ମା’ ଖଣ୍ଡେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ :ଖୋର୍ଦ୍ଧା ବିଜେତା 

ନିରାକାରପୁର, ୦୭/୦୧/୨୦୨ ୪ (ଓଡ଼ିଶା ସମାଚାର)- ସ୍ଥାନୀୟ ଲେଣ୍ଡୋ  ପଞ୍ଚାୟତ ଆରେଡିସ୍ଥିତ ଖେଳ ପଡିଆରେ ଚାଲିଥିବା ୫ବାର୍ଷିକ   ମା’ଖଣ୍ଡେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର  ଫାଇନାଲ ମ୍ୟାଚ ଅନୁଷ୍ଠିତ  ହୋଇଯାଇଛି ।ଏହି ମ୍ୟାଚଟି ଏମକେସିସି, ମୁକୁନ୍ଦପ୍ରସାଦ, ଖୋର୍ଦ୍ଧା କ୍ରିକେଟକ୍ଲବ  ଓ ଡିଲାୟନ  କ୍ରିକେଟକ୍ଲବ ରାୟପୁର  ମଧ୍ୟରେ ଅନୁଷ୍ଠିତ ହୋଇଥିଲା  । ପ୍ରଥମେ ଖୋର୍ଦ୍ଧା ଦଳ ଟସ ଜିତି ବ୍ୟାଟିଂର ନିଷ୍ପତିନେଇ ନିର୍ଦ୍ଧାରିତ ୧୨ଓଭରରେ ସମସ୍ତ ଉଇକେଟ ହରାଇ ୯୫ରନ ସଂଗ୍ରହ କରିଥିଲା  ।ଏହାର ଜବାବରେ ରାୟପୁର ଦଳ ୧୨ ଓଭରରେ ୯  ଉଇକେଟ ହରାଇ ମାତ୍ର ୮୨ ରନ  ସଂଗ୍ରହ କରି ଚଳିତବର୍ଷର ଉପବିଜେତା ହୋଇପାରିଥିଲା  । ଫଳରେ ଖୋର୍ଦ୍ଧାଦଳ ଚଳିତବର୍ଷର ବିଜେତା ହୋଇଥିଲା |ସତ୍ୟନାରାୟଣ ଜେନା  ଓ ଧର୍ମେନ୍ଦ୍ର ଜେନା ଖେଳ ପରିଚାଳନା କରିଥିଲେ  । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ବିଜୁ ଜନତାଦଳର ରାଜ୍ୟ ବରିଷ୍ଠ ମହିଳା ଉପସଭାପତି ବାସନ୍ତୀ ମହାପାତ୍ର ଯୋଗଦେଇ ଖେଳ ଦ୍ୱାରା ଭାଇଚାରା ସୃଷ୍ଟି ହେବା ସହ ଶରୀର ସୁସ୍ଥ ରହିଥାଏ ବୋଲି ଖେଳାଳୀ ମାନଙ୍କୁ ଉପଦେଶ ଦେବା ସହ ଉପସ୍ଥିତରହି ଖେଳାଳୀ ମାନଙ୍କୁ ଉତ୍ସହିତ କରିଥିଲେ  । ଏହି ଅବସରରେ ଶ୍ରୀମତୀ ମହାପାତ୍ରଙ୍କୁ ଅନୁଷ୍ଠାନ ପକ୍ଷରୁ ଏକ ବାଇକ ଶୋଭାଯାତ୍ରାରେ ମଞ୍ଚ ନିକଟକୁ ପାଛୋଟି ନିଆଯାଇଥିଲା   । ଅନ୍ୟତମ ସମ୍ମାନିତଅତିଥିଭାବେ ସାମ୍ବାଦିକ ମାନସ ଚନ୍ଦ୍ର ପଟ୍ଟନାୟକ,  ଉମେଶ ଚନ୍ଦ୍ର ପଟ୍ଟନାୟକ, କାଶୀପୁର ସେବାସମବାୟ ସମିତିର ପ୍ରାକ୍ତନ ସଭାପତି ଲଛମନ ନାୟକ, ଟାଙ୍ଗୀ ସାହାରା ଇଣ୍ଡିଆର କାର୍ଯ୍ୟାଳୟର ଶାଖା ପରିଚାଳକ  ଅପର୍ତ୍ତି  ଜେନା ପ୍ରମୁଖ  ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସହିତ କରିଥିଲେ  । ଉଭୟ ବିଜେତା ଓ ଉପବିଜେତା ଦଳକୁ ଅନୁଷ୍ଠାନ ପକ୍ଷରୁ ଟ୍ରଫିସହ ନଗଦ ଅର୍ଥ ରାଶି ପ୍ରଦାନ କରାଯାଇଥିଲା  । ଅନୁରୂପଭାବେ ଖୋର୍ଦ୍ଧା ଦଳର ଶ୍ରେଷ୍ଠ ଖେଳାଳୀଭାବେ ସୂର୍ଯ୍ୟକୁମାର ଓ ରାୟପୁର ଦଳର ବିକାଶ କୁମାରଙ୍କୁ ମୁଖ୍ୟଅତିଥି ସମ୍ବର୍ଦ୍ଧିତ କରିଥିଲେ  । ସୌରଭ କୁମାର ପଟ୍ଟନାୟକ, ଶ୍ରୀକୃଷ୍ଣ ଶ୍ରୀଚନ୍ଦନ, ପ୍ରିତିଶ ବଳିୟାରସିଂ, ବସନ୍ତ କୁମାର ଗଜେନ୍ଦ୍ର ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *