ଓଡ଼ିଶା ସମାଚାର

ପୂର୍ବ ଶତ୍ରୁତାକୁ ନ୍ଦ୍ରେକରି ଗାଡ଼ି ଓ ଘର ପୋଡ଼ି ଘଟଣାରେ ୪ ଜଣ ଜେଲ ଗଲେ

 Breaking News
  • ପଥର ବୋଝେଇ ଟ୍ରକକୁ ଧକ୍କା ଦେଲା ବୋଲେରୋ, ଜଣେ ମୃତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଏକ ପଥର ବୋଝେଇ ଟ୍ରକକୁ ଦ୍ରୁତଗାମୀ ବୋଲେରୋ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ନାବାଳକର ମୃତ୍ୟୁ ହୋଇଯାଇଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ରାଜନଗର ଥାନା ରାଜରାଜଶ୍ୱେରପୁର ଗ୍ରାମର ରବିନ୍ଦ୍ର ମାଝିଙ୍କ ପୁଅ ବିଶ୍ୱଜିତ ମାଝି (୧୫)...
  • ଜିଲ୍ଲାକୁ ଗୌରବାନ୍ୱିତ କଲେ ସମୀକ୍ଷା ଓ ଶାନ୍ତ୍ୱନା କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତ ମାଟ୍ରିକ ପରୀକ୍ଷାର ଫଳ ମଙ୍ଗଳବାର ଦିନ ପ୍ରକାଶିତ ହୋଇଛି । ଏଥିରେ ୨ ଜଣ ଛାତ୍ରୀ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ଜଣାପଡିଛି । ପୌରାଂଚଳ ଅନ୍ତର୍ଗତ ଭାରତୀ ବିଦ୍ୟା ମନ୍ଦିରର ଛାତ୍ରୀ...
  • ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ପ୍ରତିଶତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ ପ୍ରତିଶତ ହୋଇଛି । ରାଜ୍ୟରେ ଚଳିତ ବର୍ଷ ରେଗୁଲାର ପରୀକ୍ଷାର୍ଥୀ ୫ଲକ୍ଷ ୪୫ହଜାର ୩୬୨ ଫର୍ମ ପୁରଣ କରିଥିବା ବେଳେ ସେଥିରୁ ୯ହଜାର...
  • ପ୍ଲଟିଂ ଜମି ବ୍ୟବସାୟ ପାଇଁ ସରକାରୀ ଗୋଚର ଜମିକୁ ପୋତାଯାଉଛି କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ପ୍ଲଟିଂ  ଜମି ବ୍ୟବସାୟ ନିମନ୍ତେ ଏକ ସରକାରୀ ଗୋଚର କିଷମ ଜମିକୁ ମାଟି ପକାଯାଇ ପୋତାଯାଉଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ତହସିଲ ଅନ୍ତର୍ଗତ ପଂଚାଣପୁର ମୈାଜାର ଖାତା ନମ୍ବର ୯୧...
  • ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ ଗୃହରେ ଆଜି ପୂର୍ବାହ୍ନରେ ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ...
May 14
05:19 2019

ସାଲେପୁର, ୧୪/୦୫/୨୦୧୯ (ଓଡ଼ିଶା ସମାଚାର /ଅଭୟ ଜେନା) : ପୂର୍ବ ଶତ୍ରୃତାକୁ କେନ୍ଦ୍ରକରି ଶନିବାର ଅପରାହ୍ନରେ କେତେକ ବ୍ୟକ୍ତି ଜନୈକ ବ୍ୟକ୍ତିଙ୍କ ଘର ମଧ୍ୟରେ ପ୍ରବେଶ କରି ଘରର ଆସବାବପତ୍ର ନଷ୍ଟ କରି ଦେବା ସହ ଏକ କାରକୁ ନିଆଁ ଲଗାଇ ଜାଳି ଦେଇଥିବା ଅଭିଯୋଗରେ   କିଶୋରନଗର ପୋଲିସ୍ ୪ ଜଣକୁ ଗିରଫ୍ କରି କୋର୍ଟ ଚାଲଣ କରିଥିବା ଜଣାଯାଇଛି । ଅଭିଯୋଗରୁ ପ୍ରକାଶ ଯେ  ଶନିବାର ସକାଳେ ପୂର୍ବ ଶତ୍ରୃତାକୁ କେନ୍ଦ୍ରକରି ରବିନ୍ଦ୍ର ମହାନ୍ତିଙ୍କୁ ଉକ୍ତ ଗ୍ରାମର ଭାରତ ଭୂଷଣ ମହାନ୍ତି ଓ ବିଭୂତି ଭୂଷଣ ମହାନ୍ତି ଆକ୍ରମଣ କରିଥିଲେ । ଏ ନେଇ ରବିନ୍ଦ୍ର ମହାନ୍ତିଙ୍କ ପୁଅ ରଜତ ମହାନ୍ତି କିଶୋରନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ଥାନାରେ ଅଭିଯୋଗକୁ ନେଇ ବିଶ୍ୱଭଷଣ ଓ ଭାରତଭୂଷଣ ସମର୍ଥକ ମଧ୍ୟରେ ଉତେଜନା ପ୍ରକାଶ ପାଇଥିଲା । ଏହି ଉତେଜନା ଉଗ୍ର ରୂପ ଧାରଣ କରିଥିଲା । କେତେକ ଉତ୍ୟକ୍ତ ବ୍ୟକ୍ତି ରବିନ୍ଦ୍ର ମହାନ୍ତିଙ୍କ ଘରେ ପହଂଚି ଘରେ ଥିବା ଆସବାବପତ୍ର ବାଡ଼େଇ ନଷ୍ଟ କରିବା ସହ ଏକ କାରରେ ନିଆଁ ଲଗାଇ ପୋଡ଼ି ଦେବା ସହିତ ଦୁଇଟି ମୋଟର ସାଇକଲେକୁ ଭାଙ୍ଗି ଦେଇଥିଲେ । ଏ ନେଇ ରବିନ୍ଦ୍ର ନାଥ ମହାନ୍ତିଙ୍କ ପୁଅ ୨୦ରୁ ଉଦ୍ଧ୍ୱର୍ ଲୋକଙ୍କ ନାମରେ କିଶୋରନଗର ଥାନାର ଲିଖିତ ଅଭିଯୋଗ କରିଥିଲେ । କିଶୋରନଗର ପୋଲିସ୍ ଅଭିଯୋଗକୁ ଗ୍ରହଣ କରି କିଶୋରନଗର ଥାନା କେଶ୍ ନଂ-୪୯/୨୦୧୯ ରେ ମାମଲା ରୁଜୁ କରି ଏହି ଘଟଣାରେ ତରିତୋ ଗ୍ରାମର          ପ୍ରମୋଦ ସ୍ୱାଇଁ, ମୁର୍କୁଣ୍ଡି ଗ୍ରାମର ସୁମନ୍ତ କାଣ୍ଡୀ, ମିଟୁ ମଲ୍ଲିକ୍, ରାକେଶ ମଲ୍ଲିକକୁ                ଗିରଫ୍ କରି କୋର୍ଟ ଚାଲଣ କରିଥିବା ଜଣାଯାଇଛି । ସେଠାରେ ତାଙ୍କର ଜାମିନ ଆବେଦନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ପଠାଇ ଦିଆଯାଇଥିବା ଜଣାପଡ଼ିଛି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment