ଓଡ଼ିଶା ସମାଚାର

ବିଦ୍ୟୁତ୍ ପାଇଁ ରାସ୍ତା ରୋକ୍

 Breaking News
  • ପଥର ବୋଝେଇ ଟ୍ରକକୁ ଧକ୍କା ଦେଲା ବୋଲେରୋ, ଜଣେ ମୃତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଏକ ପଥର ବୋଝେଇ ଟ୍ରକକୁ ଦ୍ରୁତଗାମୀ ବୋଲେରୋ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ନାବାଳକର ମୃତ୍ୟୁ ହୋଇଯାଇଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ରାଜନଗର ଥାନା ରାଜରାଜଶ୍ୱେରପୁର ଗ୍ରାମର ରବିନ୍ଦ୍ର ମାଝିଙ୍କ ପୁଅ ବିଶ୍ୱଜିତ ମାଝି (୧୫)...
  • ଜିଲ୍ଲାକୁ ଗୌରବାନ୍ୱିତ କଲେ ସମୀକ୍ଷା ଓ ଶାନ୍ତ୍ୱନା କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତ ମାଟ୍ରିକ ପରୀକ୍ଷାର ଫଳ ମଙ୍ଗଳବାର ଦିନ ପ୍ରକାଶିତ ହୋଇଛି । ଏଥିରେ ୨ ଜଣ ଛାତ୍ରୀ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ଜଣାପଡିଛି । ପୌରାଂଚଳ ଅନ୍ତର୍ଗତ ଭାରତୀ ବିଦ୍ୟା ମନ୍ଦିରର ଛାତ୍ରୀ...
  • ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ପ୍ରତିଶତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ ପ୍ରତିଶତ ହୋଇଛି । ରାଜ୍ୟରେ ଚଳିତ ବର୍ଷ ରେଗୁଲାର ପରୀକ୍ଷାର୍ଥୀ ୫ଲକ୍ଷ ୪୫ହଜାର ୩୬୨ ଫର୍ମ ପୁରଣ କରିଥିବା ବେଳେ ସେଥିରୁ ୯ହଜାର...
  • ପ୍ଲଟିଂ ଜମି ବ୍ୟବସାୟ ପାଇଁ ସରକାରୀ ଗୋଚର ଜମିକୁ ପୋତାଯାଉଛି କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ପ୍ଲଟିଂ  ଜମି ବ୍ୟବସାୟ ନିମନ୍ତେ ଏକ ସରକାରୀ ଗୋଚର କିଷମ ଜମିକୁ ମାଟି ପକାଯାଇ ପୋତାଯାଉଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ତହସିଲ ଅନ୍ତର୍ଗତ ପଂଚାଣପୁର ମୈାଜାର ଖାତା ନମ୍ବର ୯୧...
  • ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ ଗୃହରେ ଆଜି ପୂର୍ବାହ୍ନରେ ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ...
May 14
05:17 2019

  ବାତ୍ୟାର ୯ ଦିନ ପରେ ମଧ୍ୟ ବହୁ ଗ୍ରାମକୁ ବିଦ୍ୟୁତ୍ ସଂଯୋଗ ହୋଇପାରି ନାହିଁ – ୫୦ରୁ ଉଦ୍ଧ୍ୱର୍ ଗାଁ ଅନ୍ଧକାରରେ

ନିଶ୍ଚିନ୍ତକୋଇଲି / ସାଲେପୁର, ୧୪/୦୫/୨୦୧୯ (ଓଡ଼ିଶା ସମାଚାର /ଅଭୟ ଜେନା) : ବାତ୍ୟା ଫନୀରେ ସାଲେପୁର ବ୍ଲକ୍ ର ଅଧା ଅଂଚଳ ଅନ୍ଧକାରରେ ରହିଛି । ପ୍ରବଳ ଖରାସହ ଗୁଳୁଗୁଳିକୁ ସହ୍ୟ କରି ନପାରି କେମାଳମତି ଶିଶୁ ମାନଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ବୃଦ୍ଧାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଦ୍ୟୁତ୍ ବିଭାଗର ଖାମଖିଆଲି ନିତି ଓ ଠିକାର ଦାର ସଂସ୍ଥା ଗୁଡ଼ିକ ଠିକ୍ ଭାବେ ଶ୍ରମିକ ଯୋଗାଇ ଦେଉ ନଥିବାରୁ ଏବେ ମଧ୍ୟ ବହୁ ଅଂଚଳକୁ ବିଦ୍ୟୁତ୍ ସେବା ପହଂଚି ପାରି ନାହିଁ । ଏହାର ପ୍ରତିବାଦରେ ରବିବାର ସାଲେପୁର ଅଂଚଳର ବହୁଗ୍ରାମ ଓ ପୀରବଜାର ଠାରେ କଟକ-ଚାନ୍ଦବାଲି ରାସ୍ତାକୁ ଦୀର୍ଘ ସମୟ ଧରି ଅବରୋଧ କରି ରଖିଥିଲେ । ଆନ୍ଦୋଳନକାରୀଙ୍କ ନିକଟରେ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ପହଂଚିି ବୁଝାସୁଝା କରିବା ସହ ଯୁଦ୍ଧକାଳିନ ଭିତିରେ ସେମାନଙ୍କ ଅଂଚଳକୁ ବିଦ୍ୟୁତ୍ ସେବା ଯୋଗାଇ ଦେବାକୁ ପ୍ରତିଶ୍ରୃତି ଦେଇଥିଲେ । ପ୍ରକାଶ ଯେ ବାତ୍ୟା ଫନୀର ତାଣ୍ଡବ ଲିଳାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲେ ମଧ୍ୟ ବହୁଗ୍ରାମ ବିଦ୍ୟୁତ୍ ସେକସନ୍ ଅଧିନ ମହାଜନପୁର, ପୀରବଜାର, କାଜିବଜାର, ଚମ୍ପତି, ମଧ୍ୟକଚ୍ଛ, ପୂର୍ବକଚ୍ଛ, ସାତବାଟିଆ, ପାଗା, ବାହାଦୁଲାପାଟଣା, କାଜିବଜାର, ନୃସିଂହବଜାର, କୋଠବାଡ଼ ସାହି, ଅନ୍ତପୁର ସମେତ ବହୁ ଗ୍ରାମ ଏବେ ମଧ୍ୟ ବିଦ୍ୟୁତ୍ ସେବାରୁ ବଂଚିତ ଅଛନ୍ତି । ଫଳରେ ଏହି ଅଂଚଳବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

                ସେହିଭଳି ନିଶ୍ଚିନ୍ତକୋଇଲି ବ୍ଲକ୍ ଅଂଚଳର ଗାଁ ଗୁଡ଼ିକରେ ଅଦ୍ୟାବଧି ଲୋକେ ଅନ୍ଧକାରରେ ରହିଛନ୍ତି । ବିଦ୍ୟୁତ୍ ବିଭାଗର ଅପାରଗତା ଯୋଗୁ ଗ୍ରାମାଂଚଳରେ ଘଟି ଥିବା କ୍ଷୟକ୍ଷତିକୁ ବିଦ୍ୟୁତ୍ କର୍ମଚାରୀମାନେ ସୁଧାରିବା ତ ଦୂରର କଥା ଉକ୍ତ ଅଂଚଳକୁ ପରିଦର୍ଶନ କରିବାକୁ ଯାଇ ନ ଥିବା ଅଭିଯୋଗ ହୋଇଛି । ଏଥି ନିମନ୍ତେ ନିଯୁକ୍ତ କରିଥିବା ଠିକାଦାର ସଂସ୍ଥା ନିକଟରେ ଅଭିଜ୍ଞ ବିଦ୍ୟୁତ୍ ଶ୍ରମିକ ନଥିବାରୁ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି । ଏ ସଂକ୍ରାନ୍ତରେ ସାଲେପୁର ବିଦ୍ୟୁତ୍ ଡ଼ିଭିଜନ ନିର୍ବାହୀ ଯନ୍ତ୍ରୀ ଓ ଓରିକଂଟା ସେକସନର କନିଷ୍ଠ ଯନ୍ତ୍ରୀଙ୍କୁ ଯୋଗାଯୋଗ କଲେ ମଧ୍ୟ ସେମାନେ ସନ୍ତୋଷ ଜନକ ଉତ୍ତର ଦେଉ ନାହାନ୍ତି । ପ୍ରବଳ ଗୁଳୁଗୁଳି ଓ ନିରାଟ ଖରାରେ ଲୋକେ ନାହିଁ ନଥିôବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯଥାଶିଘ୍ର ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ଜନଆନ୍ଦୋଳନ ହେବ ବୋଲି ସ୍ଥାନୀୟ ଲୋକେ ଚେତାବନି ଦେଇଛନ୍ତି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment