୌରବାନ୍ୱିତ କଲେ ସମୀକ୍ଷା ଓ ଶାନ୍ତ୍ୱନା କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତ ମାଟ୍ରିକ ପରୀକ୍ଷାର ଫଳ ମଙ୍ଗଳବାର ଦିନ ପ୍ରକାଶିତ ହୋଇଛି । ଏଥିରେ ୨ ଜଣ ଛାତ୍ରୀ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ଜଣାପଡିଛି । ପୌରାଂଚଳ ଅନ୍ତର୍ଗତ ଭାରତୀ ବିଦ୍ୟା ମନ୍ଦିରର ଛାତ୍ରୀ...
  • ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ପ୍ରତିଶତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ ପ୍ରତିଶତ ହୋଇଛି । ରାଜ୍ୟରେ ଚଳିତ ବର୍ଷ ରେଗୁଲାର ପରୀକ୍ଷାର୍ଥୀ ୫ଲକ୍ଷ ୪୫ହଜାର ୩୬୨ ଫର୍ମ ପୁରଣ କରିଥିବା ବେଳେ ସେଥିରୁ ୯ହଜାର...
  • ପ୍ଲଟିଂ ଜମି ବ୍ୟବସାୟ ପାଇଁ ସରକାରୀ ଗୋଚର ଜମିକୁ ପୋତାଯାଉଛି କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ପ୍ଲଟିଂ  ଜମି ବ୍ୟବସାୟ ନିମନ୍ତେ ଏକ ସରକାରୀ ଗୋଚର କିଷମ ଜମିକୁ ମାଟି ପକାଯାଇ ପୋତାଯାଉଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ତହସିଲ ଅନ୍ତର୍ଗତ ପଂଚାଣପୁର ମୈାଜାର ଖାତା ନମ୍ବର ୯୧...
  • ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ ଗୃହରେ ଆଜି ପୂର୍ବାହ୍ନରେ ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ...
ତୁଳସୀ ନର୍ସିଂ ଶିକ୍ଷାନୁଷ୍ଠାନରେ ଫ୍ଲୋରେନ୍ସ ନାଇଟିଙ୍ଗେଲଙ୍କ ଜୟନ୍ତୀ ଓ ନର୍ସିଂ ସପ୍ତାହ ପାଳନ
May 14
05:39 2019

         ଫ୍ଲୋରେନ୍ସଙ୍କ ଭଳି ନିଷ୍ଠାର ସହିତ  ସେବା କଲେ ସଫଳତାର ଶୀର୍ଷରେ ପହଂଚି ପାରିବ

କେନ୍ଦ୍ରାପଡା ୧୪/୦୫/୨୦୧୯ (ଓଡ଼ିଶା ସମାଚାର)- ଶିକ୍ଷା ଓ ସମ୍ଭାବନା ଦ୍ୱାରା ପରିଚାଳିତ କେନ୍ଦ୍ରାପଡା ସହରର ଗୋପସ୍ଥିତ ତୁଳସୀ ନର୍ସିଂ ଶିକ୍ଷାନୁଷ୍ଠାନ ପକ୍ଷରୁ ଫ୍ଲୋରେନ୍ସ ନାଇଟିଙ୍ଗେଲଙ୍କ ୧୯୯ତମ ଜୟନ୍ତୀ ଓ ନର୍ସିଂ ସପ୍ତାହ ଆଜି ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ତୁଳସୀ ନର୍ସିଂ ଶିକ୍ଷାନୁଷ୍ଠାନର ଛାତ୍ରୀମାନେ ଏକ ଶୋଭାଯାତ୍ରାରେ ଶିକ୍ଷାନୁଷ୍ଠାନ ପରିସରରୁ ବାହାରି ସହର ପରିକ୍ରମା କରି  ପୁନର୍ବାର ଶିକ୍ଷାନୁଷ୍ଠାନକୁ ଫେରିବା ପରେ ଏକ ନିରାଡାମ୍ବର ସଭା ଅନୁଷ୍ଟିତ ହୋଇଥିଲା । ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ଜ୍ୟୋତିମୟୀ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଟିତ ଏହି ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡା. ବିରେନ୍ଦ୍ର କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରୋଗିଟିକୁ ସେବୀକାମାନେ ନିଜର ପୁଅ କିମ୍ବା ଝିଅ ଭାବି ସେବା କରିବା ଉଚିତ ବୋଲି କହିଥିଲେ ।  ୧୮୨୦ ମସିହାରେ ଇଟାଲିର ଫ୍ଲୋରେନ୍ସ ସହରରେ ଜନ୍ମ ଗ୍ରହଣ କରିଥିବା ଫ୍ଲୋରେନ୍ସ ନାଇଟିଙ୍ଗେଲଙ୍କର ସୁଦୃଢ ମନୋବଳ ଓ ଇଛାଶକ୍ତି ବଳରେ ମାନବ ସେବାକୁ ବ୍ରତ କରି  ସାରା ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ଆଜି କୋଡ ଅଫ କଣ୍ଡକ୍ଟକୁ ଅନେକ ଡାକ୍ତର ମାନୁନଥିବା ବେଳେ ସେବୀକା ଛାତ୍ରୀମାନେ ସେହି ମହୀୟସୀ ମହିଳା ଫ୍ଲୋରେନ୍ସଙ୍କ ଭଳି ନିଷ୍ଠାର ସହିତ ରୋଗୀଙ୍କ ସେବା କଲେ ସଫଳତାର ଶୀର୍ଷରେ ପହଂଚି ପାରିବେ ବୋଲି ଆଶାବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ମେଜର ଭରତ ଚନ୍ଦ୍ର ଜେନା ଯୋଗଦେଇ ଯୁଦ୍ଧର ବିଭିଷୀକା ମଧ୍ୟରେ ଯିଏ ଶହ ଶହ କ୍ଷ୍ୟତାକ୍ତ ସୈନିକଙ୍କ ପାଇଁ ଆଶାର ଆଲୋକ ବର୍ତିକା ସାଜିଥିଲେ ସେହି ନିଷ୍ଠାପର ସେବାର ପ୍ରତୀକ ଫ୍ଲୋରେନ୍ସ ‘ମାନବ ସେବା ହିଁ ମାଧବ ସେବା’କୁ ପାଥେୟ କରି ନିସ୍ୱାର୍ଥପର ଭାବେ ସେବା କରୁଥିଲେ । ସେହି ମହିୟସୀ ସେବୀକାଙ୍କ  ଜନ୍ମ ଦିବସ ଅବସରରେ ଏହି ନର୍ସିଂ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ କୈାଣସି ଆଶା ନରଖି ରୋଗୀଙ୍କ ସେବା କରିବାକୁ ପରାମର୍ଶ ଦେବା ସହ ଏ ସମ୍ପର୍କରେ ରାମାୟଣ ଓ ମହାଭାରତର ବିଭିନ୍ନ ଉପାଖ୍ୟାନରୁ ଉଦାହରଣ ଦେଇ ନିସ୍ୱାର୍ଥିପର ସେବା ବିଷୟରେ ବୁଝାଇଥିଲେ  । Nursing 1ଅଧୋପତନମୁଖୀ ଆଜିର ସମାଜକୁ ରକ୍ଷାକରିବା ପାଇଁ ଫ୍ଲୋରେନ୍ସଙ୍କ ଭଳି ଆଲୋକ ବର୍ତ୍ତୀକା ଦେଖାଇବାକୁ ସେ ଆହ୍ୱାନ ଦେଇଥିଲେ । ଅଧ୍ୟକ୍ଷା ଶ୍ରୀମତୀ ପଟ୍ଟନାୟକ ଫ୍ଲୋରେନ୍ସଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେବା କଲେ ଜୀବନରେ ସଫଳ ହୋଇପାରିବ ବୋଲି ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଶିକ୍ଷା ଓ ସମ୍ଭାବନାର ସମ୍ପାଦକ ପ୍ରଶାନ୍ତ ସାମନ୍ତରାୟ,ବରିଷ୍ଠ ପ୍ରଶିକ୍ଷିକା କୁମୁଦିନୀ ଲେଙ୍କା ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ପ୍ରଥମ ବର୍ଷର ଛାତ୍ରୀମାନଙ୍କୁ କ୍ୟାପ ପ୍ରଦାନ କରାଯାଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀମାନେ ଫ୍ଲୋରେନ୍ସଙ୍କ ନାମରେ ନିଷ୍ଠାପର ସେବା କରିବାକୁ ଶପଥ ଗ୍ରହଣ କରିଥିଲେ  । ଜିଏନଏମ ୩ୟ ବର୍ଷ ଛାତ୍ରୀ ବନ୍ଦିତା ପରିଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧିକ୍ଷକ ଶ୍ରୀକାନ୍ତ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାନୁଷ୍ଠାନର ନିର୍ଦେଶକ ସୁଖଦା ପ୍ରସାଦ ତ୍ରିପାଠୀ, ପ୍ରଶିକ୍ଷିକା   ଦମୟନ୍ତୀ ରାଉତ, କାମିନୀ ସେଠୀ, ଶୁଭଶ୍ରୀ ରାଉତରାୟ, ସ୍ମୃତିରେଖା ମହାପାତ୍ର, ମୀତାଲି ମଧୁସ୍ମିତା ବିଶ୍ୱାଳ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

Nursing 2

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment